ମାର୍କେଟକୁ ଆସିଲା ଉଡ଼ନ୍ତା ସାଇକେଲ୍‌

ସାଇକେଲ୍‌ ଉପରେ ବସନ୍ତୁ, ପେଡାଲ୍‌ ମାରନ୍ତୁ ଏବଂ ଉଡ଼ିଯାଆନ୍ତୁ । ଆପଣଙ୍କୁ ଏହା ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ, ହେଲେ ବାସ୍ତବରେ ମାର୍କେଟକୁ ଏବେ ଆସିଯାଇଛି ଉଡ଼ନ୍ତା ସାଇକେଲ୍‌ । ୨୦୧୩ରେ ଏହାର ଉଦ୍ଭାବନ କରାଯାଇଥିଲେ ମଧ୍ୟ ମାର୍କେଟକୁ ଆସିବା ପାଇଁ ଦୀର୍ଘ ୮ ବର୍ଷ ସମୟ ଲାଗିଯାଇଛି । ଆପଣ ମଧ୍ୟ ଏହାକୁ ନିଜେ ଅର୍ଡର କରି କ୍ରୟ କରିପାରିବେ । ଏହି ସାଇକେଲର ଆବିଷ୍କାରକ ହେଉଛନ୍ତି ଦୁଇ ବ୍ରିଟିଶ ଯୁବ ଜାନ୍‌ ଫୋଡେନ ଏବଂ ୟାନିକ ରିଡ୍‌ । ଉଭୟ ଦୁଇ ଚକାର ସାଇକେଲକୁ ଆଧାର କରି ଏହାକୁ ନିର୍ମାଣ କରିଥିଲେ ଏବଂ ନାମ ଦେଇଥିଲେ ଏକ୍ସଫ୍ଲୋରଏୟାର ପେରାେୱଲୋ ।

ମାର୍କେଟକୁ ଆସିଲା ଉଡ଼ନ୍ତା ସାଇକେଲ୍‌

ଦୁଇ ଚକାର ସାଇକେଲରେ ପଛରେ ଆଉ ଦୁଇଟି ଛୋଟ ଚକାକୁ ସଂଯୋଗ କରାଯାଇଛି । ମାଟିରେ ଚାଲିବା ସହ ଏହି ସାଇକେଲ ଅତି ସହଜରେ ପବନରେ ମଧ୍ୟ ଉଡ଼ିପାରିବ । ଏହାକୁ ଏୟାରକ୍ରାଫଫ ଗ୍ରେଡ୍‌ ଆଲୁମିନିୟମରେ ନିର୍ମିତ କରାଯାଇଛି, ଯାହା ମଜବୁତ କିନ୍ତୁ ଓଜନରେ ହାଲକା । ଏହି ସାଇକେଲ ପଛରେ ଏକ ବଡ଼ ପଙ୍ଖା ସହ ଇଞ୍ଜିନ ଲଗାଯାଇଛି । ବାୟୁରେ ଉଡ଼ିବା ପାଇଁ ଏହା ଖାଲି ସ୍ଥାନ ଆବଶ୍ୟକ କରେ । ପ୍ରଥମେ ଏଥିରେ ପାରାଗ୍ଲାଇଡର ଖୋଲାଯାଏ ଏବଂ ତାପରେ ଇଞ୍ଜିନକୁ ଷ୍ଟାର୍ଟ କରାଯାଇ ପଙ୍ଖାକୁ ଚଲାଯାଇଥାଏ । ଆପଣ ନିଜ ଇଚ୍ଛା ମୁତାବକ ଏହାର ଦିଗ ପରିବର୍ତ୍ତନ କରିପାରିବେ । ଦୁଃସାହସିକ ଯାତ୍ରାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏହା ଅତି ରୋମାଞ୍ଚକର । ସ୍ଥଳ ଭାଗରେ ଏହା ୧୫ ମିଲି ପ୍ରତି ଘଣ୍ଟା ବେଗରେ ଚାଲିପାରେ ଏବଂ ୨୫ ମିଲି ପ୍ରତିଘଣ୍ଟା ବେଗରେ ଏହା ଉଡ଼ିପାରେ ।

ମାର୍କେଟକୁ ଆସିଲା ଉଡ଼ନ୍ତା ସାଇକେଲ୍‌

ଏହି ସାଇକେଲ ୪ ହଜାର ଫୁଟ୍‌ ଉଚ୍ଚ ମଧ୍ୟ ଯାଇପାରେ ଏବଂ ଅତି କମରେ ୩ ଘଣ୍ଟା ପର୍ଯ୍ୟନ୍ତ ଉଡ଼ିପାରେ । ବ୍ରିଟେନର ପେରାଜେଟ୍‌ କମ୍ପାନୀ ଏହାକୁ ନିର୍ମାଣ କରିଛି । ଏହି କମ୍ପାନୀର େୱବ୍‌ସାଇଟ୍‌ରେ ଯାଇ ଅର୍ଡର କରିପାରିବେ । ହେଲେ ଏହି ସାଇକେଲର ମୂଲ୍ୟ ମର୍ସିଡିଜ୍‌ କାର ସହ ସମାନ ଅର୍ଥାତ୍‌ ଏହାର ମୂଲ୍ୟ ୪୫ ହଜାର ଡଲାର ରଖାଯାଇଛି । ଭାରତୀୟ ମୁଦ୍ରାରେ ଏହାର ବିକ୍ରି ମୂଲ୍ୟ ୨୬ ଲକ୍ଷ ଟଙ୍କା ରଖାଯାଇଛି ।

Launching Ceremony of “AYUSHMAN BHARAT

Comments are closed.