କିଭ୍ : ଋଷ ୟୁକ୍ରେନ ଯୁଦ୍ଧକୁ ୨୦ଦିନ ପ ୂରି ୨୧ ଦିନରେ ପହଞ୍ଚିଛି । ଦିନକୁ ଦିନ ଋଷ ତାର ଆକ୍ରମଣକୁ ତୀବ୍ର କରିଛି । ୟୁକ୍ରେନର ବଡ଼ ବଡ଼ ସହରକୁ ନିଜ କବଜାରେ ନେବାକୁ ଅହରହ ଆକ୍ରମଣ କରୁଛି ଋଷ । ଏଥିରେ ୟୁକ୍ରେନ୍ ରାଜଧାନୀ କିଭ୍, ଖାରକିଭ, ମାରିୟୁପୋଲ, ଚେର୍ନିହିବ୍ ଓ ମାଇକୋଲେଭ୍ ଭଳି ୫ଟି ମୁଖ୍ୟ ସହରରେ ରୁଷ୍ ତାର ଆକ୍ରମଣ ଜାରି ରଖିଛି । ଚେର୍ନିହିବ, ମାଇକୋଲେଭରେ ଗୋଳାବର୍ଷା କରାଯାଉଛି ।
ଆକ୍ରମଣରେ ୟୁକ୍ରେନର ବଲନୋବଖା ସହର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ଯୁଦ୍ଧ ଟାଳିବା ନେଇ ଦୁଇ ଦେଶର ପ୍ରତିନିଧି ସ୍ତରୀୟ ଆଲୋଚନା ସୋମବାର ହୋଇଥିବା ସେ‰ କୌଣସି ସମାଧାନ ବାହାରି ପାରିନଥିଲା । ତେଣୁ ପୁଣି ଚାଲିବ ଆଲୋଚନା ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ସୋମବାର ସକାଳେ କିଭରେ ଭୟଙ୍କର ବିସ୍ପୋରଣ ହୋଇଥିଲା । ଏହି ବିସ୍ପୋରଣରେ ୯ ମହଲା ବିଶିଷ୍ଟ ବିଲïିଂରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା । ଏଥିରେ ଅନେକ ଲୋକ ମୃତାହତ ହୋଇଛନ୍ତି । କିଭ୍ ରେଳ ଷ୍ଟେସନ ନିକଟରେ ମଧ୍ୟ ବୋମାବର୍ଷା ହୋଇଥିଲା ।
କିଭରେ ମଙ୍ଗଳବାର ଆଣ୍ଟୋନବ ବିମାନ କାରଖାନା ଉପରେ ଋଷ ଆକ୍ରମଣ ଯୋଗୁଁ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ସହରରେ ଏକ ଟିଭି ଟାୱାର ଉପରେ ରୁଷ୍ ସେନା ଆକ୍ରମଣ କରିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି । ରୁଷ୍ ସେନା ରାଜଧାନୀ କିଭକୁ ଚାରିଆଡ଼ୁ ଘେରୁଥିବାର ଖବର ମିଳିଛି । ଖାରକିଭରେ ମଧ୍ୟ ଭୟଙ୍କର ଗୋଳାବର୍ଷା ହୋଇଛି । ୟୁକ୍ରେନରେ ୧୯ଟି ଅଞ୍ଚଳରେ ଏୟାର ରେଡ୍ ଆଲର୍ଟ ଜାରି ହୋଇଛି । ଅନ୍ୟତମ ସହର ମାଇକୋଲେଭରେ ମଧ୍ୟ ରୁଷ ବୋମାବର୍ଷା ଜାରି ରହିଛି । ତେବେ ଏପର୍ଯ୍ୟନ୍ତ ସୁଧା ବୋମାମାଡ଼ ଯୋଗୁଁ ୨୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ।
ସେଠାରେ ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଛି । ସହରରେ ମହଜୁଦ୍ ଖାଦ୍ୟ ଏବଂ ପାଣି ଶେଷ ହୋଇଯାଇଛି । ଦୀର୍ଘ ୧୨ ଦିନ ହେବ ଲୋକେ ପାଣି ଓ ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି । ବିଦ୍ୟୁିତ ନାହିଁ କି ପାଣି ନାହିଁ । ମୋବାଇଲ୍ ଯୋଗାଯୋଗ ବି ନାହିଁ । ମାରିୟୁପୋଲରୁ ଖାଦ୍ୟ, ପାଣି ଶେଷ ହୋଇଯାଇଥିବା ବେଳେ ରୁଷ୍ ମାନବୀୟ ସହାୟତା ଗାଡ଼ିକୁ ଅଟକାଇଛି ।
ଅନ୍ୟପଟେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଅଭିଯୋଗ କରିଛନ୍ତି ଯେ ରୁଷ୍ ମାନବୀୟ ସହାୟତା ଗାଡ଼ି ଗୁଡ଼ିକ ଉପରେ ଆକ୍ରମଣ କରୁଛି ଏବଂ ଏହାକୁ ଅଟକାଉଛି । ଖେରସନ୍, ସୁମି, ଚେର୍ନିହିବ, ଚେର୍ନୋବିଲ୍ ପାୱାର ପ୍ଲାଣ୍ଟ୍, ଜା ପୋରିଜିଆ ପରମାଣୁ ଶକ୍ତି କେନ୍ଦ୍ର ନିକଟରେ ରୁଷ୍ ସେନା ଆକ୍ରମଣ ଜାରି ରହିଛି । ଚେର୍ନୋବିଲ୍ ପରମାଣୁ ଶକ୍ତି କେନ୍ଦ୍ରକୁ ବିଦ୍ୟୁତା ଯୋଗାଣ ଆଜି ପୁଣି ଥରେ ବିଚ୍ଛିନ୍ନ କରିଦେଇଛି ।

Comments are closed.