ଆଜି ଆକାଶରେ ଦେଖାଯିବ ପିଙ୍କ ମୁନ୍‌

ଭୁବନେଶ୍ୱର: ଅପ୍ରେଲ ୧୬: ଆକାଶରେ ଆପଣ ଧଳା ଜହ୍ନ ତ ଦେଖିଥିବେ । କିନ୍ତୁ ଆଜିର ଆକାଶରେ ଦେଖିବାକୁ ମିଳିବ ପିଙ୍କ ମୁନ । ପିଙ୍କ ମୁନ୍ର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଛନ୍ତି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟରିୟମ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ଏହି ପିଙ୍କ ମୁନ୍ ନାମକରଣ ଉତ୍ତର ଆମେରିକାରେ ପ୍ରଥମେ ହୋଇଥିଲା । ଓଡିଶାରେ ଯେପରି କୁମାର ପୂର୍ଣ୍ଣମୀ ଆଦି ନାମ ଦିଆଯାଇଥାଏ ସେଭଳି ଆମେରିକୀୟ ଭାଷାରେ ଆଜିର ଜହ୍ନକୁ ପିଙ୍କ ମୁନ୍ କୁହାଯାଏ । ଏହି ସମୟରେ ଆମେରିକାର ବିଭିନ୍ନ ଉପତ୍ୟକା ଗୋଲାପୀ ରଙ୍ଗର ଫୁଲରେ ଆଚ୍ଛାଦିତ ହୋଇଥାଏ । ଯେଉଁଥିପାଇଁ ଏହି ପୂର୍ଣ୍ଣମୀ ଜହ୍ନକୁ ପିଙ୍କ ମୁନ କୁହାଯାଏ । ସେହିଭଳି ବେଳେ ବେଳେ ଚନ୍ଦ୍ର, ପୃଥିବୀର ଏତେ ନିକଟତର ହୋଇଥାଏ ଯେ, ତାର ଆକାର ସମସ୍ତଙ୍କୁ ଚକିତ କରିଥାଏ । ଏହା ଅଧିକ ଉଜ୍ୱଳ ଦେଖାଯାଏ । ତେଣୁ ଏହାକୁ ସୁପର ସ୍ନୋ ମୁନ୍ କୁହାଯାଏ ।ଏହାସହ ଆକାଶରେ ଷ୍ଟ୍ରବେରୀ ମୁନ୍ ମଧ୍ୟ ଦେଖାଯାଏ । ପାରମ୍ପରିକ ଭାବେ, ଉତ୍ତର ଆମେରିକା ଏବଂ ୟୁରୋପରେ ଫୁଲ୍ ମୁନ୍ର ନାଁ ସେଠାକାର ସ୍ଥାନୀୟ ସଂସ୍କୃତି ଏବଂ ରୀତିନୀତି ଅନୁସାରେ ଦିଆଯାଇଥାଏ । ଆମେରିକାର ପ୍ରାଚୀନ ଜନଜାତିର ଲୋକ ଏହି ପୂର୍ଣିମା ଠାରୁ ଷ୍ଟ୍ରବେରି ଅମଳ କରୁଥିଲେ । ସେବେଠାରୁ ଏହାର ନାଁ ଷ୍ଟ୍ରବେରି ମୁନ୍ ରଖାଯାଇଛି । ତେବେ ଏହିପରି ଭାବରେ ବିଶ୍ୱରେ ବିଭିନ୍ନ ଦେଶରେ ଏହି ଚନ୍ଦ୍ରର ନାମ ଭିନ୍ନ ରଖାଯାଇଛି।

Govt

Comments are closed.