ଅଯୋଧ୍ୟା ନା ଶୁଣିଲେ ସମସ୍ତଙ୍କ ମନରେ ଜାଗିଉଠେ ଧର୍ମୀୟ ଭାବନା । ଦୁନିଆର ତୃତୀୟ ବୃହତ୍ତର ଓ ଭାରତର ବୃହତ୍ତର ଅଂଶ ହିନ୍ଦୁ ରୁହନ୍ତି ଏଠାରେ । ହିନ୍ଦୁ ଧର୍ମର ଏକ ପ୍ରମୁଖ ପବିତ୍ର ସହର କହିଲେ ଅଯୋଧ୍ୟାକୁ ବୁଝାଇଥାଏ । ଏଠାରେ ବିଭିନ୍ନ ଧର୍ମୀୟ ଅନୁଷ୍ଠାନ ରହିଥିବା ବେଳେ ବିଭିନ୍ନ ପର୍ବ ମଧ୍ୟ ଖୁବ୍ ଧୂମ୍ଧାମରେ ପାଳନ ହୋଇଥାଏ ।
ରାମଜନ୍ମଭୂମି ଭାବେ ଅଯୋଧ୍ୟା ପୂରା ଦୁନିଆରେ ପରିଚିତ । ଭାରତର ଇତିହାସରେ ଏହାର ପ୍ରମୁଖ ଭୂମିକା ରହିଛି । ଭାରତରେ ପ୍ରଚଳିତ ବିଭିନ୍ନ ପୁରାଣରେ ଏହି ସହରର ବର୍ଣ୍ଣନା ରହିଛି । ଅନେକ ସ୍ଥାନ ଏଭଳି ତଥ୍ୟ ରହିଛି ଯାହା ଅଯୋଧ୍ୟାକୁ ନିଆରା କରିଥାଏ । ସମସ୍ତଙ୍କ ପାଖରେ ଅଯୋଧ୍ୟାର ଏକ ସ୍ୱତନ୍ତ୍ର ପରିଚୟ ସୃଷcି କରିଥାଏ ।
ଦୀପୋତ୍ସୋବ
କିଛି ବର୍ଷ ହେବ ଅଯୋଧ୍ୟାରେ ଦୀପାବଳି ଦିନ ପାଳନ ହେଉଛି ଦୀପୋତ୍ସୋବ । ଯାହା ଏକ ନିଆରା ଢଙ୍ଗରେ ପାଳନ ହେଉଛି । ଏହି ଦିନ ପୂରା ଅଯୋଧ୍ୟା ସଜେଇ ହେଉଛି ଦୀପରେ । ୨୦୧୭ରୁ ଏଠିକାର ସରକାରଙ୍କ ପକ୍ଷରୁ ଏହି ଉତ୍ସବ ପାଳନ ହେଉଛି । ଏହି ଦିନ ପ୍ରାୟ ୭ଲକ୍ଷରୁ ଅଧିକ ଦୀପରେ ଅଯୋଧ୍ୟାରେ ଥିବା ଘାଟକୁ ସଜାଯାଉଛି । ଏହି ଦୀପୋତ୍ସୋବୁ ଗିନିଜ୍ ବୁକ୍ରେ ସ୍ଥାନ ଦେବାକୁ ମଧ୍ୟ ପ୍ରୟାସ କରାଯାଉଛି । ୨୦୧୯ରେ ଏଠାରେ ୪ଲକ୍ଷ ୧୦ ହଜାର ଦୀପ ଜଳାଯାଉଥିବା ବେଳେ ୨୦୨୦ରେ ୬ଲକ୍ଷ ୬ହଜାର ଦୀପ ଜଳାଯାଇଥିଲା । ଯାହା ଅଯୋଧ୍ୟାକୁ ପୂରା ଦୁନିଆରେ ଏକ ନୂଆ ପରିଚୟ ଦେଇଛି । ତେବେ କରୋନାର ପ୍ରଭାବ ଏହା ଉପରେ ପଡିଛି । ଗତଥର କେବଳ ସ୍ଥାନୀୟ ଲୋକଙ୍କୁ ନେଇ ଏହି ଦୀପୋତ୍ସୋବ ପାଳନ ହୋଇଥିଲା, ସେହିଭଳି ଚଳିତଥର ମଧ୍ୟ କରୋନାର ପ୍ରଭାବ ରହିବ ବୋଲି ଆଶା କରାଯାଇଛି ।
ଏଠାରେ କେବଳ ଦୀପାବଳି ନୁହେଁ ଅନ୍ୟକେତେକ ପର୍ବକୁ ମଧ୍ୟ ଖୁବ୍ ଧୂମ୍ଧାମରେ ପାଳନ କରାଯାଇଥାଏ । ଏଠିକାର ପ୍ରମୁଖ ଉତ୍ସବ ଭିତରେ ରହିଛି ରାମ ଜନ୍ମୋତ୍ସୋବ । ଏହି ଭୂମିକୁ ରାମଙ୍କର ଜନ୍ମଭୂମି ଭାବେ ବିବେଚିତ କରାଯାଉଥିବାରୁ ଏଠାରେ ରାମନବମୀ ବେଶ୍ ଶ୍ରଦ୍ଧାର ସହିତ ଜାକଜମକରେ ପାଳନ କରାଯାଇଥାଏ । ଏହି ଦିନ ସହରର ସ୍ଥାନେସ୍ଥାନେ ରାମଲୀଳା ପରିବେଷଣ କରାଯାଇଥାଏ । ଯେଉଁଥିରେ ରାମଙ୍କର ଜୀବନୀ ସମ୍ଭନ୍ଧରେ ବର୍ଣ୍ଣନା କରାଯାଇଥାଏ । ସେହିଭଳି ଅନ୍ୟ ପର୍ବ ମଧ୍ୟରେ ଜନ୍ମାଷ୍ଟମୀ, ହୋଲି, ଦଶହରା, ଇଦ୍, ମହରମ୍କୁ ମଧ୍ୟ ଲୋକମାନେ ଖୁବ ଧୂମ୍ଧାମରେ ପାଳନ କରନ୍ତି । ବିଭିନ୍ନ ପର୍ବ ସମୟରେ ବିଭିନ୍ନ ମେଳା ଯେପରିକି ରାମନବମୀ ମେଳା, ଶ୍ରାବଣ ଝୁଲା ମେଳା ଆଦି ପାଳନ ହୋଇଥାଏ ।
Comments are closed.