ଉତ୍ତର କୋରିଆ : ନଭେମ୍ବର ୨୭: ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ ଯେ, ଉତ୍ତର କୋରିଆ ସର୍ବଦା ଅଜବ ନିୟମ ଏବଂ ଆଇନକୁ ନେଇ ଚର୍ଚ୍ଚାରେ ରହିଥାଏ । ଏହି କ୍ରମରେ ଉତ୍ତର କୋରିଆ ଆଉ ଏକ ନୂଆ ନିୟମ ଲାଗୁ କରିଛି । ଯାହାକୁ ନେଇ ପୁଣି ଥରେ ସମଗ୍ର ବିଶ୍ୱରେ ଆଲୋଚନା କରାଯାଉଛି । ଉତ୍ତର କୋରିଆ ଲୋକଙ୍କୁ ଚମଡ଼ା ଜ୍ୟାକେଟ୍ ପିନ୍ଧିବାକୁ ବାରଣ କରାଯାଇଛି । ନିୟମ ଅନୁଯାୟୀ ଆଉ ଏହି ଦେଶରେ କେହି ଲେଦର ଟ୍ରେଞ୍ଚ୍ କୋଟ୍ ବିକ୍ରି କରିବେ ନାହିଁ କି କେହି ଏହାକୁ କିଣିପାରିବେ ନାହିଁ ଏବଂ ଆଉ କେହି ପିନ୍ଧିବେ ନାହିଁ ।
ତେବେ ଏହି ଦେଶରେ ଲେଦର ଜ୍ୟାକେଟ୍କୁ ଚୀନରୁ ବହୁଳ ମାତ୍ରାରେ ଆମଦାନୀ କରାଯାଉଥିଲା । ଏହାକୁ ମଧ୍ୟ କୋରିଆବାସୀ ପିନ୍ଧିବାକୁ ବହୁତ ପସନ୍ଦ କରୁଥିଲେ । ସୂଚନା ଅନୁଯାୟୀ, ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍ ୨୦୧୯ର ଏକ କାର୍ଯ୍ୟକ୍ରମରେ ଏକ ଲେଦର ଟ୍ରେଞ୍ଚ କୋଟ୍ ପିନ୍ଧିଥିଲେ । ଜାତୀୟ ଟେଲିଭିଜନରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବା ପରେ ଏହା ବହୁତ ଭାଇରାଲ ହୋଇଥିଲା । କିମ୍ ଜୋଙ୍ଗ୍ ଉନ୍ ଏବଂ ତାଙ୍କ ସାଥୀଙ୍କ ଏହି ଲେଦର ଜ୍ୟାକେଟ୍ ଷ୍ଟାଇଲ୍ ସମସ୍ତଙ୍କୁ ବହୁତ ପସନ୍ଦ ଆସିଥିଲା ଏବଂ କୋରିଆବାସୀ ଏହି ଷ୍ଟାଇଲକୁ ଫଲୋ କରିବା ଆରମ୍ଭ କରିଥିଲେ । ଏହାପରେ ଏହି କୋଟ୍ଗୁଡିକ ଚୀନରୁ ବହୁ ସଂଖ୍ୟାରେ ଆମଦାନୀ ହେଉଥିଲା । ହେଲେ ନିକଟରେ ଉତ୍ତର କୋରିଆ ସରକାର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ଯେ ଏପରି କୋଟ୍ କେହି ପିନ୍ଧିପାରିବେ ନାହିଁ ।
ରିପୋର୍ଟ ଅନୁଯାୟୀ, ଏପରି କୋଟ୍ ପିନ୍ଧିବା କିମ ଜୋଙ୍ଗଙ୍କୁ ନକଲ କରିବା ଅର୍ଥାତ ତାଙ୍କୁ ଅପମାନିତ କରିବା । ଏହି କାରଣରୁ ସାଧାରଣ ନାଗରିକଙ୍କୁ ଲେଦର ଜ୍ୟାକେଟ୍ ପିନ୍ଧିବା ଉପରେ ବ୍ୟାନ୍ କରାଯାଇଛି ।

Comments are closed.