ଡାଏଟ୍‌ରେ ସାମିଲ କରନ୍ତୁ ଏହି ଖାଦ୍ୟ, ସୁନ୍ଦର ଦିଶିବ କେଶ

ଆଜିକାଲି ସମସ୍ତଙ୍କୁ କେଶ ସମସ୍ୟାକୁ ସାମ୍ନା କରିବାକୁ ପଡୁଛି । କେଶ ଝଡ଼ିବା, ଉପୁଡ଼ିବା କିମ୍ବା କେଶ ପତଳା ହେବା ପରି ସମସ୍ୟାଗୁଡ଼ିକ ସହିତ ଆପଣ ପ୍ରିତିଦିନ ସଂଘର୍ଷ କରୁଛନ୍ତି, ତେବେ କେତେକ ଘରୋଇ ଉପଚାରକୁ ଆପଣାନ୍ତୁ । ଲମ୍ବା ଓ ଘନ କେଶ ଚାହୁଁଥିଲେ ଆପଣ ନିଜ ଡେଲି ଡାଏଟ୍‌ରେ କେତେକ ଖାଦ୍ୟକୁ ସାମିଲ କରନ୍ତୁ ।

ଆଭୋକାଡୋ:

ଡାଏଟ୍‌ରେ ସାମିଲ କରନ୍ତୁ ଏହି ଖାଦ୍ୟ, ସୁନ୍ଦର ଦିଶିବ କେଶ
କେଶ ବଢ଼ିବାରେ ଭିଟାମିନ-ଇ ବହୁତ ଜରୁରୀ ହୋଇଥାଏ । ତେଣୁ ପ୍ରତିଦିନ ଏହାକୁ ଖାଦ୍ୟରେ ସାମିଲ କରନ୍ତୁ । ଏହାକୁ ଖାଇଲେ କେଶ ଝଡ଼ିବା କମ୍‌ ହୋଇଯିବ ।

ଖଟା ଫଳ:

ଡାଏଟ୍‌ରେ ସାମିଲ କରନ୍ତୁ ଏହି ଖାଦ୍ୟ, ସୁନ୍ଦର ଦିଶିବ କେଶ
ଭିଟାମିନ-ଇ ପରି ଭିଟାମିନ-ସି ମଧ୍ୟ ଆପଣଙ୍କ ଶରୀର ପାଇଁ ସମାନ ଗୁରୁତ୍ୱପୂର୍ଣ୍ଣ । ଭିଟାମିନ-ସି କୋଲୋଜେନ୍‌ ଉତ୍ପାଦନରେ ଖଟା ଫଳ ସାହାଯ୍ୟ କରିଥାଏ, ଯାହା ଆପଣଙ୍କ କେଶକୁ ସାଇନିଂ ଏବଂ ସୁନ୍ଦର କରିବ ।

ପାଳଙ୍ଗ:

ଡାଏଟ୍‌ରେ ସାମିଲ କରନ୍ତୁ ଏହି ଖାଦ୍ୟ, ସୁନ୍ଦର ଦିଶିବ କେଶ
ଆଇରନ, ଭିଟାମିନ-ଏ ଏବଂ ଭିଟାମିନ-ସି ପରି ପୋଷକ ତତ୍ତ୍ୱରେ ଭରପୂର ପାଳଙ୍ଗ କେଶର ବୃଦ୍ଧିରେ ସହାୟକ ହୋଇଥାଏ । ଏହା ଆଇରନର ବଡ ଉତ୍ସ, ଯାହା ଆପଣଙ୍କ ସ୍କାଲ¬କୁ ହାଇଡ୍ରେଟ୍‌ ଏବଂ ସୁସ୍ଥ ରଖିବା ପାଇଁ କାମ କରେ ।

ଗାଜର:

ଡାଏଟ୍‌ରେ ସାମିଲ କରନ୍ତୁ ଏହି ଖାଦ୍ୟ, ସୁନ୍ଦର ଦିଶିବ କେଶ
ଭିଟାମିନ-ଏରେ ଭରୂପର ଗାଜର ଆପଣଙ୍କ କେଶ ପାଇଁ ବହୁତ ଲାଭଦାୟକ । ଏହା ଆପଣଙ୍କ କେଶକୁ ଶକ୍ତିଶାଳୀ, ଲମ୍ବା ଏବଂ ଘନ କରିବାରେ ସାହାଯ୍ୟ କରିଥାଏ । ଗାଜର ଆପଣଙ୍କ ରକ୍ତ ସଞ୍ଚାଳନରେ ଉନ୍ନତି ଆଣେ ଏବଂ ଧୂସର କେଶର ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରେ ।

ବାଦାମ:

ଡାଏଟ୍‌ରେ ସାମିଲ କରନ୍ତୁ ଏହି ଖାଦ୍ୟ, ସୁନ୍ଦର ଦିଶିବ କେଶ
ଏଥିରେ ଭିଟାମିନ-ଇ, ବି ପରି ପୋଷକ ତତ୍ତ୍ୱ ସହିତ ପରିପୂର୍ଣ୍ଣ, ଯାହା କେଶ ବୃଦ୍ଧିରେ ସାହାଯ୍ୟ କରେ । ତେଣୁ ପ୍ରତିଦିନ ବାଦାମ ଖାଆନ୍ତୁ ।

ଅମୃତଭଣ୍ଡା:

ଡାଏଟ୍‌ରେ ସାମିଲ କରନ୍ତୁ ଏହି ଖାଦ୍ୟ, ସୁନ୍ଦର ଦିଶିବ କେଶ
ଏଥିରେ ଥିବା ଭିଟାମିନ-ସି ଆପଣଙ୍କ କେଶର ବୃଦ୍ଧି ଏବଂ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ । ପାଚିଲା ଅମୃତଭଣ୍ଡା କୋଲାଜେନ ଉତ୍ପାଦନରେ ସାହାଯ୍ୟ କରେ ଏବଂ ସୁସ୍ଥ ରଖେ ।

ଅଣ୍ଡା:

ଡାଏଟ୍‌ରେ ସାମିଲ କରନ୍ତୁ ଏହି ଖାଦ୍ୟ, ସୁନ୍ଦର ଦିଶିବ କେଶ
ଅଣ୍ଡାରେ ଥିବା ଉଭୟ ପ୍ରୋଟିନ ଏବଂ ବାୟୋଟିନ କେଶ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ । ଏଥିରେ ଯେକୌଣସି ଗୋଟିଏର ଅଭାବ ହେଲେ କେଶ ଝଡ଼ିବା ଆରମ୍ଭ କରେ, ତେଣୁ ଅଣ୍ଡା ଖାଇଲେ କିମ୍ବା ମୁଣ୍ଡରେ ଲଗାଇଲେ ଭଲ ହୋଇଥାଏ ।

Comments are closed.