ଇଟାଲି ଫେରିବ ଅଗଷ୍ଟା

ନୂଆଦିଲ୍ଲୀ: ଅପ୍ରେଲ ୨୧: ଦୀର୍ଘ ୧୦ ବର୍ଷ ପରେ ନିଷ୍ପତ୍ତି ନେଲେ ସରକାର । ଇଟାଲି ଫେରିବ ୩ଟି ଅଗଷ୍ଟା ହେଲିକପ୍ଟର । ଏତେ ବର୍ଷ ଧରି ଦିଲ୍ଲୀ ପାଲାମ୍ ଏୟାରଫୋର୍ସ ଷ୍ଟେସନରେ ପଡ଼ି ରହିବା ପରେ ଏହାକୁ ଫେରାଇବା ପାଇଁ ସ୍ତିର କରାଯାଇଛି । କାରଣ ୧୦ ବର୍ଷ ଧରି ଉଡ଼ାଣ ବନ୍ଦ ଥିବାରୁ ଏବା ଏବେ ଆଉ ବ୍ୟବହାର ଉପଯୋଗି ହୋଇ ନାହିଁ। ୨୦୧୨ରେ ୩ଟି ହେଲିକପଟର ଭାରତରେ ପହଞ୍ଚିଥିଲେ ମଧ୍ୟ ଏହାକୁ ଭିଭିଆପିଙ୍କ ଲାଗି ବ୍ୟବହାର କରାଯିବା ଆଗରୁ ସାମ୍ନାକୁ ଆସିଥିଲା ଡିଲରେ ହୋଇଥିବା ଲାଞ୍ଚ କାରବାର କଥା।

କେନ୍ଦ୍ର ସରକାର ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଓ ଏହାର ମୂଳ କଂପାନି ଲିୟୋନାର୍ଡୋକୁ ବ୍ୟାନ୍ କରିବା ପରେ ପାଲାମ୍ ଏୟାରଫୋର୍ସ ଷ୍ଟେସନ ଏହା ପଡିରହିଥିଲା ।ଅଗଷ୍ଟା ହେଲିକପଟର ଡିଲରେ ଲାଞ୍ଚ କାରବାର ଅଭିଯୋଗ ସାମ୍ନାକୁ ଆସିବା ପରେ ଏହାକୁ ବ୍ୟବହାର କରାଯାଇନଥିଲା । ତେବେ ଭାରତୀୟ ବାୟୁସେନା ଏହାର ପରୀକ୍ଷାମୂଳକ ଉଡ଼ାଣ କରିଥିଲା ସେବେଠାରୁ ଏହା ଭାରତୀୟ ବାୟୁସେନା ତତ୍ତ୍ୱାବଧାନରେ ରହିଆସିଛି । ଲାଞ୍ଚ କାରବାରରେ ସଂପୃକ୍ତ ଅଗଷ୍ଟାର ସହଯୋଗୀ କଂପାନୀ ଲିୟୋନାର୍ଡୋ ଉପରୁ କେନ୍ଦ୍ର ସରକାର ପ୍ରତିବନ୍ଧକ ହଟାଇ ଦେଇଥିବାରୁ ହେଲିକପ୍ଟର ଫେରାଇ ଦେବାରେ ଆଉ କିଛି ପ୍ରତିବନ୍ଧକ ନାହିଁ । ତେବେ ଏପରି ସ୍ଥିତିରେ ବର୍ତ୍ତମାନ ପୁଣି ଇଟାଲିକୁ ଏହାକୁ ଫେରାଇବା ନେଇ ଆଲୋଚନା ହେଉଥିବା ସାମ୍ନାକୁ ଆସିଛି।

Govt

Comments are closed.