ୟୁକ୍ରେନ୍‌ରେ ଧ୍ୱସ୍ତ ହୋଇଛି ବିଶ୍ୱର ଦ୍ୱିତୀୟ ବୃହତ ‘ସରୋଗାସୀ’ ବ୍ୟବସାୟ

କିଭ୍‌ : ପ୍ରଥମେ କରୋନା ମହାମାରୀ ଓ ଏବେ ଯୁଦ୍ଧ ବିଶ୍ୱର ବୃହତ ‘ଭଡ଼ା ଗର୍ଭ’ ବା ‘ସରୋଗେସୀ’ ବ୍ୟବସାୟ ଧ୍ୱସ୍ତବିଧ୍ୱସ୍ତ ହୋଇପଡ଼ିଛି । ଶହଶହ ଶିଶୁ ଏବେ ବୋମାନିରୋଧୀ ଆଶ୍ରୟ କେନ୍ଦ୍ର ପାଲଟିଥିବା ହୋଟେଲ ଓ ଅନ୍ୟ ସ୍ଥାନରେ ନିଜର ବାସ୍ତବ ପିତା-ମାତାଙ୍କୁ ଅପେକ୍ଷା କରିଛନ୍ତି । ସେହିପରି ଅର୍ଥ ଉପାର୍ଜନ ପାଇଁ ନିଜ ଗର୍ଭକୁ ଭଡ଼ାରେ ଦେଇଥିବା ବହୁ ସଂଖ୍ୟକ ଜନ୍ମଦାତ୍ରୀ ମଧ୍ୟ ଅନିଶ୍ଚିତ ଭବିଷ୍ୟତକୁ ଚାହିଁ ବସିଛନ୍ତି । ଏଭଳି ପରିସ୍ଥିତି ଏବେ ୟୁକ୍ରେନରେ ଉପୁଜିଛି । କହିବା ବାହୁଲ୍ୟରେ ଯେ, ୟୁକ୍ରେନ୍‌ ହେଉଛି ଆମେରିକା ପଛକୁ ବିଶ୍ୱର ସର୍ବବୃହତ ତଥା ସବୁଠୁ ଲୋକପ୍ରିୟ ସରୋଗେସୀ ବ୍ୟବସାୟ କେନ୍ଦ୍ର । ଏଠାରେ ଶତାଧିକ ସରୋଗେସୀ କ୍ଲିନିକ ବ୍ୟବସାୟ ଚଳାଇଛନ୍ତି । ଏଠାରେ ସରୋଗେସୀ ମାଧ୍ୟମରେ ବାର୍ଷିକ ଦୁଇରୁ ଅଢ଼େଇ ହଜାର ଶିଶୁ ଜନ୍ମ ହୋଇଥାଆନ୍ତି ।
ୟୁକ୍ରେନ୍‌ରେ ଧ୍ୱସ୍ତ ହୋଇଛି ବିଶ୍ୱର ଦ୍ୱିତୀୟ ବୃହତ ‘ସରୋଗାସୀ’ ବ୍ୟବସାୟ

ଏଥିପାଇଁ ଉଦ୍ଦିଷ୍ଟ କ୍ଲିନିକଗୁଡ଼ିକରେ ପ୍ରାୟ ୮୦୦ ଗର୍ଭବତୀ ଯେ କୌଣସି ସମୟରେ ଦେଖିବାକୁ ମିଳନ୍ତି । ଅପରପକ୍ଷରେ ନିଜ ଶିଶୁଙ୍କୁ ଚାହିଁ ରହିଥିବା ଶତାଧିକ ୟୁରୋପୀୟ ରାଷ୍ଟ୍ର, ଆମେରିକା, ଆୟାରଲାଣ୍ଡ, ଚୀନ୍‌, ଫ୍ରାନ୍‌ସ, ସ୍ପେନ୍‌, ଇଟାଲୀ, ଜର୍ମାନୀ, ବୁଲଗେରିଆ, ରୋମାନିଆ, ଅଷ୍ଟ୍ରିଆ, ମେକ୍‌ସିକୋ ଓ କାନାଡ଼ା ଭଳି ୧୨ଟି ଦେଶର ଦମ୍ପତି ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି । ଏହି ବ୍ୟବସାୟ ସହ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ମଧ୍ୟ ବିପୁଳ କ୍ଷତି ଆଶଙ୍କାରେ ବୁଡ଼ି ରହିଛନ୍ତି ।
ୟୁକ୍ରେନ୍‌ରେ ଧ୍ୱସ୍ତ ହୋଇଛି ବିଶ୍ୱର ଦ୍ୱିତୀୟ ବୃହତ ‘ସରୋଗାସୀ’ ବ୍ୟବସାୟ

