କର୍ଣ୍ଣାଟକ: ମାର୍ଚ୍ଚ ୧୫: ହିଜାବ ବିବାଦ ମାମଲାରେ ସମସ୍ତ ଆବେଦନ ଖାରଜ । କର୍ଣ୍ଣାଟକ ହିଜାବ ବିବାଦ ମାମଲାରେ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସ୍କୁଲ କଲେଜଗୁଡ଼ିକରେ ହିଜାବ ନିଷେଧାଦେଶର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଇସଲାମର ଧର୍ମରେ ହିଜାବ ଜରୁରୀ ଅଂଶ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ । ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ଛାତ୍ରଛାତ୍ରୀ ମନା କରିପାରିବେ ନାହିଁ । ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନକୁ ଚାଲେଞ୍ଜ କରି ପୂର୍ବରୁ ଆବେଦନ କରାଯାଇଥିଲା । ଗତ ଜାନୁଆରୀରେ ରାଜ୍ୟରେ ଉଠିଥିବା ଏହି ପ୍ରସଙ୍ଗକୁ ନେଇ ବହୁ ବିବାଦ ଦେଖିବାକୁ ମିଳିଥିଲା ।

Comments are closed.