ଅବତରଣ ବେଳେ ଦୁଇ ଫାଳ ହୋଇଗଲା ବିମାନ : ଦେଖନ୍ତୁ ଭିଡିଓ

ସାନ ଜୋସ୍‌: ଏପ୍ରିଲ ୦୮: ଗୁରୁବାର ଦିନ କୋଷ୍ଟାରିକାରେ ଅବତରଣ କରୁଥିଲା ବେଳେ ଏକ ପଣ୍ୟବାହୀ ବିମାନ ଦୁଇ ଫାଳ ହୋଇଯାଇଛି । ଫଳରେ ସାନ ଜୋସଇଠାରେ ଥିବା ଜୁଆନ୍‌ ସାନ୍ତାମାରିଆ ଆନ୍ତର୍ଜାତିକ ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ କରାଯାଇଥିଲା । ସେହି ବିମାନଟି ହେଉଛି ଲୋକପ୍ରିୟ ଜର୍ମାନ୍‌ ପରିବହନକାରୀ କମ୍ପାନି ‘ଡିଏଚ୍‌ଏଲ୍‌’ର ବୋଇଙ୍ଗ୍‌ ୭୫୭-୨୦୦ ।
ଅବତରଣ ବେଳେ ଦୁଇ ଫାଳ ହୋଇଗଲା ବିମାନ

ଏକ ସ୍ଥାନୀୟ ଖବର ଅନୁସାରେ, ପୂର୍ବାହ୍ନ ପ୍ରାୟ ୧୦.୩୦ରେ ବିମାନଟି ଉଡ଼ାଣ ଆରମ୍ଭ କରିବାର ୨୫ ମିନିଟ୍‌ ପରେ ସେଥିରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଫଳରେ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା । ବିମାନରେ ହାଇଡ୍ରୋଲିକ୍‌ ସମସ୍ୟା ଦେଖା ଦେଇଥିବା ଖବର ପାଇଲଟ୍‌ ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କୁ ଜଣାଇଥିଲେ । ଅବତରଣ ସମୟରେ ରନେ୍‌ୱରୁ ବିମାନଟି ଖସି ଯିବା ସହ ଘୂରି ଘୂରି ଦୁଇ ଫାଳ ହୋଇଯାଇଥିଲା ।

ଅବତରଣ ବେଳେ ଦୁଇ ଫାଳ ହୋଇଗଲା ବିମାନ

ଏହାପରେ ବିମାନରୁ ଉଜ୍ଜ୍ୱଳ ହଳଦିଆର ରଙ୍ଗର ଧୂଆଁ କୁଣ୍ଡଳୀ ବାହାରିଥିଲା । ଦମକଳବାହିନୀ ତୁରନ୍ତ ବିମାନରୁ ପାଇଲଟ୍‌ ଓ କୋ-ପାଇଲଟ୍‌ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଏହି ଘଟଣା ଯୋଗୁଁ ବିମାନ ବନ୍ଦରକୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା ।

Govt

Comments are closed.