କିଭ୍‌ର ଅଗ୍ରଣୀ ସରୋଗେସୀ କ୍ଲିନିକ ‘ବାୟୋ ଟେକ୍‌ସକମ୍‌’ ପକ୍ଷରୁ ସ୍ୱତନ୍ତ୍ର ଭାବେ ଯୁଦ୍ଧ ଆଶ୍ରୟସ୍ଥଳ ନିର୍ମାଣ କରାଯାଇ ସେଠାରେ ପ୍ରାୟ ୨୦୦ ଗର୍ଭବତୀ ଓ ନବଜାତଙ୍କୁ ରଖାଯାଇଛି । ପରିସ୍ଥିତି ହୃଦୟଙ୍ଗମ କରି ଆୟାରଲାଣ୍ଡ ପକ୍ଷରୁ ୟୁକ୍ରେନରେ ୪୦୦ ଏଭଳି ଗର୍ଭବତୀଙ୍କ ଥଇଥାନ ପାଇଁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି ।

ୟୁକ୍ରେନରେ ୨୦୦୨ରୁ ସରୋଗେସୀ ସେବାକୁ ଆଇନସିଦ୍ଧ କରାଯିବା ପରେ ଏହା ବଡ଼ ଧରଣର ବ୍ୟବସାୟରେ ପରିଣତ ହୋଇଛି । ବିଶେଷକରି ୨୦୧୫ରେ ଥାଇଲାଣ୍ଡ, ନେପାଳ ଓ ଭାରତ ଏହାକୁ ବେଆଇନ ଘୋଷଣା କରିବା ପରେ ୟୁକ୍ରେନରେ ବ୍ୟବସାୟ ଆକାଶ ଛୁଆଁ ହୋଇଛି । ଗୋଟିଏ ଗର୍ଭଧାରଣ ପାଇଁ ୟୁକ୍ରେନ୍‌ ମହିଳା ୧୧ହଜାର ଡଲାର ସହିତ ମାସିକ ୨୫୦ ଡଲାର ଭତ୍ତା ପ୍ରାପ୍ୟ ଦାବି କରିଥାଆନ୍ତି । ଏହା ୟୁକ୍ରେନ ସରକାରୀ କର୍ମଚାରୀଙ୍କ ଦରମାର ତିନିଗୁଣ ଅଧିକ । ମୋଟ୍‌ ଉପରେ ଦେଖିବାକୁ ଗଲେ ଗୋଟିଏ ଶିଶୁ ପାଇଁ କୌଣସି ଦମ୍ପତିଙ୍କୁ ପ୍ୟାକେଜ୍‌ ଆକାରରେ ୩୦ରୁ ୫୦ହଜାର ଡଲାର ଖର୍ଚ୍ଚ କରିବାକୁ ପଡ଼ିଥାଏ ।
ୟୁକ୍ରେନ୍‌ରେ ଧ୍ୱସ୍ତ ହୋଇଛି ବିଶ୍ୱର ଦ୍ୱିତୀୟ ବୃହତ ‘ସରୋଗାସୀ’ ବ୍ୟବସାୟ

