ଆଖିରୁ ଜାଣିହେବ ହୃଦଘାତ୍‌ ଆଶଙ୍କା

ବିଭିନ୍ନ ସମୟରେ ହୃଦଘାତ୍‌ କାରଣରୁ ଜୀବନ ହାନି ହୋଇଥାଏ, ଯାହା ହଠାତ୍‌ ହେବା ଫଳରେ ଅନେକ ଦୁଃଖ ସହ ସମସ୍ୟା ସୃଷ୍ଟି କରାଇଥାଏ । ତେବେ ବର୍ତ୍ତମାନ ଆଖିରୁ ଜାଣିହେବ ଜଣେ ବ୍ୟକ୍ତିଙ୍କର ହୃତଘାତ ସମ୍ବନ୍ଧରେ । ଯଦି ଜଣେ ବ୍ୟକ୍ତିଙ୍କର ହୃତଘାତ୍‌ ହେବାର ସମ୍ଭାବନା ଅଧିକା ଥାଏ ତେବେ ଏ ସମ୍ପର୍କରେ ଆଖି ସ୍କାନ୍‌ରୁ ଜାଣିହେବ । ଏହି ଉପାୟ ଆଖିର ରେଟିନାରେ ଥିବା ଛୋଟଛୋଟ ରକ୍ତ କଣିକାକୁ ପରିବର୍ତ୍ତନ କରିଥାଏ, ଯାହା ବିଭିନ୍ନ ଭସକୁଲାର ରୋଗ ଏବଂ ହୃତପିଣ୍ଡ ଉପରେ ପଡୁଥିବା ପ୍ରଭାବ ସମ୍ବନ୍ଧରେ ତଥ୍ୟ ଦେବ । ଏହି ଗବେଷଣାରେ ବୈଜ୍ଞାନିକ ମାନେ ପ୍ରାୟ ୫ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ସାମିଲ କରିଥିଲେ । ଗବେଷଣା ସମୟରେ ସେମାନେ ରୋଗୀର ରେଟିନା ଓ ହୃତପିଣ୍ଡ ରେ ହେଉଥିବା ପରିବର୍ତ୍ତନକୁ ଲକ୍ଷ କରିଥିଲେ । ବର୍ତ୍ତମାନ ଏମ୍‌ଆର୍‌ଆଇ କିମ୍ବା ଇକୋକାର୍ଡିଓଗ୍ରାଫି ଦ୍ୱାରା ହିଁ ଏହାକୁ ଜାଣି ହେଉଛି । ତେବେ ବୈଜ୍ଞାନିକଙ୍କ ମତରେ ପ୍ରାୟ ୭୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ହୃତଘାତକୁ ନେଇ ସଠିକ୍‌ ତଥ୍ୟ ଏହି ଏଆଇ ଟେକ୍ନୋଲୋଜି ସାହାଯ୍ୟରେ ମିଳିପାରିବ । ଆଗକୁ ଏହି ପଦ୍ଧତି ଚିକତ୍ସା କ୍ଷେତ୍ରରେ ବେଶ୍‌ ସହାୟକ ହେବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏହି ଉପାୟରେ ଅନେକ ଜୀବନ ମଧ୍ୟ ମହଜରେ ବଞ୍ଚିପାରିବ ।

Comments are closed.