ଭୁବନେଶ୍ୱର: ନଭେମ୍ବର ୧୩: ଶିକ୍ଷୟିତ୍ରୀ ମମିତା ମେହେର ବୀଭତ୍ସ ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ(ଏନସିପିସିଆର) କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ମହାଲିଙ୍ଗସ୍ଥିତ ସନସାଇନ୍ ପବ୍ଲିକ ସ୍କୁଲରେ ଝିଅମାନଙ୍କୁ ଯୌନ ର୍ନିଯାତନା ମାମଲାରେ ବିସ୍ତୃତ ତଥ୍ୟ ୩ଦିନ ସୁଦ୍ଧା ଦାଖଲ କରିବାକୁ କଳାହାଣ୍ଡି ପୁଲିସ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏନସିପିସିଆର ନିଜଆଡ଼ୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ବଲାଙ୍ଗିର ପୁଲିସ ଏସପିଙ୍କୁ ଏନସିପିସିଆର ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେବା ସହ ବ୍ୟକ୍ତିଗତ ହାଜର ହେବାକୁ କହିଥିଲେ । କି;ୁ ମାମଲା କଳାହାଣ୍ଡିର ହୋଇଥିବା ଦର୍ଶାଇ ବଲାଙ୍ଗିର ପୋଲିସ ଏସପି ପ୍ରାଥମିକ ରିପୋର୍ଟ ପ୍ରଦାନ କରିବାରେ ଅକ୍ଷମତା ପ୍ରକାଶ କରିଥିଲେ । ବଲାଙ୍ଗିର ପୁଲିସ ଏସପିଙ୍କଠୁ ଏଭଳି ଜବାବ ପାଇବା ପରେ ଏନସିପିସିଆର ଗତ ୧୦ତାରିଖରେ କଳାହାଣ୍ଡି ପୁଲିସ ଏସପିଙ୍କୁ ରିପୋର୍ଟ ତଲବ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଏନସିପିସିଆର ରେଜିଷ୍ଟ୍ରାର ଅନୁ ଚୌଧୁରୀ ବୁଧବାର କଳାହାଣ୍ଡି ଜିଲ୍ଲା ପୁଲିସ ଏସପିଙ୍କୁ ନୋଟିସ ଜାରି କରି ମହାଲିଙ୍ଗସ୍ଥିତ ସନସାଇନ୍ ପବ୍ଲିକ ସ୍କୁଲରେ ପିଲାମାନଙ୍କୁ ର୍ନିଯାତନା ଦିଆଯିବା ଓ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଦ୍ୱାରା ଛୋଟ ଝିଅମାନଙ୍କୁ ଏକ ସ୍ୱତନ୍ତ୍ର ରୁମରେ ଯୌନ ଗତିବିଧିରେ ନିୟୋଜିତ କରାଯାଉଥିବା ଏବଂ ବିଜେଡି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସେହି ସ୍କୁଲକୁ ବାରମ୍ବାର ଗସ୍ତ କରୁଥିବା ନେଇ ଅଭିଯୋଗ କମିଶନଙ୍କ ନଜରକୁ ଆସିଛି । ତେଣୁ ଉପରୋକ୍ତ ପ୍ରସଙ୍ଗକୁ ବିଚାରକୁ ନେଇ କମିଶନ ପୋକସୋ ଆକଫ-୨୦୧୨ ଅନ୍ତର୍ଗତ ଏହାର ତଦନ୍ତ କରିବା ନିମନ୍ତେ କଳାହାଣ୍ଡି ପୁଲିସ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ବିସ୍ତୃତ ତଦନ୍ତ ରିପୋର୍ଟ ୩ଦିନ ସୁଦ୍ଧା ପଠାଇବାକୁ ପରାମର୍ଶ ଦେବା ସହ ତଦନ୍ତ ପ୍ରକ୍ରିୟାରେ ପୀଡ଼ିତାଙ୍କ ନାଁ ଯେଭଳି ସାର୍ବଜନୀନ ନହୁଏ ତାହା ସୁନିଶ୍ଚିତ କରିବାକୁ ମଧ୍ୟ କହିଛନ୍ତି ।

Comments are closed.