ଜାଗର ଲାଗି ସ୍ୱତନ୍ତ୍ର ନିୟମ

ଭୁବନେଶ୍ୱର: ଫେବୃଆରୀ ୨୪: ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଜାଗର ପାଳନ ନେଇ ସରିଛି ବୈଠକ । କୋଭିଡ କଟକଣା ମାନି ମନ୍ଦିର ପରିସରରେ ଭକ୍ତ ଜାଳିପାରିବେ ଦୀପ । ଦର୍ଶନ ଲାଗି ମନ୍ଦିରର ଗର୍ଭଗୃହ ଭିତରକୁ ଶ୍ରଦ୍ଧାଳୁଙ୍କୁ ମନା କରାଯାଇଛି । ଆଡ଼କାଠ ନିକଟରୁ ଭକ୍ତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ କରିପାରିବେ ଦର୍ଶନ । ବୈଠକ ଶେଷରେ ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଏଥର ମନ୍ଦିର ବାହାରେ ସଙ୍ଗରୋଧ କେନ୍ଦ୍ର କରାଯିବ । ଗହଳି ହଟାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

Govt

Comments are closed.