ମୁମ୍ବାଇ: ମଇ ୧୬: କଲର୍ସ ଟିଭିରେ ସୁବୁବେଳେ ପ୍ରାୟ ମନୋରଞ୍ଜନଧର୍ମୀ ରିଆଲିଟି ଶୋ ଦର୍ଶକଙ୍କୁ ବେଶ୍ ଖୁସି ଦେଇଥାଏ । ତେବେ ସେହି ସମସ୍ତ ଶୋ ଭିତରୁ ସବୁବେଳେ ଚର୍ଚ୍ଚା ସାଉଁଟିଥିବା ପପୁଲାର ଷ୍ଟଣ୍ଟ ରିଆଲିଟି ଶୋ ଖତରୋଁ କେ ଖିଲାଡି ପୁଣି ଆସିଛି ତାର ନୂତନ ସିଜିନକୁ ନେଇ । ଶୋର ର୍ନିମାତା ରୋହିତ ଶେଟ୍ଟି ଏହାର ପ୍ରସ୍ତୁତି ଆରମ୍ଭ କରିସାଛନ୍ତି । ପୂର୍ବରୁ ଏହା ବିଷୟରେ ଅନେକ ଗୁଜବ ଶୁଣିବାକୁ ମିଳୁଥିଲା । କି;ୁ ବର୍ତ୍ତମାନ ଏହାର ଖବର ସାମ୍ନାକୁ ଆସିଛି । ଏହା ଚଳିତ ବର୍ଷ ଦକ୍ଷିଣ ଆଫ୍ରିକାର କେଫଟାଉନରେ ଅନୁଷ୍ଠିତ ହେବ । ତେବେ ଶୁଟିଂ ମେ ୨୭ରୁ ଆରମ୍ଭ ହେବାକୁ ଯାଉଛି । ଟେଲି ଦୁନିଆର ଅନେକ କଳାକାର ବିପଦ ସହିତ ଖେଳୁଥିବା ନଜର ଆସିବେ । ଏଥିପାଇଁ ଷ୍ଟାରକାଷ୍ଟ ମଧ୍ୟ ଫାଇନାଲ୍ ହୋଇ ସାରିଛି । ବର୍ତ୍ତମାନ ଶୋରେ ସାମିଲ ହେବାକୁ ଥିବା କିଛି କଳାକାରଙ୍କ ନାମକୁ ଘୋଷଣା କରିଛନ୍ତି ରୋହିତ । ଏହି ତାଲିକାରେ ପ୍ରତୀକ ସାହାଜପାଲ, ଶିବାଙ୍ଗୀ ଯୋଶୀ, ଅନେରୀ ଭାଜାନି, କନିକା ମନ, ମୋହିତ ମଲିକଙ୍କ, ରାଜୀବ ଅଦତିଆ, ଚେତନା ପାଣ୍ଡେ, ତୁଶର କାଲିଆ, ନିଶାନ୍ତ ଭଟ୍ଟ, ସୃତି ଝା, ରୁବିନା ଦିଲାଇକ୍, ଫେଜଲ୍ ଶେଖ ଏବଂ ଏରିକା ପେକଡ୍ ନଜର ଆସିବେ । ଏହି ସମସ୍ତ ଖେଳାଳିମାନେ ଶୁଟିଂ ପାଇଁ ୨୭ ମେରେ କେପଫାଉନ୍ ଯିବେ । ଶୋର ଶୁଟିଂ ୫୫ ଦିନ ପର୍ଯ୍ୟନ୍ତ ଚାଲିବ । କେପଟାଉନ୍ ଯିବା ପୂର୍ବରୁ ସମସ୍ତ ପ୍ରତିଯୋଗୀଙ୍କୁ କିଛି ଦିନ କ୍ୱାରେଣ୍ଟାଇ ମଧ୍ୟ କରାଯିବା ନେଇ ସୂଚନା ରହିଛି ।

Comments are closed.