ମମିତା ଖାଇଲେନି ମାଣିକେଶ୍ୱରୀଙ୍କ ଶପଥ, ତଣ୍ଟି ଚିପିଦେଲା ଗୋବିନ୍ଦ

ହତ୍ୟା ପଛରେ ଅନୈତିକ ସମ୍ପର୍କ ଜେରା ବେଳେ ଭୋ ଭୋ କାନ୍ଦିଥିଲା ଗୋବିନ୍ଦ

ବଲାଙ୍ଗିର: ଅକ୍‌ଟୋବର ୨୧: ଅନୈତିକ ପ୍ରେମ ସମ୍ପର୍କକୁ ବାହାରେ ପ୍ରଘଟ କରିଦେବାର ଧମକ ପାଇଁ ମମିତାର ଜୀବନ ଗଲା । ଶେଷରେ ଲୋକଲଜ୍ଜା ଭୟରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ତଣ୍ଟି ଚିପି ହତ୍ୟା କଲେ ସନସାାଇନ୍‌ ସ୍କୁଲ ଅଧ୍ୟକ୍ଷ ଗୋବିନ୍ଦ ସାହୁ । ହେଲେ ମମିତାଙ୍କୁ ହତ୍ୟା କରିବାଠୁ ଆରମ୍ଭ କରି ଶବ ପୋଡ଼ିବା ଓ ପୋତିବା ପର୍ଯ୍ୟନ୍ତ ଏ ନେଇ କାହାକୁ ଅବଗତ କରାଇ ନଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି ଗୋବିନ୍ଦ । ନିଜ ସାଥୀ ଓ ସହଯୋଗୀମାନଙ୍କ ଦ୍ୱାରା କାମ କରାଉଥିଲା, ହେଲେ ସେମାନଙ୍କୁ କଳା କାରନାମା ଜଣାଉ ନ ଥିଲେ । ରିମାଣ୍ଡରେ ଆସି ଏପରି ଭାବେ ନିଜ ପାପ କାହାଣୀର ସତ ଓଗାଳିଛନ୍ତି ଗୋବିନ୍ଦ । ବୁଧବାର ବଂଗୋମୁଣ୍ଡା ଏସଡ଼ିଜେଏମ କୋର୍ଟରେ ହାଜର ହେବା ପରେ ୫ ଦିନିଆ ରିମାଣ୍ଡରେ ଆସି ପୋଲିସ ଆଗରେ ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଗୋବିନ୍ଦ । ଗୋବିନ୍ଦକୁ କୋର୍ଟରୁ ସିଧାସଲଖ ଏସପି ଅଫିସକୁ ଅଣାଯାଇ ରାତି ତମାମ ମାରାଥନ ଜେରା କରାଯାଇଥିଲା । ଜେରା ବେଳେ ଗୋବିନ୍ଦ ଭୋ ଭୋ ହୋଇ କାନ୍ଦିଥିବା ପୋଲିସ କହିଛି । ଖୋଦ ଉତ୍ତରାଂଚଳ ଡି.ଆଇ.ଜି ଦୀପକ କୁମାର ସେଠାରେ ଡେରା ପକାଇଥିବା ବେଳେ ତାଙ୍କ ପ୍ରଶ୍ନବାଣରେ ଗୋଟିଏ ପରେ ଗୋଟିଏ ସତର ଖୁଲାସା କରଛିି ଗୋବିନ୍ଦ । କୋର୍ଟରୁ ଅଣାଯାଇଥିବାରୁ ନିୟମ ମୁତାବକ ବିଲମ୍ବିତ ରାତିରେ ଗୋବିନ୍ଦକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲା ପୋଲିସ । ଗୋବିନ୍ଦଙ୍କ କହିବାନୁଯାୟୀ, ମମିତା ତାଙ୍କ ଗୁମର ଜାଣିଥିବା ବେଳେ ଏହା ବାହାରେ ପ୍ରଘଟ ହେଲେ ଲୋକଲଜ୍ଜା ଭୟରେ ମୁଣ୍ଡ ଟେକିପାରିବେନି ବୋଲି ତାଙ୍କୁ ଚିନ୍ତା ଘାରିଥିଲା । ତେଣୁ ଏହାକୁ ବାହାରେ କାହାକୁ ନ କହିବାକୁ ମମିତାଙ୍କୁ ନେହୁରା ବି ହୋଇଥିଲେ । ହେଲେ ସେ ଏହାକୁ ଏଡ଼ାଇ ଯାଇଥିଲେ । ଏହାପରେ ମମିତାଙ୍କୁ ରାସ୍ତାରୁ ହଟାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଗୋବିନ୍ଦ । ଶେଷ ଥର ପାଇଁ ମମିତା ସେପେଫମ୍ବର ୨୧ରେ ହଷ୍ଟେଲକୁ ଆସିଥିଲେ । ସେହିଦିନ ହିଁ ତାଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ ଗୋବିନ୍ଦ । କି;ୁ ମମିତା ସାଙ୍ଗମାନଙ୍କ ସହ ଥିବାରୁ ଉଦ୍ଦେଶ୍ୟ ସଫଳ ହୋଇପାରି ନ ଥିଲା । ପୁଣି ଥରେ ଘରୁ ଡକାଇ ହତ୍ୟା କରିବାର ଯୋଜନା କରିଥିଲା । ହେଲେ ସଫଳ ହୋଇପାରି ନ ଥିଲା ।

