ଝାରସୁଗୁଡାରେ ସର୍ବାଧିକ ୨୫୯ ଶିଶୁ ନିଖୋଜ

ଝାରସୁଗୁଡା : ହଜିଯାଉଛି ଶିଶୁଙ୍କ ହସ । ଶୈଶବ ଏଠି ମୃତବତ୍‌ । ଅପରେସନ୍‌ ସ୍କାଇଲ୍‌, ମୁସ୍କାନ୍‌ ଓ ପରୀ କେବଳ କାଗଜପତ୍ରରେ ସଫଳତା ସାଉଁଟୁଛି । ରାଜ୍ୟର ବାସ୍ତବ ସ୍ଥିତି କି;ୁ ଭିନ୍ନ । ଓଡ଼ିଶାରେ ଉଦ୍‌ବେଗଜନକ ଭାବେ ବଢୁଛି ନିଖୋଜ ଶିଶୁଙ୍କ ସଂଖ୍ୟା । ଶୈଶବ ଏଠି ବିଡ଼ମ୍ବିତ । ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ଲାଗି ଓଡ଼ିଶା ପୁଲିସ ଚଳାଇଥିବା ୩ ଅପରେସନ୍‌ । କେବଳ ବିଭାଗୀୟ ପିଠି ଥାପୁଡ଼ାରେ ସାମୀତ । ଏଣେ ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଚଳାଇଛନ୍ତି ଏକାଧିକ ଯୋଜନା ।

ଏସବୁ ସତ୍ତେ୍ୱ ରାଜ୍ୟରେ ଶିଶୁ ନିଖୋଜ/ଘର ଛାଡ଼ିବା ଘଟଣା ବଢିବାରେ ଲାଗିଛି । ପାରିବାରିକ ସମସ୍ୟା ହେଉ ଅଥବା ପାଠପଢ଼ା କିମ୍ବା ଅନ୍ୟ କୌଣସି କାରଣକୁ ନେଇ ପିଲା ଘର ଛାଡୁଥିବା ଦେଖିବାକୁ ମିଳୁଛି । କରୋନା ମହାମାରୀ ବେଳେ ଏଭଳି ସମସ୍ୟା ଅଧିକ ବଢ଼ିଥିଲା । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୭ ଶହ ଶିଶୁ ନିଖୋଜ ରହିଥିବା ବିଧାନସଭାରେ ଖୋଦ୍‌ ବିଭାଗୀୟ ମନ୍ତ୍ରୀଙ୍କ ତଥ୍ୟରୁ ଜଣାପଡିଛି । ନିଖୋଜ ଶିଶୁଙ୍କ ଭିତରେ ୮୮୯ ବାଳକ ଓ ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ଓ ସେମାନଙ୍କୁ ଥଇଥାନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଝାରସୁଗୁଡାରେ ସର୍ବାଧିକ ୨୫୯ ଶିଶୁ ନିଖୋଜ ଅଛନ୍ତି । ପ୍ରାୟ ୭ ଜିଲାରେ ଶହେରୁ ଅଧିକ ନିଖୋଜ ଶିଶୁ ରହିଛନ୍ତି ।

