ସ୍ୱାଧୀନତା ଦିବସକୁ ସ୍ୱତନ୍ତ୍ର କରିବା ପାଇଁ ମହିଳାମାନେ ନା କେବଳ ତ୍ରିରଙ୍ଗା ରଙ୍ଗର ଆଉଟଫିଟ୍ ପିନ୍ଧନ୍ତି ତାହା ନୁହେଁ ବରଂ ମ୍ୟାଚିଂ ଜୁଏଲରୀ ଏବଂ ମେକଅପ୍ ମଧ୍ୟ କରିଥାନ୍ତି ।
ହେଲେ ସ୍ୱାଧୀନତା ଦିବସ ଅବସରରେ ମହିଳାମାନେ ଟ୍ରାଏକଲର୍ ନେଲ୍ ଆର୍ଟ କରୁଥିବା ଏବେ ଟ୍ରେଣ୍ଡ୍ ପାଲଟିଛି । ନିଜକୁ ଦେଶଭକ୍ତିରେ ରଙ୍ଗେଇବା ପାଇଁ ଧଳା, କମଳା ଏବଂ ସବୁଜ କଲର୍ର ନେଲ୍ ପେଣ୍ଟ୍ ଆଜିକାଲି ଫ୍ୟାଶନରେ ପରିଣତ ହୋଇଛି ।
-ସ୍ୱାଧୀନତା ଦିବସରେ ନିଜକୁ ଖାସ୍ ଲୁକ୍ ଦେବାକୁ ଚାହୁଁଥିଲେ ଆପଣ ଟ୍ରାଇକଲର୍ ଚୁଡ଼ି ପିନ୍ଧିବା ସହ ଜାତୀୟ ପତାକା ନେଲ୍ ଆର୍ଟ ମଧ୍ୟ ନଖରେ କରିପାରିବେ ।
କଲରଫୁଲ୍ ଚୁଡ଼ି ସହ ଏହି ନେଲ୍ ଆର୍ଟ ହାତକୁ କମ୍ପ୍ଲିଟ୍ ଏବଂ ସୁନ୍ଦର ଲୁକ୍ ଦେବ ।
-ଏହି ଦିନ ଆପଣ ନିଜ ନଖରେ ସ୍ଲୋଗାନ ନେଲ୍ ଆର୍ଟ ମଧ୍ୟ କରିପାରିବେ ।
ଏହା କରିବା ଦ୍ୱାରା ଦେଶଭକ୍ତିର ଝଲକ ମିଳିଥାଏ । ଆପଣ ନଖରେ ଆଇ ଲଭ୍ ଇଣ୍ଡିଆ, ଜୟ ହିନ୍ଦ ଏବଂ ମେରା ଭାରତ ମହାନ ଲେଖିପାରିବେ ।
-ଏହାସହ ଆପଣ ନଖରେ ଦେଶର ମାନଚିତ୍ର କରିପାରିବେ ।
ଏହି ମାନଚିତ୍ରକୁ ଟ୍ରାଇକଲର ଦେଇପାରିବେ । ଏହି ନେଲ୍ ଆର୍ଟ ଦ୍ୱାରା ଆପଣଙ୍କ ନଖ ଆକର୍ଷଣୀୟ ସହ ପରଫେକଫ ଦେଖାଯିବ । ଏଥିରେ ମଧ୍ୟ ଜିଙ୍କ୍ ଲଗାଇପାରିବେ ।

Comments are closed.