ପୁଣି ଶ୍ରୀଲଙ୍କାରେ ଘୋଷଣା ହେଲା ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି: ସରକାରଙ୍କୁ ନେଇ ଜନତା ଅସନ୍ତୁଷ୍ଟ

କଲମ୍ବୋ: ମେ ୦୭: ଉତ୍କଟ ଆର୍ଥିକ ସଙ୍କଟ ଏବଂ ସରକାର-ବିରୋଧୀ ପ୍ରତିବାଦ ତେଜୁଥିବାରୁ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ପୁଣି ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି ।
ପୁଣି ଶ୍ରୀଲଙ୍କାରେ ଘୋଷଣା ହେଲା ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି: ସରକାରଙ୍କୁ ନେଇ ଜନତା ଅସନ୍ତୁଷ୍ଟ

୫ ସପ୍ତାହ ପୂର୍ବରୁ ରାଷ୍ଟ୍ରପତି ରାଜପକ୍ଷେ ଶ୍ରୀଲଙ୍କାରେ ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ । ଯାହାକୁ ନେଇ ଜନତା ସରକାରଙ୍କ ବିରୋଧ ହୋଇଥିଲେ ।

ପୁଣି ଶ୍ରୀଲଙ୍କାରେ ଘୋଷଣା ହେଲା ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି: ସରକାରଙ୍କୁ ନେଇ ଜନତା ଅସନ୍ତୁଷ୍ଟ

ରାଷ୍ଟ୍ରପତିଙ୍କର ଜଣେ ମୁଖପାତ୍ର କହିଛନ୍ତି, ଉତ୍କଟତର ହେଉଥିବା ଆର୍ଥିକ ସଙ୍କଟ ଯୋଗୁଁ ରାଜପକ୍ଷେଙ୍କ ଇସ୍ତଫା ଦାବି କରି ଶୁକ୍ରବାର ଦିନ ‘ଟ୍ରେଡ୍‌ ୟୁନିୟନ୍‌’ର ସବୁ ରାଷ୍ଟ୍ରବ୍ୟାପୀ ଧର୍ମଘଟ ହୋଇଥିଲା । ଏହି କାରଣରୁ ସର୍ବସାଧାରଣରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଲାଗି ରାଷ୍ଟ୍ରପତି ଏହି କଠୋର ଆଇନ ଘୋଷଣା କରିଛନ୍ତି ।

ପୁଣି ଶ୍ରୀଲଙ୍କାରେ ଘୋଷଣା ହେଲା ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି: ସରକାରଙ୍କୁ ନେଇ ଜନତା ଅସନ୍ତୁଷ୍ଟ

ସୂଚନା ଅନୁସାରେ, ଗତକାଲି କିଛି ବିଦ୍ରୋହୀ ରାଜପକ୍ଷେଙ୍କ ଇସ୍ତଫା ଦାବି କରି ଜାତୀୟ ସଂସଦ ମଧ୍ୟକୁ ବଳପୂର୍ବକ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାରୁ ଶୁକ୍ରବାର ପୂର୍ବାହ୍ନରେ ପୋଲିସ ଲୁହବୁହା ବାଷ୍ପ ଓ ପାଣି ମାଡ଼ କରିଥିଲା ।

ପୁଣି ଶ୍ରୀଲଙ୍କାରେ ଘୋଷଣା ହେଲା ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି: ସରକାରଙ୍କୁ ନେଇ ଜନତା ଅସନ୍ତୁଷ୍ଟ

ସଂସଦକୁ ପଡ଼ିଥିବା ରାସ୍ତାରେ ଗୁରୁବାରଠାରୁ ହଜାର ହଜାର ଛାତ୍ର-ପ୍ରତିବାଦକାରୀ ଡେରା ପକାଇଥିଲେ । ପୋଲିସର ସତ ଚେଷ୍ଟା ପରେ ମଧ୍ୟ ଉତ୍ୟକ୍ତ ବିଦ୍ରୋହକାରୀ ମାନି ନଥିଲେ ଓ ବିଦ୍ରୋହ ଜାରୀ ରଖିଥିଲେ ।

ପୁଣି ଶ୍ରୀଲଙ୍କାରେ ଘୋଷଣା ହେଲା ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି: ସରକାରଙ୍କୁ ନେଇ ଜନତା ଅସନ୍ତୁଷ୍ଟ

ଜରୁରୀ ପରିସ୍ଥିତି ଘୋଷଣା ଫଳରେ ନିରାପତ୍ତା ବଳ ଦେଶର ଯେକୌଣସି ନାଗରିକଙ୍କୁ ଗିରଫ କରିବା ଲାଗି ଅଖଣ୍ଡ କ୍ଷମତା ପାଇଥାଏ । ଏଣୁ ରାଷ୍ଟ୍ରପତି ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ ।

Comments are closed.