ଡରାଉଛି ତରଳ ବରଫ

ଜଳବାୟୁ ପରିବର୍ତ୍ତନ ଆଜିକାଲି ଏକ ବଡ ସମସ୍ୟା ଭାବେ ସମସ୍ତଙ୍କ ପାଇଁ ଉଭା ହୋଇଛି । ଏହା ପୃଥିବୀର ସମସ୍ତ କ୍ଷେତ୍ରକୁ ପ୍ରଭାବିତ କରୁଛି । ଜଳବାୟୁ ପରିବର୍ତ୍ତନ କାରଣରୁ ସଠିକ୍‌ ସମୟରେ ସଠିକ୍‌ ଋତୁ ଆସୁନାହିଁ । ଯେଉଁ କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ଏହାର ପ୍ରଭାବରୁ ବଞ୍ଚି ନାହିଁ । ଜଳବାୟୁ ପରିବର୍ତ୍ତନ କାରଣରୁ ଗ୍ଲେସିଅର ତରଳିବାରେ ଲାଗିଛି । ଯାହାଫଳରେ ବିଶ୍ୱର ସବୁଠାରୁ ଉଚ୍ଚରେ ଥିବା ‘ଚକଲଟାୟା ସ୍କି ରିଜର୍ଟ’ ବା ବରଫ ରିଜର୍ଟ ନଷ୍ଟ ହେବାରେ ଲାଗିଛି ।
ଡରାଉଛି ତରଳ ବରଫ
ବରଫ ତରଳିବା କାରଣରୁ ଏଠାକୁ ପର୍ଯ୍ୟଟକ ଆସିବା ବନ୍ଦ ହୋଇଯାଇଛନ୍ତି । ଏହି ରିଜର୍ଟଟି ମାଉଣ୍ଟ ଏଭେରେଷ୍ଟର ସବୁଠାରୁ ଉଚ୍ଚତମ ଶୃଙ୍ଗରେ ରହିଛି । ଯାହାର ନାମ ଗିନିଜ୍‌ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି । କିଛି ବର୍ଷ ପୂର୍ବରୁ ଏଠାକୁ ହଜାରହଜାର ପର୍ଯ୍ୟଟକ ଆସୁଥିଲେ । ପର୍ଯ୍ୟଟକମାନେ ଏଠାରେ ରହିବା ସହିତ ସ୍କେଟିଂର ମଜା ନେଉଥିଲେ ।
ଡରାଉଛି ତରଳ ବରଫ
ତେବେ ବିଶ୍ୱତାପମାନ ବା ଜଳବାୟୁରେ ପରିବର୍ତ୍ତନ କାରଣରୁ ଏହି ବରଫ ତରଳିବାରେ ଲାଗିଛି, ଯାହା ପର୍ଯ୍ୟଟକଙ୍କୁ ଡରାଉଛି । ଯାହାଫଳରେ ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେଧୀରେ କମିବାରେ ଲାଗିଛି । ୧୮,୦୦୦ ବର୍ଷ ପୁରୁଣା ଚକଲଟାୟା ଗ୍ଲେସିଅରର ତରଳିବା ବର୍ତ୍ତମାନ ବୈଜ୍ଞାନିକଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । କାରଣ ଏହା ପୁରା ମଣିଷ ସମାଜ ପାଇଁ ଚିନ୍ତାର ବିଷୟ ।
ଡରାଉଛି ତରଳ ବରଫ
ପୂର୍ବରୁ ଏଠାରେ ଚାରିଆଡେ ବରଫ ଥିବା ବେଳେ ଏବେ ଏହା ଧ୍ୱଂସ ସ୍ଥିତିରେ । ତେବେ ଏହି ସମସ୍ୟାକୁ ଯଦି ଗୁରୁତର ଭାବେ ଗ୍ରହଣ କରାନଯାଏ ତେବେ ଆଗକୁ ପରିସ୍ଥିତି ବେଶ୍‌ ଗମ୍ଭୀର ହେବ ବୋଲି ପରିବେଶବିତ୍‌ ମାନେ ପ୍ରକାଶ କରିଛନ୍ତି ।

Govt

Comments are closed.