ଦକ୍ଷିଣ କୋରିଆର ବାୟୁସେନାର ତାଲିମ ବେଳେ ଦୁଇ ବିମାନ ପରସ୍ପର ମୁହାଁମୁହିଁ : ୩ ମୃତ ଓ ଜଣେ ଗୁରୁତର ଆହତ

ସେଓଲ୍‌: ଏପ୍ରିଲ୍‌ ୦୧: ଦକ୍ଷିଣ କୋରିଆ ବାୟୁସେନାର ଦୁଇ ବିମାନ ତାଲିମ ସମୟରେ ଆକାଶପଥରେ ପରସ୍ପର ମୁହାଁମୁହିଁ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ୩ ପାଇଲଟଙ୍କ ମୃତୁ୍ୟ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସ୍ଥାନୀୟ ସୂଚନା ଅନୁସାରେ, ଦକ୍ଷିଣ କୋରିଆ ବାୟୁସେନାର କେଟି-୧ ତାଲିମ ବିମାନ ମୁହାଁମୁହିଁ ଧକା ହୋଇଥିଲା । ଧକା ହୋଇ ସାସେଓନ୍‌ ନଗରୀର ଦକ୍ଷିଣପୂର୍ବ ପ୍ରାନ୍ତରେ ଥିବା ଏକ ପାହାଡ଼ରେ ବିମାନଟି ଖସି ପଡ଼ିଥିଲା । ଯେଉଁଥିରେ ୩ ପାଇଲଟଙ୍କ ଘଟଣାସ୍ଥଳରେ ହିଁ ମୃତୁ୍ୟବରଣ କରିଛନ୍ତି । ଘଟଣା ଘଟିବା କ୍ଷଣି ୩ ହେଲିକପଫର, ୨୦ଟି ଗାଡି ଓ ୧୨ରୁ ଅଧିକ ଜରୁରୀକାଳୀନ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା । କେଟି-୧ ବିମାନଟି ଦୁଇ ସିଟ ବିଶିଷ୍ଟ ରହିଥିଲା ବେଳେ ପାଇଲଟ ଘଟଣା ଘଟିବା ବେଳେ କାହିଁକି ବିମାନ ତଳକୁ ଖସିପାରିନଥିଲେ ସେ ନେଇ ଏବେ ଯାଞ୍ଚ ଚାଲିଛି ।

ଏହାପୂର୍ବରୁ ଗତ ଜାନୁଆରୀରେ ଦକ୍ଷିଣ କୋରିଆର ଏଫ୍‌-୫ଇ ଫାଇଟର ବିମାନ ଧ୍ୱଂସ ହୋଇଥିଲା । ସେତେବେଳେ ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।

Govt

Comments are closed.