ସୁବର୍ଣ୍ଣପୁର ଜିଲ୍ଲା ବନ ବିଭାଗର ବଡ ଦୁର୍ନିତୀ

ସୋନପୁର : ନଭେମ୍ବର ୧୬ : ଗଛ ଲଗା ଓ ରକ୍ଷଣାବେକ୍ଷଣ ନାମରେ ଆତ୍ମସାତ ହେଉଛି ଲକ୍ଷ ଲକ୍ଷ ଟଙ୍କା । ଦୁର୍ନିତୀରେ ଲିପ୍ତ ଅଛନ୍ତି ବନ ବିଭାଗର ବଡ ବଡ ଅଧିକାରୀ । ପଥ ପ୍ରାନ୍ତ ବନିକରଣ ନାମରେ କୋଟି କୋଟି ଟଙ୍କା ଆତ୍ମାସାତ କରୁଛନ୍ତି ଅଧିକାରୀ । ପୂର୍ବତନ ବନଖଣ୍ଡ ଅଧିକାରୀ ଶୁଶାନ୍ତ କୁମାର ସାମନ୍ତରାୟଙ୍କ ବିରୋଧରେ ଆସିଛି ସଙ୍ଗିନ ଅଭିଯୋଗ । ଏନେଇ ଅଭୀଯୋଗ କଲେ ମଧ୍ୟ କେହି ଶୁଣୁ ନଥିବାବେଳେ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଜିଲ୍ଲାବାସୀ ।

ତଥ୍ୟ ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକର ବିଶିମୁଣ୍ଡାରୁ ଖମ୍ବେଶ୍ୱରୀପାଲିକୁ ୫ ଆରକେଏମ ବୃକ୍ଷରୋପଣ ହୋଇଛି । ଯାହାର ଅଟକଳ ମୂଲ୍ୟ ୯ ଲକ୍ଷ ୬୫ ହଜାର ୮ ଶହ ଟଙ୍କା । ଏପର୍ଯ୍ୟନ୍ତ ସେହି ପ୍ରକଳ୍ପର ୬ ଲକ୍ଷ ୮୨ ହଜାର ୪୦୪ ଟଙ୍କା ଖର୍ଚ୍ଚ ହୋଇ ସାରିଛି । ସେଥିରୁ ୧ ଲକ୍ଷ ୫୧ ହଜାର ୩୨୨ ଟଙ୍କା ଶ୍ରମିକମାନଙ୍କୁ ଦିଆଯାଇଥିବା ବେଳେ ୫ ଲକ୍ଷ ୩୧ ହଜାର ୫୨ ଟଙ୍କା ଉପକରଣ ବାବଦରେ ଖର୍ଚ୍ଚ ହୋଇଥିବା ତଥ୍ୟ କହୁଛି । ସେହିପରି କଦମତଲରୁ ଭାୟା ବୁରୋମୁଣ୍ଡା ଦେଇ ବିଶିମୁଣ୍ଡାକୁ ୮ ଆରକେଏମ ବୃକ୍ଷ ରୋପଣ ହୋଇଛି । ଯାହାର ଅଟକଳ ମୂଲ୍ୟ ୧୫ ଲକ୍ଷ ୩୩ ହଜାର ଟଙ୍କା । ଏଥିରୁ ୧୦ ଲକ୍ଷ ୩୨ ହଜାର ୭୪୭ ଟଙ୍କା ଖର୍ଚ୍ଚ ହୋଇଛି । ଉଭୟ ପ୍ର୍ରକଳ୍ପ ବନ ବିଭାଗ ଦ୍ୱାରା ହୋଇଥିବାବେଳେ ମନରେଗା ଯୋଜନାରେ ହୋଇଥିବା ଜଣା ପଡିଛି । ହେଲେ ଏବେ ଉଭୟ ରାସ୍ତାରେ ଗୋଟିଏ ବି ଗଛ ନାହିଁ । ୨୦୧୯-୨୦ ରେ ବୃକ୍ଷ ରୋପଣ ହୋଇଥିବାବେଳେ ୨୦୨୧ ମସିହାରେ ଗୋଟିଏ ବି ଗଛ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ସେହି ପ୍ରକଳ୍ପର ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ ହେଉଛି ଟଙ୍କା । ସୂଚନା ଫଳକ ନାମରେ ଦୁଇ ଥର ବିଲ ହୋଇଥିବା ଖବର ମିଳିଛି । ହେଲେ ସୂଚନା ଫଳକ କୌଣସି ସ୍ଥାନରେ ଲାଗିନି ।

କେବଳ ସେତିକି ନୁହେଁ ତଥ୍ୟ ଅନୁସାରେ ସୁବର୍ଣ୍ଣପୁର ବନ ବିଭାଗ ପକ୍ଷରୁ ୨୦୧୯-୨୦ ମସିହାରେ ୭୦୯ ଆରକେଏମ ପଥ ପ୍ରାନ୍ତ ବୃକ୍ଷ ରୋପଣ ହୋଇଛି । ହେଲେ କୌଣସି ରାସ୍ତାରେ ଗଛ ଟିଏ ବି ନାହିଁ ଛ ଏହି ଗଛର ସୁରକ୍ଷା ନିମନ୍ତେ ବାଉଁଶ, ନେଟ ଓ ପାଣି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଲା ଏହି ରାସ୍ତା ଦ୍ୱୟ । ତଥ୍ୟ ଅନୁଯାୟୀ, ଏହି ରାସ୍ତା ଦ୍ୱୟର ୨୦୨୧ ମସିହାରେ କେବଳ ଜଳ ସେଚନ ବାବଦରେ ଖର୍ଚ୍ଚ ହୋଇଛି ଏକ ଲକ୍ଷ ଟଙ୍କା । ତା’ ସହ କେବଳ କଦମତଳରୁ ବିଶିମୁଣ୍ଡା ପ୍ରକଳ୍ପରେ ବାଉଁଶ ବାବଦରେ ଖର୍ଚ୍ଚ ହୋଇଛି ୪ ଲକ୍ଷ ୨୧ ହଜାର ଟଙ୍କା । ତେବେ ଏଥିରୁ ଷ୍ପଷ୍ଟ ଜଣା ପଡୁଛି ବନ ବିଭାଗର କେଉଁ ସ୍ତରରେ ଦୁର୍ନିତୀ କରି ଟଙ୍କା ହଡପ ହେଉଛି । ଏହାର ବିଧିବଧ ତଦନ୍ତ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ବୁଦ୍ଧିଜିବୀ । ସୁବର୍ଣ୍ଣପୁର ଜିଲ୍ଲାରୁ କୋଟି କୋଟି ଟଙ୍କା ହଡପ କରି ତତ୍‌କାଳିନ ବନ ଖଣ୍ଡ ଅଧିକାରୀ ବଦଳି ହୋଇଯାଇଥିବା ଚର୍ଚ୍ଚା ହେଉଥିବାବେଳେ ଏହାର ବିଧିବଦ୍ଧ ତଦନ୍ତ ହେବାକୁ ଦାବି କରିଛନ୍ତି ଜିଲ୍ଲାବାସୀ ।

Govt

Comments are closed.