ଖୋଲିଲା କେଦାରନାଥ ପିଠ

ଉତ୍ତରାଖଣ୍ଡ: ମଇ ୦୯: ଦେବଭୂମି କୁହାଯାଉଥିବା ଉତ୍ତରାଖଣ୍ଡରେ ଅନେକ ତୀର୍ଥସ୍ଥଳୀ ରହିଛି । ସେଥିମଧ୍ୟରୁ କିଛି ମନ୍ଦିର ବର୍ଷର ଅଧା ଦିନ ବନ୍ଦ ରହେ । ଏହାର କାରଣ ହେଉଛି ପ୍ରବଳ ତୁଷାରପାତ । ଉତ୍ତରାଖଣ୍ଡର ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ, ଯମୁନୋତ୍ରୀ ଆଦି ନଭେମ୍ବର ମାସରୁ ମେ ମାସ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଥାଏ । ତେବେ ବଦ୍ରିନାଥ ଦର୍ଶନ ଲାଗି ମନ୍ଦିରର ଦ୍ୱାର ଖୋଲିଛି । ୨ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ବଦ୍ରିନାଥରେ ପ୍ରଭୁଙ୍କୁ ଦର୍ଶନ ଲାଗି ଭକ୍ତଙ୍କ ପାଇଁ ମନ୍ଦିରର ଦ୍ୱାର ଖୋଲାଯାଇଛି । ଆଜି ଗଙ୍ଗା ସପ୍ତମୀ ଅବସରରରେ ସକାଳ ୬ଟା ୧୫ମିନିଟ୍‌ ରେ ପୂଜାର୍ଚ୍ଚନା ଓ ମନ୍ତ୍ରପାଠ ସହ ମନ୍ଦିରର ଦ୍ୱାର ଖୋଲାଯାଇଛି । ଏହି ଅବସରରେ ସଂପୂର୍ଣ୍ଣ ମନ୍ଦିରକୁ ଫୁଲରେ ସଜ୍ଜିତ କରାଯାଇଥିଲା । ଚଳିତ ବର୍ଷ ଦର୍ଶନ ପାଇଁ ଅନୁମତି ମିଳିଥିବାରୁ ଭକ୍ତଙ୍କ ମନରେ ବେଶ୍‌ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିଲା ।

Govt

Comments are closed.