କିବ୍: ମେ ୦୬: ଋଷ ସେନା ଧୀରେ ଧୀରେ ୟୁକ୍ରେନ୍ର ଛୋଟ ଓ ବଡ଼ ଅଞ୍ଚଳକୁ ନିଜ ଅଧିନକୁ ନେବାରେ ଲାଗିଛି । ଏହାରି ମଧ୍ୟରେ ୟୁକ୍ରେନ୍ରେ ଥିବା ୟୁରୋପର ବୃହତ୍ ପରମାଣୁ କେନ୍ଦ୍ର ଜାପୋରିଝିଆକୁ ଋଷ୍ ସେନା ଦଖଲ କରିଛି । ସେଠାରେ ୟୁରୋପର ସର୍ବାଧିକ ବିଦୁ୍ୟତ ଶକ୍ତି ଉତ୍ପାଦନ କରାଯାଇଥାଏ ।
ଏକ ରିପୋର୍ଟ ଅନୁସାରେ, ୟୁକ୍ରେନ୍ ବ୍ୟବହାର କରୁଥିବା ବିଦୁ୍ୟତ ଶକ୍ତିର ୫୨ ପ୍ରତିଶତ ପରମାଣୁ ଶକ୍ତିରୁ ଆସୁଥିବା ବେଳେ ୨୮ ପ୍ରତିଶତ କୋଇଲା, ୮ ପ୍ରତିଶତ ପ୍ରାକୃତିକ ଗ୍ୟାସ ଏବଂ ୧୦ ପ୍ରତିଶତ ଅକ୍ଷୟ ଶକ୍ତି ଆଧାରିତ ।
ଉକ୍ତ ପରମାଣୁ ଶକ୍ତି କେନ୍ଦ୍ରଟି ଋଷ୍ ସେନାଙ୍କ ଅଧିନକୁ ଯିବା ପରେ ଏହାର ବିଦୁ୍ୟତ ଉତ୍ପାଦନ ଓ ଯୋଗାଣକୁ ଏବେ ରୁଷ୍ ସେନା ନିୟନ୍ତ୍ରଣ କରୁଛି । ଋଷ୍ ସେନାମାନେ ୟୁକ୍ରେନ୍ର ବ୍ୟାପକ ଅଞ୍ଚଳକୁ ବିଦୁ୍ୟତ ଯୋଗାଣ ବିଚ୍ଛିନ୍ନ କରି ଦେଇଛନ୍ତି । ଫଳରେ ଏବେ ୟୁକ୍ରେନ୍ର ଅଧା ଅଞ୍ଚଳ ଅନ୍ଧାରରେ ବୁଡ଼ିଯାଇଛି । ଏନେଇ ନାସା ଏକ ଫଟୋ ମଧ୍ୟ ଜାରି କରିଛି । ଫଟୋରେ ସମଗ୍ର ୟୁକ୍ରେନ୍ର ଅନ୍ଧାର ଦେଖାଯାଉଛି ।
ପୂର୍ବ ୟୁକ୍ରେନ୍ରେ ରୁଷ୍ ଅକ୍ତିଆର କରିଥିବା ଅଞ୍ଚଳକୁ ବିଦୁ୍ୟତ ଯୋଗାଣ ଜାରି ରହିଥିବା ବେଳେ ଅନ୍ୟ ସବୁ ଅଞ୍ଚଳ ଅନ୍ଧାରରେ ବୁଡ଼ି ରହିଛି । ଖେରସନ୍ ଏବଂ ଖାରକିଭ୍ ଅଞ୍ଚଳକୁ ବିଦୁ୍ୟତ ଯୋଗାଣ ବିଚ୍ଛିନ୍ନ କରି ନାଗରିକମାନଙ୍କୁ ଅଞ୍ଚଳ ଛାଡ଼ିବାକୁ ଏକପ୍ରକାର ବାଧ୍ୟ କରିଛି ।

Comments are closed.