ଦୁନିଆରେ ସମସ୍ତଙ୍କ ଦସ୍ତଖତ ଭିନ୍ନ ଭିନ୍ନ ହୋଇଥାଏ । ସ୍ୱତନ୍ତ୍ର ଦସ୍ତଖତ ପାଇଁ ଲୋକମାନେ ବାରମ୍ବାର ଚେଷ୍ଟା ମଧ୍ୟ କରନ୍ତି, ଯେପରି ଏହାକୁ କେହି କପି କରିପାରିବେ ନାହିଁ । ସେହିପରି ପିଲାମାନେ ସ୍କୁଲ ସମୟରୁ ନିଜ ଦସ୍ତଖର ଅଭ୍ୟାସ କରନ୍ତି । ହେଲେ ଆଜିକାଲି ଏକ ନିଆରା ଦସ୍ତଖତର ଫଟୋ ଇଣ୍ଟରନେଟ୍ରେ ଭାଇରାଲ ହେବାରେ ଲାଗିଛି । ଏହା ଦସ୍ତଖତକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ନକଲ କରିବାକୁ ପ୍ରୟାସ କରୁଛନ୍ତି, ବିଫଳ ମଧ୍ୟ ହେଉଛନ୍ତି ।
I have seen many signatures but this one is the best. pic.twitter.com/KQGruYxCEn
— Ramesh 🇮🇳 🚩 (@Ramesh_BJP) March 20, 2022
ଭାଇରାଲ ହେଉଥିବା ଫଟୋକୁ ଦେଖିଲେ ଏପରି ଲାଗୁଛି ଯେ କେହି ଜଣେ ମୟୂର ତିଆରି କରିଛନ୍ତି । ସାଧାରଣତଃ ଅଧିକାଂଶ ଦସ୍ତଖତରେ ଲୋକଙ୍କ ନାଁର ପ୍ରଥମ ଅକ୍ଷର ଜଣାପଡ଼ୁଥିବା ବେଳେ ଏଥିରେ କେବଳ ଗାର ଦେଖାଯାଉଛି । ତେବେ ଏହି ଦସ୍ତଖତ ତଳେ ଗୁଆହାଟି ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ଅଧିକାରୀଙ୍କ ଷ୍ଟାମ୍ପ ରହିଛି । ଏହି ଅକଳ୍ପନୀୟ ଦସ୍ତଖତକୁ ଭାରତୀୟ ପୋଲିସ ସେବା ଅଧିକାରୀ ରୁପିନ୍ ଶର୍ମା ଟ୍ୱିଟରରେ ସେୟାର କରି କ୍ୟାପସନ୍ରେ ଲେଖିଛନ୍ତି, ‘ସିଗ୍ନେଚରର ବାପା’ । ଯାହାପରେ ଏପରି ନିଆରା ଦସ୍ତଖତକୁ ଦେଖି ସୋସିଆଲ ମିଡିଆ ୟୁଜର ପରିହାସ କରିବା ସହ ମଜାଳିଆ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଏପରିକି କେତେକ ୟୁଜର କହିଛନ୍ତି ଏପରି ଦସ୍ତଖତକୁ ନକଲ କରିବା ଅସମ୍ଭବ ।
Comments are closed.