ତଥ୍ୟ ଅନୁସାରେ-ଝାରସୁଗୁଡାରେ ସର୍ବାଧିକ ୨୫୯ ଶିଶୁ ନିଖୋଜ ହୋଇଥିବାବେଳେ ୧୫୦ ବାଳକ ଓ ୧୦୯ ବାଳିକା ରହିଛନ୍ତି । ଜଗତସିଂହପୁରରେ ୧୯୦, କୋରାପୁଟରେ ୧୧୭, ଭଦ୍ରକରେ ୧୪୭, ବଲାଙ୍ଗୀରରେ ୧୦୯, ଗଜପତିରେ ୧୨୯ ଏବଂ କେନ୍ଦ୍ରାପଡାରେ ୧୫୮ ଶିଶୁ ନିଖୋଜ ହୋଇଛନ୍ତି । ସେହିପରି ନୟାଗଡରେ ୬୧, ଯାଜପୁରରେ ୪୩, ଅନୁଗୋଳରେ ୫୨, କଟକରେ ୧୯, ବାଲେଶ୍ୱରରେ ୨୩, ମୟୂରଭଞ୍ଜରେ ୯୩, ସୁନ୍ଦରଗଡରେ ୨୪, ବରଗଜରେ ୯୩, ପୁରୀରେ ୧୪, ଗଞ୍ଜାମରେ ୧୯, ଖୋଦ୍ଧାରେ ୨୪ ଏବଂ ନୂଆପଡାରେ ନିଖୋଜ ଥିବା ଜଣାପଡିଛି । ୯୭ ଶିଶୁ ନିଖୋଜ ରହିଛନ୍ତି ଦେବଗଡ, ବୌଦ୍ଧ, କଳାହାଣ୍ଡି, ରାୟଗଡା, ସମ୍ବଲପୁର ଏବଂ କେନ୍ଦୁଝରରେ ଏହି ସଂଖ୍ୟା ଏକ ଅଙ୍କ ଭିତରେ ରହିଛି । ଢେଙ୍କାନାଳ, ନବରଙ୍ଗପୁର, ସୁବର୍ଣ୍ଣପୁର ଓ ମାଲକାନଗିରିରେ ଗୋଟିଏ ହେଲେ ପିଲା ନିଖୋଜ ହୋଇ ନ ଥିବା ତଥ୍ୟରୁ ଜଣାପଡିଛି । ନୟାଗଡ, ଜଗତସିଂହପୁର, ଭଦ୍ରକ ଓ ବଲାଙ୍ଗୀରରେ ବାଳକଙ୍କଠାରୁ ଅଧିକ ସଂଖ୍ୟାରେ ବାଳିକା ରହିଛନ୍ତି ।

ରାଜ୍ୟ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ଯେ, କରୋନା ଯୋଗୁଁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ଥିବାରୁ ବହୁ ପିଲା ଘରେ ରହି ମାନସିକ ଅବସାଦଗ୍ରସ୍ତ ହୋଇପଡୁଛନ୍ତି । ବହୁ ପରିବାରର ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ଶିଶୁମାନେ ଘର ଛାଡୁଛନ୍ତି । ଶିଶୁ ନିଖୋଳ ଘଟଣା ପଛରେ ଆହୁରି ଏକ କାରଣ ହେଉଛି ସେହି ପିଲାଙ୍କୁ ଆଣି ଭିକ୍ଷାବୁତ୍ତି, ବେଆଇନ କାର୍ଯ୍ୟରେ ବ୍ୟବହାର କରିବା । ଶିଶୁ ଅୟୋଗ ଓ ରାଜ୍ୟ ସରକାର ଏପରି ଘଟଣା ନିୟନ୍ତ୍ରଣକୁ ଆଣିବାକୁ ନୂତନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ଅନ୍ୟପକ୍ଷରେ, ବହୁ ନାବାଳିକାଙ୍କୁ ରାଜ୍ୟ ବାହାରକୁ ଚାଲାଣ କରାଯିବା ପରେ ସେମାନଙ୍କୁ ଘରୋଇ କାମ ସହ ଅନୈତିକ କାମରେ ନିୟୋଜିତ କରାଯାଉଥିବା ଦେଖାଯାଉଛି । ଇଟାଭାଟି ଭଳି ବିପଦପୂର୍ଣ୍ଣ ସ୍ଥଳରେ ଶିଶୁମାନେ କାମ କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ନିଖୋଜ ପିଲାଙ୍କୁ ଖୋଜିବା ଏବଂ ବିପଦପୂର୍ଣ୍ଣ ସ୍ଥିତିରେ କାର୍ଯ୍ୟ କରୁଥିବା ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରି ଏକ ଭଳ ପରିବେଶରେ ପରିପାଳନ କରିବା ଲାଗି ଅପରେସନ୍‌ ମୁସ୍କାନ୍‌, ସ୍ମାଇଲ୍‌ ଓ ପରୀ ଭଳି ଯୋଜନାମାନ ଅଣାଯାଇଛି । କି;ୁ ସେଗୁଡିକ ସଠିକ କାର୍ଯ୍ୟକାରୀ ହେଉନାହିଁ ।

Govt

Comments are closed.