ଦିଲ୍ଲୀ : ମାର୍ଚ୍ଚ ୧୨: ଭାରତୀୟ ମହିଳା କ୍ରିକେଟ୍ ଟିମ୍ ‘ଆଇସିସି ମହିଳା ବିଶ୍ୱ କପ୍ ୨୦୨୨’ରେ ନିଜର ଦମ୍ଦାର ଖେଳ ପ୍ରଦର୍ଶନ କରି ଇତିହାସ ରଚିଛନ୍ତି । େୱଷ୍ଟଇଣ୍ଡିଜ ବିପକ୍ଷ ଥିବା ଏହି ମ୍ୟାଚ୍ରେ ସ୍ମୃତି ମାନ୍ଧନା ଓ ହରମନପ୍ରୀତ କୌରଙ୍କ ଶତକ ବଳରେ ଭାରତ ନୂଆ ଇତିହାସ ସୃଷ୍ଟି କରିଛନ୍ତି ।
ଏହାସହିତ େୱଷ୍ଟଇଣ୍ଡିଜ ବିପକ୍ଷରେ ନିର୍ଦ୍ଧାରିତ ୫୦ ଓଭରରେ ୩୧୭ ରନ୍ କରିବା ସହ ବିଶ୍ୱକପରେ ଭାରତ ନିଜର ସର୍ବାଧିକ ସ୍କୋର କରିବାର ରେକର୍ଡ କରିଛି । ମହିଳା ବିଶ୍ୱକପରେ ଏହା ୯ମ ସର୍ବାଧିକ ଦଳୀୟ ସ୍କୋର । ତେବେ ବିଶ୍ୱକପରେ ସର୍ବାଧିକ ଦଳୀୟ ସ୍କୋରର ରେକର୍ଡ ଅଷ୍ଟ୍ରେଲିଆ ନାମରେ ରହିଛି । ଅଷ୍ଟ୍ରେଲିଆ ଗୋଟିଏ ଇନିଂସରେ ୪୧୨ ରନ୍ କରିବାକୁ ସକ୍ଷମ ହୋଇଥିଲା ।
େୱଷ୍ଟଇଣ୍ଡିଜ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ପ୍ରଥମରୁ ହିଁ ସର୍ତକତାର ସହ ଇନିଂସ ଆରମ୍ଭ କରିଥିଲା । ଆଉ ଥରେ କ୍ରିଜରେ ଜମିବା ପରେ ସ୍ମୃତିଙ୍କ ବ୍ୟାଟରୁ ବାହାରିଥିଲା ଦମ୍ଦାର ସଟ୍ । ଗୋଟିଏ ପଟେ ସ୍ମୃତି ଇନିଂସ ସମ୍ଭାଳିଥିବା ବେଳେ ଅନ୍ୟପଟେ ଭାରତର ୱିକେଟ ମଧ୍ୟ ଖସି ଚାଲିଥିଲା ।
ଆଉ ଭାରତର ଏହି ସଙ୍କଟ ସମୟରେ ହରମନପ୍ରୀତ କୌର ନିଜ ଖେଳର ଯାଦୁ ପଦର୍ଶନ କରିଥିଲେ । ଉଭୟ ସ୍ମୃତି ଓ ହରମନପ୍ରୀତ ପାଳି ସମ୍ଭାଳିବା ସହ ଶତକ ହାସଲ କରିଥିଲେ । ସ୍ମୃତି ୧୨୩ ରନ୍ କରିଥିବା ବେଳେ କୌର ୧୦୯ ରନ୍ କରି େୱଷ୍ଟଇଣ୍ଡିଜ ସାମ୍ନାରେ ଏକ ବିଶାଳ ବିଜୟ ଲକ୍ଷ୍ୟ ରଖିଛନ୍ତି ।
ସୂଚନା ଥାଉଯେ, ଚଳିତ ଆଇସିସି ମହିଳା ବିଶ୍ୱକପରେ ଭାରତ ୩ଟି ମ୍ୟାଚ୍ ଖେଳିଛି । ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ନୁ୍ୟଜିଲାଣ୍ଡ ବିପକ୍ଷରେ ପରାଜିତ ହୋଇଛି । ତେବେ େୱଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ମ୍ୟାଚରେ ଉଭୟ ସ୍ମୃତି ଓ କୌର ଶତକ ହାସଲ କରିବା ସହ ଚଳିତ ବିଶ୍ୱକପର ସର୍ବାଧିକ ରନ୍ ସ୍କୋର କରିଛନ୍ତି ।

Comments are closed.