ଏହି ପରିମାଣ ଆମେରିକାରେ ୮୦ରୁ ୧ଲକ୍ଷ ୨୦ହଜାର ଡଲାର । ଭାରତୀୟ ମୁଦ୍ରାରେ ଆମେରିକାର ଗୋଟିଏ ସରୋଗେସୀ ସନ୍ତାନ ପାଇବା ପାଇଁ ଦମ୍ପତିଙ୍କୁ ୭୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବାବେଳେ ୟୁକ୍ରେନରେ ଏହା ୪୦ଲକ୍ଷ ଟଙ୍କା ମଧ୍ୟରେ ହୋଇଥାଏ ।
ୟୁକ୍ରେନ୍‌ରେ ଧ୍ୱସ୍ତ ହୋଇଛି ବିଶ୍ୱର ଦ୍ୱିତୀୟ ବୃହତ ‘ସରୋଗାସୀ’ ବ୍ୟବସାୟ

ସେଥିପାଇଁ ୟୁକ୍ରେନ୍‌ ସରୋଗେସୀର ବଡ଼ ବଜାର ପାଲଟିଯାଇଛି । ୟୁକ୍ର୍ରେନର ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ମହିଳାମାନେ ଏହି ବ୍ୟବସାୟରେ ଅଧିକ ସଂଖ୍ୟାରେ ସାମିଲ ହୋଇଥାଆନ୍ତି । ଏହି ମହିଳାମାନେ ଅନେକ ସମୟରେ କ୍ଲିନିକ ଦ୍ୱାରା ବ୍ୟବସାୟର ସାମଗ୍ରୀ ଭାବେ ଶୋଷଣର ସମ୍ମୁଖୀନ ହେଉଥିବାବେଳେ ସେମାନଙ୍କ ଅବସ୍ଥା ଅତି ଦୟନୀୟ ବୋଲି କୁହାଯାଏ । ସେମାନଙ୍କର ଉପଯୁକ୍ତ ଡାକ୍ତରୀ ତଥା ମାନବୀୟ ଯତ୍ନ ମଧ୍ୟ ନିଆଯାଉ ନ ଥିବା ଅଭିଯୋଗ ହୋଇଆସୁଛି ।

କରୋନା ମହାମାରୀ ସମୟରେ ସରୋଗେସୀ ମାଆମାନେ ନାହିଁ ନ ଥିବା ନିର୍ଯାତନା ଭୋଗୁଥିଲେ । ଏବେ ଏହାର ପୁନରାବୃତ୍ତି ଘଟିଛି । ଶହଶହ ମହିଳା ଅଯତ୍ନରେ କାଳ କାଟୁଥିବାବେଳେ ନବଜାତ ଶିଶୁମାନେ ଅନାଥ ଭଳି ପଡ଼ି ରହିଛନ୍ତି ।
ୟୁକ୍ରେନ୍‌ରେ ଧ୍ୱସ୍ତ ହୋଇଛି ବିଶ୍ୱର ଦ୍ୱିତୀୟ ବୃହତ ‘ସରୋଗାସୀ’ ବ୍ୟବସାୟ

ସେମାନଙ୍କୁ ନେବା ପାଇଁ ବାସ୍ତବ ବାପା-ମାଆ ପହଞ୍ଚିପାରୁ ନ ଥିବାବେଳେ ମହିଳାମାନେ ପାରିଶ୍ରମିକ ପାଉ ନାହାନ୍ତି । ଏ ନେଇ ସେମାନେ ମୁହଁ ମଧ୍ୟ ଖୋଲିପାରୁ ନାହାନ୍ତି । ଏହି ସୁଯୋଗରେ ସରୋଗେସୀକୁ ବିରୋଧ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷ ସେମାନଙ୍କୁ ସହାୟତା ପାଇଁ ସଚେତନତା ସୃଷ୍ଟି କରୁଛନ୍ତି ।

Launching Ceremony of “AYUSHMAN BHARAT

Comments are closed.