ବିଭିନ୍ନ ସମୟରେ ଭିନ୍ନଭିନ୍ନ ପ୍ରକାରର ଖାଦ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କେତେବେଳେ କିଏ ଖାଦ୍ୟ ଖାଇବାରେ ରେକର୍ଡ କଲାଣି ତ ଆଉ କିଏ କିଛି ଅଜବ ରାନ୍ଧି ଭାଇରାଲ ହେଉଛି । ତେବେ ଏହି ତାଲିକାରେ ନିକଟରେ ଯୋଡି ହୋଇଛି ଆଉ ଏକ ଖାଦ୍ୟ । ଏହି ତାଲିକାରେ ସାମିଲ ହୋଇଛି ଏକ କେକ୍ ପପ୍ ।
ନିଜର ଆକାର ପାଇଁ ଏହି କେକ୍ଟି ରେକର୍ଡରେ ସାମିଲ ହୋଇଛି । କେକ୍ଟିର ଓଜନ ରହିଛି ୪୦ କେଜି । ୟୁଏସ୍ଏର ଦୁଇଜଣ ରୋଷେୟା ମିଶିକରି ଏହି କେକ୍ ଟିକୁ ପ୍ରସ୍ତୁତ କରିଛନ୍ତି । କେକ୍ ପ୍ରସ୍ତୁତିର ଏକ ଭିଡିଓ ସେ ସୋସିଆଲ ମିଡିଆରେ ଛାଡିଛନ୍ତି । ଭିଡିଓଟି ଲୋକଙ୍କୁ ବେଶ୍ ପସନ୍ଦ ଆସିବା ସହିତ ଭାଇରାଲ ହେବାରେ ଲାଗିଛି ।
Comments are closed.