ରିଲିଜ୍‌ ହେଲା ‘୮୩’ ଫିଲ୍ମର ଟିଜର୍‌

ମୁମ୍ବାଇ: ରଣବୀର ସିଂହଙ୍କ ଅଭିନୀତ ଫିଲ୍ମ ‘୮୩’ (୮୩ ଦ ଫିଲ୍ମ) ବେଶ୍‌ ସମୟ ଧରି ଚର୍ଚ୍ଚାରେ ରହିଛି । ୧୯୮୩ କ୍ରିକେଟ ବିଶ୍ୱକପ୍‌ ଉପରେ ଆଧାରିତ ହୋଇଥିବା ଏହି ଫିଲ୍ମକୁ ଦେଖିବା ପାଇଁ ସିନେପ୍ରେମୀଙ୍କଠାରୁ ଆରମ୍ଭ କରି କ୍ରିକେଟପ୍ରେମୀ ମଧ୍ୟ ଅତି ଉତ୍କଣ୍ଠାର ସହ ଅପେକ୍ଷା କରିବସିଛନ୍ତି ।
 ରିଲିଜ୍‌ ହେଲା ‘୮୩’ ଫିଲ୍ମର ଟିଜର୍‌
ଶୁକ୍ରବାର ଫିଲ୍ମର ଟିଜର ରିଲିଜ ହୋଇଛି । ଏହି ଟିଜରର ଆରମ୍ଭରେ କ୍ରିକେଟ ମଇଦାନର ଝଲକ ରହିଛି ଯେଉଁଠି ଫ୍ୟାନମାନେ ଚିୟର କରୁଥିବା ନଜର ଆସୁଛନ୍ତି ।
 ରିଲିଜ୍‌ ହେଲା ‘୮୩’ ଫିଲ୍ମର ଟିଜର୍‌

ଏହି ସମୟରେ ବୋଲିଂ ହୋଇଥାଏ ଏବଂ େୱଷ୍ଟଇଣ୍ଡିଜ୍‌ର ବ୍ୟାଟ୍ସମ୍ୟାନ୍‌ ସଟ୍‌ ଖେଳୁଛି । ଏହାପରେ କପିଲ ଦେବଙ୍କ ଚରିତ୍ରରେ ନଜର ଆସୁଥିବା ରଣବୀର ସିଂହ ଦୌଡ଼ି ଦୌଡ଼ି କ୍ୟାଚ୍‌ ନେଉଛନ୍ତି । ୫୯ ସେକେଣ୍ଡର ଟିଜରରେ ଭାରତର ସେହି ରୋମାଞ୍ଚକର ଇତିହାସକୁ ପୁନରାବୃତ୍ତି କରାଯାଇଛି । ଏହାକୁ ଦର୍ଶକମାନେ ଖୁବ ପସନ୍ଦ କରିଥିବା ବେଳେ ଇଣ୍ଟରେନେଟ୍‌ରେ ଭାଇରାଲ ହେବାରେ ଲାଗିଛି । ୮୩ ଦ ଫିଲ୍ମ ସବୁଠାରୁ ମହଙ୍ଗା ଫିଲ୍ମ ହେବାକୁ ଯାଉଛି ଯାହା ସତ୍ୟ କାହାଣୀ ଉପରେ ଆଧାରିତ । ରଣବୀର ସିଂହ ଫିଲ୍ମରେ କପିଲ ଦେବଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ ଏହାକୁ କବୀର ଖାନ ନିର୍ଦ୍ଦେଶନା ଦେଇଛନ୍ତି ।
 ରିଲିଜ୍‌ ହେଲା ‘୮୩’ ଫିଲ୍ମର ଟିଜର୍‌

ଏଥିରେ ରଣବୀରଙ୍କ ବ୍ୟତୀତ ଅଭିନେତ୍ରୀ ଦୀପିକା ପାଦୁକୋନ ନଜର ଆସିବେ ଯିଏ କପିଲ ଦେବଙ୍କ ପତ୍ନୀଙ୍କ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି । ଆଗକୁ ଫିଲ୍ମର ଟ୍ରେଲର ସାମ୍ନାକୁ ଆସୁଥିବା ସହ ଫିଲ୍ମଟି ଡିସେମ୍ବର ୨୪ରେ ସମଗ୍ର ଦେଶରେ ମୁକ୍ତିଲାଭ କରିବ ।

Govt

Comments are closed.