‘ଆମଲେଟ୍‌ ମ୍ୟାନ’ ଅଫ୍‌ ଇଣ୍ଡିଆ

ମାତ୍ର ୫ ଟଙ୍କାରେ ମିଳୁଛି ସ୍ୱାଦିଷ୍ଟ ଆମଲେଟ୍‌ । ଆପଣଙ୍କୁ ଏହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁଥିବ । କାରଣ ଦିନକୁ ଦିନ ଯେପରି ଭାବେ ସମସ୍ତ ଜିନିଷ ଓ ଖାଦ୍ୟପେୟର ଦାମ ବଢୁଛି, ୫ ଟଙ୍କାରେ ଆମଲେଟ୍‌ ମିଳିବା ଅସମ୍ଭବ । ବାସ୍ତବରେ କେରଳର ଅର୍ଜୁନ ନାୟର ଦୁନିଆର ସବୁଠୁ ଶସ୍ତା ଆମଲେଟ୍‌ ବିକ୍ରି କରୁଛନ୍ତି ।

‘ଆମଲେଟ୍‌ ମ୍ୟାନ’ ଅଫ୍‌ ଇଣ୍ଡିଆ
କେବଳ ସେତିକି ନୁହେଁ ଅର୍ଜୁନ ତାଙ୍କ ଗ୍ରାହକଙ୍କୁ କ୍ରିଏଟିଭ୍‌ ଉପାୟରେ ପ୍ରଡକଫ ବିକ୍ରି କରୁଛନ୍ତି । ଏହି କାରଣରୁ ଅର୍ଜୁନ ନାୟର ‘ଆମଲେଟ୍‌ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ ନାମରେ ସାରା ଦେଶରେ ପରିଚିତ । ଯୁବ ଉଦ୍ୟୋଗୀ ଅର୍ଜୁନ ଅଣ୍ଡା ବ୍ୟବସାୟରେ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି ଏବଂ ସଫଳ ମଧ୍ୟ ହୋଇଛନ୍ତି ।

‘ଆମଲେଟ୍‌ ମ୍ୟାନ’ ଅଫ୍‌ ଇଣ୍ଡିଆ

ଅର୍ଜୁନ ଭାରତର ପ୍ରକୃତ ସ୍ୱାଦଯୁକ୍ତ ଆମେଲଟକୁ ବହୁତ କମ୍‌ ଦାମରେ ବିକ୍ରି କରି ପ୍ରସିଦ୍ଧ ଲାଭ କରିଛନ୍ତି । ସେ ‘କୁଇନ୍ସ ଇନଷ୍ଟା’ ନାମକ ଏକ ବ୍ରାଣ୍ଡ୍‌ ମଧ୍ୟ ଆରମ୍ଭ କରିଛନ୍ତି ଏବଂ କେରଳର କାଲିକଟ୍‌ରେ ଏହାକୁ ବିକିବା ଆରମ୍ଭ କରିଥିଲେ । ଅର୍ଜୁନ ମାତ୍ର ଏକ ମିନିଟରେ ଆମଲେଟ୍‌ ପ୍ରସ୍ତୁତ କରିପାରୁଛନ୍ତି ।

‘ଆମଲେଟ୍‌ ମ୍ୟାନ’ ଅଫ୍‌ ଇଣ୍ଡିଆ

ଜରୁରୀ ହିସାବରେ ଧଳା ଆମଲେଟ୍‌ ଏବଂ ହଳଦିଆ ଆମଲେଟ୍‌ ତିଆରି କରିଥାନ୍ତି । ତେବେ ଅର୍ଜୁନଙ୍କ ଆମଲେଟ୍‌ର ଚର୍ଚ୍ଚା ଆଜିକାଲି ସୋସିଆଲ ମିଡିଆରେ ଚାଲିଛି । କାରଣ ଶସ୍ତା ସହ ସ୍ୱାଦିଷ୍ଟ ଆମଲେଟ୍‌ ଯୋଗାଇପାରୁଥିବା ପ୍ରଥମ ବ୍ୟବସାୟୀ ଭାବେ ଅର୍ଜୁନ ଏବେ ସାରା ଦେଶରେ ଲୋକପ୍ରିୟତା ହାସଲ କରୁଛନ୍ତି ।

Govt

Comments are closed.