କଳା ଆକର୍ଷଣୀୟର କେନ୍ଦ୍ର ପାଲଟିଛି ଆଫ୍ରିକାର ଗ୍ରାମ ‘ଟିବେଲେ’

ଆଫ୍ରିକା: ଆଫ୍ରିକାର ପ୍ରତିଟି ଦେଶରେ ଭିନ୍ନ ଭିନ୍ନ ପରମ୍ପରା, ସଂସ୍କୃତି ଏବଂ ନିୟମ ରହିଛି, ଯାହା ଅନ୍ୟ ଦେଶଠାରୁ ସ୍ୱତନ୍ତ୍ର ଏବଂ ଅନନ୍ୟ ହୋଇଥାଏ । ହେଲେ ୫୪ଟି ଦେଶ ଥିବା ଏହି ମହାଦେଶରେ ଏପରି ଏକ ଦେଶ ରହିଛି ଯେଉଁଠି ପ୍ରକୃତିର କିଛି ନିଆରା ଦୃଶ୍ୟ ଦେଖିବାକୁ ପାଇବେ, ଯାହାକୁ ଦେଖି ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ ।
 କଳା ଆକର୍ଷଣୀୟର କେନ୍ଦ୍ର ପାଲଟିଛି ଆଫ୍ରିକାର ଗ୍ରାମ ‘ଟିବେଲେ’

ରିପୋର୍ଟ ଅନୁଯାୟୀ, ଆଫ୍ରିକାର ଘାନା ସୀମାରେ ବୁର୍କିନା ଫାସୋରେ ଟିବେଲେ ନାମକ ଏକ ଗାଁ ଅଛି, ଯାହା କଳା ସଂଗ୍ରହାଳୟଠାରୁ କିଛି କମ୍‌ ନୁହେଁ । ତିନି ଏକରରେ ବ୍ୟାପ୍ତ ଏହି ଗ୍ରାମଟି ଦେଖିବାକୁ ଅତ୍ୟନ୍ତ ଆକର୍ଷଣୀୟ କାରଣ ଗାଁର ଘରଗୁଡ଼ିକୁ ସୁନ୍ଦର ଚିତ୍ରକଳାରେ ଚିତ୍ରିତ କରାଯାଇଛି । କେବଳ ଘର ନୁହେଁ ଗାଁରେ ଥିବା ଅନ୍ୟ ଜିନିଷକୁ ମଧ୍ୟ ପେଣ୍ଟିଂ କରାଯାଇଛି ।
 କଳା ଆକର୍ଷଣୀୟର କେନ୍ଦ୍ର ପାଲଟିଛି ଆଫ୍ରିକାର ଗ୍ରାମ ‘ଟିବେଲେ’

ପୈତୃକ ପ୍ରତୀକ ଏବଂ ପଶୁ ଚିତ୍ରଗୁଡ଼ିକ କାନ୍ଥରେ ଅତି ଚମତ୍କାର ଢଙ୍ଗରେ ତିଆରି କରାଯାଇଛି । ପ୍ରତ୍ୟେକ ଚିତ୍ରରେ ଶତାବ୍ଦୀ ପୁରୁଣା ରହସ୍ୟ ଲୁଚି ରହିଥିବା ପରି ମନେହୁଏ, ଯାହା ସମଗ୍ର ଗାଁକୁ ଅନ୍ୟ ଏକ ଦୁନିଆରେ ପରିଣତ କରେ । ଆହୁରି ଚିତ୍ତାକର୍ଷକ ବିଷୟ ହେଉଛି ଯେ, ସମସ୍ତ ଚିତ୍ରଗୁଡ଼ିକ ଅତୁଳନୀୟ ତଥା ଅଦ୍ୱିତୀୟ, ସେଗୁଡ଼ିକ ମଧ୍ୟରୁ କୌଣସିଟି ପୁନରାବୃତ୍ତି ହୁଏ ନାହିଁ ।
 କଳା ଆକର୍ଷଣୀୟର କେନ୍ଦ୍ର ପାଲଟିଛି ଆଫ୍ରିକାର ଗ୍ରାମ ‘ଟିବେଲେ’
ଏହା ବାସ୍ତବରେ ଆଫ୍ରିକୀୟ ଲୋକଙ୍କ ପରମ୍ପରା ଏବଂ ସଂସ୍କୃତିର ଜୀବନ୍ତ ପ୍ରମାଣ ବୋଲି ମନେହୁଏ । ଏହି ଘରଗୁଡିକର ଡିଜାଇନ୍‌ ଜଟିଳ ଏବଂ ସୂକ୍ଷ୍ମ । ଏହାକୁ ଗାଁର ମହିଳାମାନେ ନିଜ ହାତରେ ହିଁ ଚିତ୍ରିତ କରିଥାନ୍ତି ।
 କଳା ଆକର୍ଷଣୀୟର କେନ୍ଦ୍ର ପାଲଟିଛି ଆଫ୍ରିକାର ଗ୍ରାମ ‘ଟିବେଲେ’

ଏହାକୁ ର୍ନିମାଣ କରିବା ପାଇଁ ମାଟି ଏବଂ ଧଳା ଗୁଣ୍ଡ ବ୍ୟବହାର କରନ୍ତି । ପ୍ରତିଟି ଘରେ ଭିନ୍ନ ଭିନ୍ନ ଢଙ୍ଗରେ ଚିତ୍ର କରାଯାଏ, କୌଣସି ଦୁଇଟି ଘରର ସମାନ ସାଜସଜ୍ଜା ହୋଇଥିବା ଦେଖିବାକୁ ମିଳେ ନାହିଁ ।
 କଳା ଆକର୍ଷଣୀୟର କେନ୍ଦ୍ର ପାଲଟିଛି ଆଫ୍ରିକାର ଗ୍ରାମ ‘ଟିବେଲେ’
ଏହି ଚିତ୍ରଗୁଡ଼ିକରେ ମୁଖ୍ୟତଃ ଜ୍ୟାମିତିକ ଡିଜାଇନ୍‌ ରହିଛି ଯାହା ଧାର୍ମିକ ପ୍ରଥା ଏବଂ ଲୋକଙ୍କ ଦୈନନ୍ଦିନ ଜୀବନକୁ ଚିତ୍ରଣ କରିଥାଏ । ସୂଚନା ଅନୁଯାୟୀ ଏହି ବିରଳ ଘରଗୁଡ଼ିକ କାସେନା ଲୋକଙ୍କ ଦ୍ୱାରା ନିର୍ମାଣ କରାଯାଏ । ଏହି ଗାଁରେ ଅଧିକାଂଶ କାଦୁଅ, କାଠ ଏବଂ ନଡ଼ା ଘର ଦେଖାଯାଏ । ଏଗୁଡ଼ିକର ଏକ ସରଳ ଡିଜାଇନ୍‌ ଅଛି, ଯାହା ସୂର୍ଯ୍ୟ କିରଣଠାରୁ ଉଭୟ ସୁରକ୍ଷା ଯୋଗାଇଥାଏ ।

 କଳା ଆକର୍ଷଣୀୟର କେନ୍ଦ୍ର ପାଲଟିଛି ଆଫ୍ରିକାର ଗ୍ରାମ ‘ଟିବେଲେ’

Govt

Comments are closed.