ଏହାପରେ ଅକେଫାବର ୭ ତାରିଖରେ ମିଟିଂ ଅଛି କହି ୬ ତାରିଖରେ ମମିତାଙ୍କୁ ଫୋନ୍‌ କରି ଡାକିଥିଲା । ମାତ୍ର ଏହା ପୁଣିଥରେ ୮ ତାରିଖକୁ ଘୁଞ୍ଚାଇ ଦିଆଗଲା ବୋଲି କହିଥିଲେ । ଏହାପରେ ୮ ତାରିଖରେ ମମିତା ପହଞ୍ଚିବା ପୂର୍ବରୁ ବାଟରୁ (ଚାନ୍ଦୋତରା ଛକ) ଭବାନୀପାଟଣାରେ ସପିଂ କରାଇବାକୁ ନେଇଯାଇଥିଲା ଗୋବିନ୍ଦ । ଏହାପରେ ଭବାନୀପାଟଣାର ଇଷ୍ଟଦେବୀ ମାଣିକେଶ୍ୱରୀ ପୀଠରେ ଗୁମର ନ ଫିଟାଇବାକୁ ଶପଥ ନେବାକୁ କହିଥିଲା । ମାତ୍ର ମମିତା ଏହାକୁ ପ୍ରତ୍ୟାଖାନ କରି ମାଣିକେଶ୍ୱରୀ ମନ୍ଦିର ଯିବାକୁ ମନା କରିଦେଇଥିଲେ । ଫଳରେ କ୍ରୋଧିତ ହୋଇପଡ଼ିଲା ଗୋବିନ୍ଦ । ସେଠାରୁ ମହାଲିଙ୍ଗକୁ ଫେରି ଆସିବାକୁ କହିଥିଲେ ଗୋବିନ୍ଦ । ବାଟରେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ କୁରସୁଡ଼ଛକ ନିକଟରେ ମୁଖ୍ୟ ରାସ୍ତା କଡ଼ରେ ଗାଡ଼ି ରଖିଥିଲେ ଗୋବିନ୍ଦ । ଏହାପରେ ଦିନ ପ୍ରାୟ ୧୧ଟାରେ ( ୧୧ରୁ ୧୧ ଟା ୩୦ ମିନିଟ ମଧ୍ୟରେ) ମମିତାଙ୍କ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଥିବା କହିଛନ୍ତି ଗୋବିନ୍ଦ । ହତ୍ୟା ପରେ ଗାଡ଼ିରେ ମୃତଦେହକୁ ଘରକୁ ନେଇ ଯାଇଥିଲା ଗୋବିନ୍ଦ । ଘରେ ଗାଡ଼ ଭିତରେ ରଖି ଖାଇପିଇ ସନ୍ଧ୍ୟାକୁ ଅପେକ୍ଷା କରିଥିଲା । ପୂର୍ବ ଯୋଜନା ମୂତାବକ ପୂର୍ବରୁ ଅକେଫାବର ୬ ତାରିଖରେ ମହାଲିଙ୍ଗ ଷ୍ଟାଡିୟମରେ ଗାତ ବି ଖୋଳା ସରିଥିବା । ଏହାପରେ ଜେସିବି ଡ୍ରାଇଭର ରାଧେଙ୍କୁ ଫୋନ୍‌ କରି ଷ୍ଟାଡିୟମର ପଛ ଗେଟ୍‌ ଖୋଲା ରଖିବାକୁ କହିଥିଲେ । ଏହାପରେ କାର୍‌ ନେଇ ଭିତରେ ପଶିଥିଲା । ଏପରିକି ସବୁ କିଛି ଠିକଠାକ୍‌ ଥିବାର ଅଭିନୟ କରି ଖାଇପିଇ ରହିଥିଲା । ଉକ୍ତ ଗାତରେ କିଛି ଟାୟାର ପକାଇବାକୁ ରାଧେକୁ କହିଥିବା ବେଳେ କାଠଗଣ୍ଡି ରଖିବାକୁ ମୁନସୀକୁ କହିଥିଲେ । ଏହାବାଦ ନିଜେ କାର୍ଡବୋର୍ଡ ରଖିଥିଲେ । ଏନେଇ ରାଧେ ଓ ମୁନସୀ ପଚାରିବାରୁ ଷ୍ଟାଡିୟମର ଆବର୍ଜନା ଜିନିଷ ସେଠାରେ ପୋଡ଼ାଯିବ ବୋଲି କହିଥିଲେ । ଏହାପରେ ରାତିରେ ନିଜେ ମୃତଦେହ ପୋଡ଼ିବା ଓ ପୋତିବା କାମ କରିଥିଲେ । ହେଲେ ଏ ସମ୍ପର୍କରେ କେହି ସୁରାଗ ପାଇପାରି ନ ଥିବା ପୁଲିସ୍‌ ସମ୍ମୁଖରେ କହିଛନ୍ତି ଗୋବିନ୍ଦ ।

