ସମୁଦ୍ର ଭିତରେ ଏତେ ଗୁଡ଼ିଏ ରହସ୍ୟ ଲୁଚି ରହିଛି ଯେ ଯାହା ବୈଜ୍ଞାନିକମାନଙ୍କୁ ସର୍ବଦା ସମୁଦ୍ର ବିଷୟରେ ଅନୁଧ୍ୟାନ କରିବାକୁ ଆଗ୍ରହୀ ପ୍ରକାଶ କରିଥାନ୍ତି । ସମୁଦ୍ରର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଏଠାରେ ଶହ ଶହ ବର୍ଷ ପୁରୁଣା ଜିନିଷ ଅନେକ ଥର ସୁରକ୍ଷିତ ମିଳିଯାଇଥାଏ । ସେହିପରି ଚଳିତ ଥର ବୈଜ୍ଞାନିକଙ୍କ ହାତରେ ଏପରି ଏକ କଙ୍କଡ଼ା ଲାଗିଛି, ଯାହାର ଶରୀର କୋଟି କୋଟି ବର୍ଷ ପୂର୍ବେ ଏକ ଅମ୍ବର (ଏକ ହଳଦିଆ ଅଠାଳିଆ ପଦାର୍ଥ) ଭିତରେ ଫଶି ରହିଥିଲା । ସେମାନଙ୍କ କହିବା ଅନୁଯାୟୀ, ଏହି କଙ୍କଡ଼ା ‘କ୍ରେଟସିୟସ’ କାଳର ।
ଏଥିରୁ ଆକଳନ କରାଯାଇଛି ଯେ, ଏହାର ବୟସ ପ୍ରାୟ ୯ରୁ ୧୦ କୋଟି ବର୍ଷ ହୋଇପାରେ । ଏହି କଙ୍କଡ଼ା ଜୀବିତ ଥିବାରୁ ବୈଜ୍ଞାନିକମାନେ ଏହାକୁ ‘ଅମର କଙ୍କଡ଼ା’ କହିଛନ୍ତି । ଅମର କଙ୍କଡ଼ାକୁ ‘କ୍ରେଟସ୍ପାରା ଅଥାନାଟା’ ନାମ ଦିଆଯାଇଛି । ଏହି ନାମ ଏହାର ଅମର ଜୀବନ ଏବଂ ସ୍ଥାନର ନାମ ଅନୁଯାୟୀ ରଖାଯାଇଛି । ଏସମ୍ପର୍କରେ ସାଇନ୍ସ ଆଡଭାସେନ୍ସ ପତ୍ରିକାରେ ପ୍ରକାଶିତ ହୋଇଛି ।
ହାଭର୍ଡ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚରଙ୍କ କହିବା ଅନୁଯାୟୀ ବୈଜ୍ଞାନିକମାନଙ୍କୁ ସାଧାରଣତଃ ପୋକ, କୀଟପତଙ୍ଗ, କଙ୍କଡ଼ାବିଛା, ପକ୍ଷୀ, ସାପ ପରି ଜୀବଜନ୍ତୁ ଅମ୍ବର ଭିତରୁ ମିଳିଥାନ୍ତି । ହେଲେ ପ୍ରଥମ ଥର ପାଇଁ ପାଣି ଭିତରେ ରହିଥିବା ଏକ ଜୀବ ଅମ୍ବରରୁ ମିଳିଛି, ତେଣୁ ଏହି ଅମର କଙ୍କଡ଼ା ଅତ୍ୟନ୍ତ ବିରଳ । ତେବେ ଏହି କଙ୍କଡ଼ା ମାତ୍ର ୨ ମିଲିମିଟର ହୋଇଥିଲେ ମଧ୍ୟ ଏହା ଶରୀର ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ହୋଇରହିଛି । ଶରୀରର କୌଣସି ଅଂଶ ମଧ୍ୟ ନଷ୍ଟ ହୋଇନାହିଁ, ଯାହା ସମସ୍ତଙ୍କୁ ଚକିତ କରିଛି । ଅମର କଙ୍କଡ଼ାକୁ ବୈଜ୍ଞାନିକମାନେ ବର୍ତ୍ତମାନର ବ୍ରାଚୟୁରା ସମୂହର କଙ୍କଡ଼ାର ପୂର୍ବଜ ବୋଲି କହିଛନ୍ତି, ଯିଏ ଚାଲିବା ପାଇଁ ୪ଟି ଗୋଡ଼ ବ୍ୟବହାର କରିଥାଏ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ପୃଥିବୀରେ ୫ ଥର ଅସଲି ଏବଂ ନକଲି କଙ୍କଡ଼ା ବିକଶିତ ହୋଇଛନ୍ତି । ସବୁଠ ପୁରୁଣା କଙ୍କଡ଼ା ୨୦ ବର୍ଷ ପୂର୍ବେ ଜୁରାସିକ ଯୁଗରେ ମିଳିଥିଲା ।

Comments are closed.