ଦୀପାବଳିରେ ପ୍ରସ୍ତୁତ କରନ୍ତୁ ମଲାଇ ଗୁଜିଆ

ସାମଗ୍ରୀ – ୨କପ୍‌ କ୍ଷୀର ସର, ୨କପ୍‌ ମଇଦା, ୨୦୦ ଗ୍ରାମଗୁଣ୍ଡ ଚିନି, ଅଧା ଚାମଚ ଗୁଜରାତି ଗୁଣ୍ଡ, ଅଧା କପ୍‌ ବାଦାମ, କାଜୁ, ଖିସ୍‌ମିସ୍‌, ଅଧା କପ୍‌ ନଡିଆ କୋରା ।

ପ୍ରଣାଳୀ – ସରକୁ ନଡିଆ ଓ ଚିନି ମିଶାଇ ରାନ୍ଧନ୍ତୁ । ଏହାକୁ ପୁରା ଶୁଖିଲା କରି ଭାଜନ୍ତୁ । ଡ୍ରାଏଫ୍ରୁଟସ୍‌କୁ ଘିଅରେ ଭାଜନ୍ତୁ । ଏହାକୁ ପରେ ମଲାଇରେ ମିଶାନ୍ତୁ ।

ଦୀପାବଳିରେ ପ୍ରସ୍ତୁତ କରନ୍ତୁ ମଲାଇ ଗୁଜିଆ
ମଇଦାକୁ ପ୍ରଥମେ ଘିଅରେ ଭାଜନ୍ତୁ ପରେ ଏହାକୁ ପାଣି ଦେଇ ଚକଟନ୍ତୁ । ମଇଦା ଚକଟାରେ ଅଳ୍ପ ଘିଅ ମାରି କିଛି ସମୟ ପାଇଁ ରଖିଦିଅନ୍ତୁ । ପ୍ରସ୍ତୁତ ମିଶ୍ରଣକୁ ଗୁଜିଆ ଆକାରରେ ଗଢନ୍ତୁ । ଏଥିରେ ସରର ପ୍ରସ୍ତୁତଥିବା ମିଶ୍ରଣକୁ ଦେଇ ପ୍ରସ୍ତୁତ କରନ୍ତୁ ମଲାଇ ଗୁଜିଆ । ବର୍ତ୍ତମାନ ଏହାକୁ ଘିଅରେ ଭାଜି ପରଷନ୍ତୁ ମଲାଇ ଗୁଜିଆ ।

Comments are closed.