ଗୋଟିଏ ସିଗାରେଟ୍‌ରେ ୬୦୦ ପ୍ରକାରର ବିଷ

ତମାଖୁ ଏବଂ ଏହାକୁ ସେବନ କରୁଥିବା ଗ୍ରାହକମାନେସର୍ବଦା ବଦନାମ, କିନ୍ତୁ ଏହାକୁ ବିକ୍ରି କରିବାର ଅନୁମତି ଦେଉଥିବା ସରକାର ଏବଂ ବିଜ୍ଞାପନ ଜରିଆରେ ବଜାର ପର୍ଯ୍ୟନ୍ତ ଆଣୁଥିବା ଲୋକ ଧନୀ, ସମ୍ମାନଜନକ ଏବଂ ଶକ୍ତିଶାଳୀ ଜୀବନଯାପନ ବଞ୍ଚୁଛନ୍ତି । କହିବାକୁ ଗଲେ ତମାଖୁକୁ ସିଗାରେଟରେ ପରିଣତ କରିବାର ଟେକ୍ନୋଲୋଜିଠାରୁ ଏପର୍ଯ୍ୟନ୍ତ ଦୁନିଆରେ କିଛି ବିପଜ୍ଜନକ ହୋଇପାରିନାହିଁ । ସିଗାରେଟ୍‌ ମାଧ୍ୟମରେ ତମାଖୁ ଧୂଆଁ ଗଳାରେ ପ୍ରବେଶ କରେ ନାହିଁ ବରଂ ଲୋକମାନେ ଏହାକୁ ସିଧାସଳଖ ଫୁସଫୁସକୁ ଟାଣନ୍ତି । କମ୍ପାନୀମାନଙ୍କ ମଧ୍ୟରେ ଲାଇଟ୍‌, ପିଲଫର୍ଡ ଏବଂ ସୁଗନ୍ଧିତ ସିଗାରେଟ୍‌ ତିଆରି କରିବାର ଏକ ପ୍ରତିଯୋଗିତା ଚାଲିଛି । ଅର୍ଥାତ୍‌ ସିଗାରେଟ୍‌ ଯେତେ ଅଧିକ ଲାଇଟ୍‌, ସେତେ ଶୀଘ୍ର ଫୁସଫୁସ୍‌ ନଷ୍ଟ ହେବ ।

 ଗୋଟିଏ ସିଗାରେଟ୍‌ରେ ୬୦୦ ପ୍ରକାରର ବିଷ

ପ୍ରକୃତରେ ସିଗାରେଟ୍‌ ଦୁର୍ନୀତରେ ବୈଜ୍ଞାନିକ ଏବଂ ବିଜ୍ଞାପନ ସମାନ ଭାବରେ ଦୋଷୀ । ମେସିନ୍‌ ଯୁଗ ପୂର୍ବରୁ ଜଣେ ବ୍ୟକ୍ତି ଦିନକୁ ୨୦୦ ସିଗାରେଟ୍‌ ତିଆରି କରିପାରୁଥିଲା । ହେଲେ ଆଜିର ସମୟରେ ଗୋଟିଏ ମେସିନ ୧ ମିନିଟ୍‌ରେ ୨୦ ହଜାର ସିଗାରେଟ୍‌ ତିଆରି କରିପାରୁଛି । ଏଥିରେ ପ୍ରାୟ ୬୦୦ ପ୍ରକାରର ବିଷାକ୍ତ ପଦାର୍ଥ ଯଥା ସିଆନାଇଡ୍‌, ରେଡିଓଆକଫିଭ ଆଇସୋଟୋପ୍‌ ଏବଂ ଆମୋନିୟା ମିଶ୍ରିତ ରହିଛି । ଯେଉଁଥିପାଇଁ ପ୍ରତି ବର୍ଷ ୮୦ ଲକ୍ଷ ଲୋକ ସିଗାରେଟ୍‌ ପିଇ ମୃତୁ୍ୟମୁଖରେ ପଡ଼ୁଛନ୍ତି । କେବଳ ସେତିକି ନୁହେଁ ତମାଖୁ ଚାଷ କରିବାରୁ ଆରମ୍ଭ କରି ସିଗାରେଟ୍‌ ତିଆରି କରିବାର ପ୍ରକ୍ରିୟା ମଧ୍ୟ ଜଳବାୟୁ ପରିବର୍ତ୍ତନର ଦାୟୀ । ଏହାର ଚାଷରେ ବ୍ୟବହୃତ ପେଷ୍ଟିସାଇଡ୍‌ ଦ୍ୱାରା ପୃଥିବୀ ନଷ୍ଟ ହେଉଛି । ତେଣୁ ପୃଥିବୀକୁ ବଞ୍ଚାଇବା ପାଇଁ ଏହା ଉପରେ ତତତ୍କାଳ ପ୍ରତିବନ୍ଧକ ଲଗାଇବା ଉଚିତ୍‌ ।

 ଗୋଟିଏ ସିଗାରେଟ୍‌ରେ ୬୦୦ ପ୍ରକାରର ବିଷ

ଏକ ରିପୋର୍ଟ ଅନୁଯାୟୀ ପ୍ରତି ବର୍ଷ ୬ ଲକ୍ଷ କୋଟି ସିଗାରେଟ୍‌ ଲୋକମାନେ ଟାଣୁଛନ୍ତି । ସେହିପରି ପ୍ରତି ସେକେଣ୍ଡରେ ୧୫କିଲୋମିଟର ଲମ୍ବା ସିଗାରେଟ୍‌ ଟଣାଯାଉଛି । ଆହୁରି ମଧ୍ୟ ପ୍ରତି ବର୍ଷ ସିଗାରେଟ୍‌ ପ୍ରସ୍ତୁତ କରିବା ପାଇଁ ୬୦ କୋଟି ଗଛ କଟାଯାଉଛି । ଭାରତରେ ୧୯୬୨-୨୦୦୨ ମଧ୍ୟରେ ତମାଖୁ ଚାଷ ୧୭ଶହ ହେକେଫର ଜଙ୍ଗଲକୁ ନଷ୍ଟ କରିଛି ।

Govt

Comments are closed.