ଦିଲ୍ଲୀ: ଜନୁଆରୀ ୦୬: ବିସିସିଆଇ ଆସନ୍ତା ମାସ ମାର୍ଚ୍ଚ ମାସରୁ ଆରମ୍ଭ ହେବାକୁ ଥିବା ମହିଳା ଦିନିକିଆ ବିଶ୍ୱକପ ୨୦୨୨ର ଘୋଷଣ କରିଛି । ଏଥିରେ ଆଇସିସିର ୧୫ ଜଣିଆ ଭାରତୀୟ ମହିଳା ଖେଳାଳୀଙ୍କ ଏକ ଦଳ ଗଠନ ହୋଇଛି । ମିତାଲୀ ରାଜ ଏହି ଦଳର ଅଧିନାୟିକା ହେବେ ବୋଲି ବିସିସିଆଇ ଘୋଷଣା କରିଛି । ସେହିପରି ଟି-୨୦ ଅଧିନାୟିକା ହରମନପ୍ରୀତ କୌର ଉପଅଧିନାୟିକା ଭାବେ ଦାୟିତ୍ୱ ପାଇଛନ୍ତି ।
ଚଳିତ ବର୍ଷ ମାର୍ଚ୍ଚ ୪ରୁ ଏପ୍ରିଲ ୩ ତାରିଖ ଯାଏ ନୁ୍ୟଜିଲ୍ୟାଣ୍ଡରେ ମ୍ୟାଚ୍ ଅନୁଷ୍ଠିତ ହେବ । ତେବେ ଏହି ଭାରତୀୟ ମହିଳା ବିଶ୍ୱକପରେ ଯୁବ ଖେଳାଳୀ ଜେମିମା ଓ ଶିଖା ପାଣ୍ଡେଙ୍କୁ ସ୍ଥାନ ମିଳିନଥିବା ସୂଚନା ମିଳିଛି । ନୁ୍ୟଜିଲ୍ୟାଣ୍ଡ ବିପକ୍ଷରେ ୫ଟି ଦିନିକିଆ ମ୍ୟାଚ୍ ଖେଳ ହେବ । ଏହି ସିରିଜ ବିଶ୍ୱକପର ଠିକ ପୂର୍ବରୁ ଅର୍ଥାତ ଫେବୃଆରୀ ମାସରେ ଖେଳାଯିବ । ସେହିପରି ଦୁଇ ଦଳ ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ଖେଳରେ ଦଳ ନେତୃତ୍ୱ ହରମନପ୍ରୀତ କୌର କରିବେ ।
ଦିନିକିଆ ବିଶ୍ୱକପ ମ୍ୟାଚ ଖେଳିବ ପାଇଁ ବଛାଯାଇଥିବା ଖେଳାଳୀଙ୍କ ନାମ-
ମିତାଲୀ ରାଜ (ଅଧିନାୟକ), ହରମନପ୍ରୀତ କୌର(ଉପଅଧିନାୟକ), ସ୍ମୃତି ମନ୍ଧାନା, ଶେଫାଲି ବର୍ମା, ୟାସ୍ତିକା ଭାଟିଆ, ଦୀପ୍ତି ଶର୍ମା, ଋଚା ଘୋଷ(ୱିକେଟ କିପର), ସ୍ନେହା ରାଣା, ଝୁଲଣ ଗୋସ୍ୱାମୀ, ପୂଜା ଭାସ୍ତରକର, ମେଘନା ସିଂହ, ରେଣୁକା ସିଂହ ଠାକୁର, ତାନିୟା ଭାଟିଆ( ୱିକେଟ କିପର), ରାଜେଶ୍ୱରୀ ଗାଏକ ୍ୱାଡ, ପୁନମ ଯାଦବ । ଷ୍ଟାଣ୍ଡବାଇ ଖେଳାଳୀଙ୍କ ମଧ୍ୟରେ ସବିନେନୀ ମେଘନା, ଏକତା ବିଷ୍ଟ ଓ ସିମରନ ଦିଲ ବାହାଦୂର ରହିଛନ୍ତି ।

Comments are closed.