ଯୁଦ୍ଧଭିତରେ ଆଶାର କିରଣ

କିଭ୍‌ : ଗତ ଏକ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧର ବିଭିଷୀକା ପୁରା ୟୁକ୍ରେନ୍‌ରେ ଦେଖିବାକୁ ମିଳୁଛି । ଲକ୍ଷାଧୀକ ଲୋକ ଘର ଛାଡିଥିବା ବେଳେ ଅନେକ ଲୋକଙ୍କର ମୃତୁ୍ୟ ଘଟିଛି । ଅନେକ ମହିଳା ଓ ପିଲା ନିଜ ଘର ଛାଡି ଅଲଗା ସ୍ଥାନରେ ଆଶ୍ରୟ ନେଇଛନ୍ତି । ସେହିଭଳି ସୋସିଆଲ ମିଡିଆରେ ଏଭଳି ଅନେକ ଘଟଣା ଭାଇରାଲ ମଧ୍ୟ ହେଉଛି, ଯାହା ସମସ୍ତଙ୍କ ହୃଦୟକୁ ଛୁଇଁ ପାରୁଛି ।

ନିକଟରେ ସେହିଭଳି ଜଣେ ମହିଳାଙ୍କ ଭିଡିଓ ଚର୍ଚ୍ଚା ସାଉଁଟିଛି । ଭିଡିଓରେ ଜଣେ ମହିଳା କିଭ୍‌ ସହରରେ ଫୁଲ ଗଛ ପୋତୁଥିବାର ନଜର ଆସିଛନ୍ତି । ତାଙ୍କର ଆଶା ଆଗକୁ ଯୁଦ୍ଧ ସରିବ ଏବଂ ପରିସ୍ଥିତି ସାଧାରଣ ହେବ । ଭିଡିଓଟିକୁ ବ୍ରିଟେନ୍‌ର ଜଣେ ଗଣମାଧ୍ୟମ ପ୍ରତିନିଧି ନିଜର ସୋସିଆଲ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓଟିି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ମହିଳାଙ୍କର ସକରାତ୍ମକ ଆଶାକୁ ଦେଖି ବେଶ୍‌ ପ୍ରଂଶସା କରିଛନ୍ତି । ସମସ୍ତେ ଜୀବନରେ ତାଙ୍କ ଭଳି ଆଶାବାଦୀ ହେବା ପାଇଁ ଅନେକ ୟୁଜର୍ସ ମତ ଦେଇଛନ୍ତି ।

Govt

Comments are closed.