ମୁମ୍ବାଇ: ଅପ୍ରେଲ୍୦୨: ଓସ୍କାର ବିଜେତା ୱିଲ ସ୍ମିଥ ଦେଲେ ଇସ୍ତଫା । ଓସ୍କାର ପାଇଁ ହୋଷ୍ଟ କରୁଥିବା କ୍ରିସ୍ ରକଙ୍କୁ ଚାପୁଡ଼ା ମାରିବା ପରେ ଏକାଡେମୀ ସଦସ୍ୟତାରୁ ସେ ଇସ୍ତଫା ଦେଇଛନ୍ତି । ସ୍ମିଥଙ୍କ ପତ୍ନୀଙ୍କୁ ମଜାଳିଆ କମେଣ୍ଟ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ସ୍ମିଥ ନିଜ ସିଟରୁ ଉଠିଯାଇ ରକଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ । ଯାହାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଶୃଙ୍ଗଳା କମିଟିର ନୋଟିସ୍ ପରେ ସେ ନିଜ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ନିଜର ଭୁଲ୍ ପାଇଁ ସେ ଅନୁତପ୍ତ, ଦୁଃଖିତ ଥିବା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ମାଡ ମରା ଘଟଣାକୁ ନେଇ ନିକଟରେ ତାଙ୍କ ପତ୍ନୀ ଜେଡ୍ ପିଙ୍କେଟ୍ ସ୍ମିଥ ମୁହଁ ଖୋଲିଥିଲେ । ସେ କହିଥିଲେ ଯେ, ଏବେ କଟା ଘାରେ ମଲମ ଲଗାଇବାର ସମୟ ଆସିଛି, ଆଉ ଏଥିପାଇଁ ମୁଁ ଅଛି। ଏଥିସହ ସେ ହାର୍ଟ ଇମୋଜି ଦେବା ସହ ନମସ୍କାର ଇମୋଜି ସେୟାର କରିଥିଲେ।
Comments are closed.