କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲେ ଡା. ହୃଷିକେଶ ମଲ୍ଲିକ

ସମ୍ମାନଜନକ ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କଲେ ୨୪ ଜଣ ବିଜେତା

ଭୁବନେଶ୍ୱର/ ଦିଲ୍ଲୀ : ମାର୍ଚ୍ଚ ୧୨: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ‘ସାହିତ୍ୟୋତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଭାରତର ସବୁଠୁ ସମାବେଶୀ ସାହିତ୍ୟ ଉତ୍ସବ ବୋଲି ବିବେଚନା କରାଯାଉଛି । ନୂଆଦିଲ୍ଲୀ ସ୍ଥିତ ରବିନ୍ଦ୍ର ଭବନ ଲନ୍‌ଠାରେ ‘ଜନଜାତି ଲେଖକ ସମ୍ମିଳନୀ’ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୪ଟି ଜନଜାତି ଭାଷାର ପ୍ରତିନିଧିତ୍ୱ ଦେଖିବାକୁ ମିଳିଥିଲା । ବିଶିଷ୍ଟ ବଲ୍‌ତି କବି ଅଖୋନେ ଅଜଗର ଅଲି ବଶରତ ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ ।

ସେହିପରି ୨୪ ଜଣ ଲେଖକଙ୍କୁ ସମ୍ମାନଜନକ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ ପ୍ରଦାନ କରାଯାଇଥିଲା । ଓଡ଼ିଆ ଭାଷାରେ ବିଶିଷ୍ଟ କବି ତଥା ସାହିତି୍ୟକ ଡା. ହୃଷିକେଶ ମଲ୍ଲିକଙ୍କୁ କେନ୍ଦ୍ର ସାହିତ୍ୟ ଏକାମଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସାହିତ୍ୟ ଏକାଡେମୀର ସଭାପତି ଡକଫର ଚନ୍ଦ୍ରଶେଖର କମ୍ବାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ବିତରଣ ସମାରୋହରେ ବିଶିଷ୍ଟ ମରାଠୀ ଲେଖକ ଡକଫର ଭାଲଚନ୍ଦ୍ର ନେମାଦେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲେ ଡା. ହୃଷିକେଶ ମଲ୍ଲିକ

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତାମାନଙ୍କ ମଧ୍ୟରେ-
ଅନୁରାଧା ଶର୍ମା ପୂଜାରୀ (ଅହମିୟା), ବ୍ରତ୍ୟ ବସୁ (ବଙ୍ଗଳା), ମୋଦାୟ ଗାହାୟ (ବୋଡୋ), ରାଜ ରାହି (ଡୋଗ୍ରୀ), ନମିତା ଗୋଖଲେ (ଇଂରାଜୀ), ଯଜ୍ଞେଶ ଦଭେ (ଗୁଜରାଟୀ), ଦୟା ପ୍ରକାଶ ସିହ୍ନା (ହିନ୍ଦୀ), ୱାଲି ମହମ୍ମଦ ଅସୀର କିସ୍ତୱାରୀ (କଶ୍ମିରୀ), ସଞ୍ଜୀବ ଭେରେଙ୍କର (କୋଙ୍କଣୀ), ଜଗଦୀଶ ପ୍ରସାଦ ମଣ୍ଡଳ (ମୈଥିଳୀ), ଜର୍ଜ ଓଣକର (ମାଲାୟଲମ), ଥୋକୋଚୋମ୍‌ ଇବୋହାନବୀ ସିଂ (ମଣିପୁରୀ), କୀରଣ ଗୌରବ (ମରାଠୀ), ଛବିଲାଲ ଉପାଧ୍ୟାୟ (ନେପାଳୀ), ହୃଷିକେଶ ମଲ୍ଲିକ (ଓଡ଼ିଆ), ଖାଲିଦ୍‌ ହୁସୈନ (ପଞ୍ଜାବୀ), ମୀଠେଶ ନିର୍ମୋହୀ (ରାଜସ୍ଥାନୀ), ନିରଞ୍ଜନ ହାଁସଦା (ସାନ୍ତାଳୀ), ଅର୍ଜ୍ଜୁନ ଚାୱଲା (ସିନ୍ଧୀ), ଅମ୍ବାଇ (ତାମିଲ), ଗୋରେତି ଭେଙ୍କନ୍ନା (ତେଲୁଗୁ), ଚନ୍ଦର ଭାନ୍‌ ଖୟାଲ (ଉର୍ଦ୍ଦୁ), ବିନ୍ଧେଶ୍ୱରୀ ପ୍ରସାଦ ମିଶ୍ରା ବିନୟଦ (ସଂସ୍କୃତ) ସମ୍ମାନିତ ହୋଇଥିଲେ ।

Govt

Comments are closed.