ଆସନ୍ତା ୧୨ରେ ଖୋଲିବ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର: ଫେବୃଆରୀ ୦୮: ଆସନ୍ତା ୧୨ ତାରିଖରୁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । ହିନ୍ଦୁ ମନ୍ଦିର ସମେତ ମସଜିଦ୍‌, ଚର୍ଚ୍ଚ, ଗୁରୁଦ୍ୱାରା ଆଦି ଧର୍ମାନୁଷ୍ଠାନ ଖୋଲିବାକୁ ଯାଉଛି । କୋଭିଡ୍‌ କଟକଣା ମଧ୍ୟରେ ଏହିପରି ନିଷ୍ପତ୍ତି ନେଇଛନ୍ତି ବିଏମ୍‌ସି । ତେବେ ସଂପୂର୍ଣ୍ଣ ଟିକା ନେଇଥିବା ଶ୍ରଦ୍ଧାଳୁଙ୍କୁ ହିଁ କେବଳ ଦର୍ଶନ କରିପାରିବେ ବୋଲି ନିୟମ ରହିଛି । ଦର୍ଶନ ପାଇଁ ଟିକା ପ୍ରମାଣପତ୍ର ସହ ଆଧାର କିମ୍ବା ଭୋଟର ଆଇଡି କାର୍ଡ କିମ୍ବା ଏହାର ଫଟୋ କପି ଦେଖାଇବାକୁ ପଡ଼ିବ ।

ଅନ୍ୟପକ୍ଷରେ, ଲିଙ୍ଗରାଜ ମନ୍ଦିରରେ ଥରକେ ଶହେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି । ୧୫ ବର୍ଷରୁ କମ୍‌ ବୟର ପିଲାମାନେ ଆଇଡି ପ୍ରୁଫ୍‌ ଦେଖାଇ ଅଭିଭାବକଙ୍କ ସହ ଧର୍ମାନୁଷ୍ଠାନ ଭିତରକୁ ଯାଇପାରିବେ ।

Govt

Comments are closed.