ଭାରତରେ ଅନେକ ସୁନ୍ଦର ସୁନ୍ଦର ସ୍ଥାନ ରହିଛି, ଯାହାକୁ ଦେଖିବା ପାଇଁ ଆମ ଦେଶକୁ ବିଦେଶୀ ପର୍ଯ୍ୟଟକଙ୍କର ସୁଅ ଛୁଟିଥାଏ । ହେଲେ ଭାରତରେ ଏମିତି ଅନେକ ଆକର୍ଷଣୀୟ ସ୍ଥାନ ରହିଛି ଯେଉଁଠି ବିଦେଶୀଙ୍କ କଥା ତ’ ଛାଡ଼;ୁ ଭାରତୀୟଙ୍କୁ ବି ଯିବାକୁ ଅନୁମତି ମିଳେ ନାହିଁ । ଏହି ସ୍ଥାନଗୁଡିକର ସୁନ୍ଦରତା କେବଳ ଫୋଟରେ ହିଁ ଦେଖିବାକୁ ମିଳେ ।
ଲାକ୍ଷାଦ୍ୱୀପର କିଛି ସ୍ଥାନ
ଲାକ୍ଷାଦ୍ୱୀପରେ ପାଖାପାଖି ୩୬ଟି ଆଇଲ୍ୟାଣ୍ଡ ରହିଛି । ଏଥିରୁ କିଛି ଦ୍ୱୀପକୁ ଭ୍ରମଣ ପାଇଁ ପର୍ଯ୍ୟଟକମାନେ ଯାଇଥାନ୍ତି । ହେଲେ କେତେକ ଦ୍ୱୀପରେ ବୁଲିବାର ଅନୁମତି ପ୍ରଦାନ କରାଯାଏନାହିଁ । ଏଠାରେ ରହୁଥିବା ସ୍ଥାନୀୟ ଅଧିବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଧିକାଂଶ ଆଇଲଣ୍ଡକୁ ପର୍ଯ୍ୟଟକଙ୍କ ଯିବା ପାଇଁ ବାରଣ କରାଯାଇଛି ।
ଭାଭା ଆଟୋମିକ ରିସର୍ଚ ସେଣ୍ଟର
ମୁମ୍ବାଇରେ ଅବସ୍ଥିତ ଏହି ସ୍ଥାନକୁ ସାଧାରଣ ପର୍ଯ୍ୟଟକଙ୍କୁ ବୁଲିବା ପାଇଁ ଅନୁମତି ମିଳେ ନାହିଁ । ଏହା ଭାରତର ପ୍ରମୁଖ ପରମାଣୁ ଅନୁସନ୍ଧାନ କେନ୍ଦ୍ର ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଥାଏ । କେବଳ ଗବେଷକ ଏବଂ ଅଧ୍ୟୟନରତ ଛାତ୍ରମାନେ ଏହି ରିସର୍ଚ୍ଚ ସେଣ୍ଟରକୁ ଯିବା ପାଇଁ ଅନୁମତି ଥାଏ ।
ନର୍ଥ ସେଣ୍ଟିନେଲ୍ ଆଇଲାଣ୍ଡ
ଏହା ଆଣ୍ଡାମାନ ଦ୍ୱୀପପୁଞ୍ଜର ଏକ ଦ୍ୱୀପ । ଏହା ଆଣ୍ଡାମାନର ସମୁଦ୍ର ଗଭୀରତାରେ ଥିବା ଟେକଟୋନିକ ପ୍ଲେଟର ଠିକ୍ ମଝିରେ ହିଁ ଅବସ୍ଥିତ । ଏଠାରେ ସେଣ୍ଟିନେଲିସ୍ ଜନଜାତିମାନେ ବାସ କରୁଥିବାରୁ ଏଠାକୁ ଯିବାକୁ କାହାକୁ ଅନୁମତି ମିଳେ ନାହିଁ । ଦ୍ୱୀପର ଲୋକମାନେ ଆଧୁନିକ ଦୁନିଆଠାରୁ ଏପର୍ଯ୍ୟନ୍ତ ବହୁ ଦୂରରେ ରହିଛନ୍ତି । ସେମାନେ ସାଧାରଣତଃ ହିଂସ୍ର ଏବଂ ଯେଉଁମାନେ ଦ୍ୱୀପ ପରିଦର୍ଶନ କରିବାକୁ ଚେଷ୍ଟା କରନ୍ତି , ସେମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରନ୍ତି । ରିପୋର୍ଟ ଅନୁଯାୟୀ ସେଣ୍ଟିନେଲିସ୍ ଜନଜାତି ଏହି ଦ୍ୱୀପରେ ୫୦ ହଜାର ବର୍ଷରୁ ଅଧିକ ସମୟ ଧରି ଭାରତ ସରକାରଙ୍କ ସୁରକ୍ଷା ଅଧୀନରେ ରହିଆସୁଛନ୍ତି ଏବଂ ପରିଦର୍ଶକମାନଙ୍କ ପାଇଁ ଏଠାକୁ ପ୍ରବେଶକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।
ପେଙ୍ଗୋଙ୍ଗ ହ୍ରଦ
ଏହି ସ୍ଥାନଟି ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭାବରେ ଖୁବ ଜଣାଶୁଣା । ହେଲେ ଏହି ପେଙ୍ଗୋଙ୍ଗ ହ୍ରଦର ସମସ୍ତ ଅଂଚଳକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ନାହ । ଏହି ହ ୍ରଦର ପ୍ରାୟ ୫୦ ପ୍ରତିଶତ ଭାଗ ବିବାଦିତ ସ୍ଥାନ ଭାବେ ଗଣାଯାଏ । କାରଣ ଏହିସ୍ଥାନ ଦେଇ ଏଲଓସି ଯାଉଛି, ଯାହାକି ଭାରତ ଓ ଚୀନର ସୀମା ବୋଲି କୁହାଯାଏ । ତେଣୁ ପର୍ଯ୍ୟଟକଙ୍କୁ ଏଠାକୁ ଯିବା ପାଇଁ ବାରଣ କରାଯାଇଛି । ସନାତନ ଧର୍ମ ଗୁରୁଙ୍କ ବିଶ୍ୱାସ ଯେ ଏହି ହ୍ରଦ ନିକଟରେ କୁବେର ନଗରୀ ରହିଛି ।
ବେରେନ୍ ଆଇଲ୍ୟାଣ୍ଡ
ବେରେନ୍ ଦ୍ୱୀପ ଭାରତର ଏକମାତ୍ର ଦ୍ୱୀପ ଯେଉଁଠାରେ ଜ୍ୱାଲାମୁଖୀ ରହିଛି । ଏହା ଆଣ୍ଡାମାନର ଏକ ଅଂଶ । ପର୍ଯ୍ୟଟକମାନେ କବେଳ ଦୂରରୁ ହିଁ ଏହି ଦ୍ୱୀପର ସୌନ୍ଦର୍ଯ୍ୟତାକୁ ଉପଭୋଗ କରନ୍ତି । ଆଗ୍ନେୟଗିରି ଯୋଗୁଁ ଏଠାକୁ ସାଧାରଣ ଲୋକଙ୍କୁ ଯିବାକୁ ମନା କରାଯାଇଛି ।

Comments are closed.