ସାମଗ୍ରୀ- ଦୁଇଟି ଛୋଟ କଟା ପିଆଜ, ଅଲିଭ ତେଲ, ଗୋଟିଏ କଟା ହୋଇଥିବା ଗାଜର, ଅଧା ଚାମଚ ଛୋଟ କଟା ଅଦା, କଟା ହୋଇଥିବା କଞ୍ଚାଲଙ୍କା ଗୋଟିଏ, ଅଳ୍ପ ପରିମାଣ କଟା ଲେମନ୍ ଗ୍ରାସ, ୫ରୁ ୬ ଲେମ୍ବୁ ପତ୍ର, ଗୋଟିଏ ବିଟ୍ କଟାହୋଇଥିବା, ଏକ ଚାମଚ ଧଳା ଭିନେଗାର, ୨୫୦ ଗ୍ରାମ ପରିବା ସିଝା ପାଣି, ଅଳ୍ପ ମରିଚ ଗୁଣ୍ଡ, ୨୦୦ ଗ୍ରାମ ନଡିଆ ରସ, ଏକ ଚାମଚ କ୍ରିମ୍ ।
ପ୍ରଣାଳୀ- ପ୍ରଥମେ ଅଲିଭ ତେଲକୁ ଗରମ କରନ୍ତୁ । ଏଥିରେ କଟା ପିଆଜ, ଗାଜର ଓ ଅଦା ଖଣ୍ଡ ପକାଇ ଭାଜନ୍ତୁ ।
ଏହାପରେ ଏଥିରେ କଞ୍ଚାଲଙ୍କା, ଲେମନ ଗ୍ରାସ, ଲେମ୍ବୁ ପତ୍ର ପକାଇ ମିଶାନ୍ତୁ । ପରେ ସେଥିରେ ବିଟ୍ରୁଟ ପକାଇ ଗୋଳାନ୍ତୁ । ଅଳ୍ପ ସମୟପରେ ଏଥିରେ ଭିନେଗାର ପକାନ୍ତୁ । ଏହାକୁ ଟିକେ ଗୋଳାଇବା ପରେ ଏଥିରେ ପରିବା ସିଝା ପାଣିକୁ ମିଶାନ୍ତୁ । ଏହାପରେ ଏଥିରେ ମରିଚ ଗୁଣ୍ଡ,ଲୁଣ ଓ ନଡିଆରସ ପକାଇ ଗୋଳାନ୍ତୁ । ମିଶ୍ରଣକୁ କିଛି ସମୟ ପାଇଁ ଫୁଟାନ୍ତୁ । ଏହାପରେ ଥଣ୍ଡା ମିଶ୍ରଣକୁ ଅଳ୍ପ ସମୟ ପାଇଁ ଗ୍ରାଇଣ୍ଡିଂ କରିନିଅନ୍ତୁ । ଏଥିରେ କ୍ରିମ ମିଶାଇ ପରଷନ୍ତୁ ବିଟ୍ରୁଟ୍ ନଡିଆ ସୁପ୍ । ଏହାକୁ ସର୍ବଦା ଥଣ୍ଡା ହେବା ପରେ ପରଷନ୍ତୁ ।
Comments are closed.