ମମିତାଙ୍କୁ ହତ୍ୟାଠୁ ଆରମ୍ଭ କରି ପୋତିବା ପର୍ଯ୍ୟନ୍ତ କୌଣସି ଅସ୍ତ୍ରର ବ୍ୟବହାର କରାଯାଇ ନାହିଁ ବୋଲି ଗୋବିନ୍ଦ ପୋଲିସ ଆଗରେ କହିଛି । ତଣ୍ଟି ଚିପି ହିଁ ଗୋବିନ୍ଦ ନେଇଛି ମମିତାର ଜୀବନ । ସବୁ କାମ ନିଜେ କରିଥିବା ଗୋବିନ୍ଦ କହୁଥିବା ବେଳେ ଏହାକୁ କି;ୁ ସହଜେ ବିଶ୍ୱାସ କରିପାରୁନି ପୁଲିସ୍‌ । ହେଲେ ଅନ୍ୟ କାହା ସମ୍ମୁଖରେ ସତ କହିଲେ, ଭବିଷ୍ୟତରେ ସେ ଏହାକୁ ବାହାରେ ପ୍ରଘଟ କରିଦେବାର ଆଶଙ୍କା ଥିବା ତଥା ବ୍ଲାକମେଲ୍‌ କରିବା ଆଶଙ୍କା ଥିବା କହିଥିଲା ଗୋବିନ୍ଦ । ତେଣୁ ନିଜ ସହଯୋଗୀଙ୍କୁ କାମ ଦେଉଥିଲା, କି;ୁ ସେମାନଙ୍କୁ କାରନାମା ଜଣାଉ ନ ଥିବା ବୋଲି କହିଛି ଗୋବିନ୍ଦ । ପୁଲିସ୍‌ ଏବେ ବିଭିନ୍ନ ତଥ୍ୟ, ପ୍ରମାଣ ଯୋଗାଡ଼ କରିବାରେ ଲାଗି ପଡ଼ିଥିବା ବେଳେ ମମିତାଙ୍କ ମୋବାଇଲ ଓ ପେନ୍‌ ଡ୍ରାଇଭ ତଥା ହତ୍ୟା ଦିନ ସପିଂ କରିଥିବା ଜିନିଷକୁ ପାଇପାରି ନାହିଁ । ମମିତାଙ୍କୁ ପୋତିଥିବା ଗାତରେ ହିଁ ଏହି ସମସ୍ତ ସାମଗ୍ରୀ ଫୋପାଡ଼ି ଦେଇଥିବା କହିଛି ଗୋବିନ୍ଦ । ଏହାକୁ ଜବତ କରିବାକୁ ଆଜି ଖୋଦ୍‌ ଡିଆଇଜି ଓ ବଲାଙ୍ଗିର ଏସପି ସ୍ପଟ୍‌ ଭେରିଫିକେସନ ଯାଇଛନ୍ତି । କି;ୁ ସିନ୍‌ ରିକ୍ରିଏଟ ପାଇଁ ଆଜି ଗୋବିନ୍ଦକୁ ନିଆଯାଇ ନ ଥିବା ଜଣାଯାଇଛି ।

ଏହି ଘଟଣାରେ ପୋଲିସ ଆଉ ୨ ଜଣଙ୍କୁ ମଧ୍ୟ ଜେରା କରୁଥିବା ବେଳେ ଜେରାରୁ କଣ ମିଳୁଛି ଜଣାପଡ଼ିନାହିଁ । ମହାଲିଙ୍ଗ କଲେଜରେ ପଢ଼ୁଥିବା ଜଣେ ଯୁକ୍ତ ୩ ର ଛାତ୍ରୀ ପାଇଁ ଏହି ହତ୍ୟାର ପୃଷ୍ଟ ଭୂମି ବୋଳି କୁହାଯାଉଛି । ଏହି ଛାତ୍ରୀଙ୍କ ସହ ଗୋବିନ୍ଦର ଶାରୀରୀକ ସମ୍ପର୍କ ରହିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହାର ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି । ସେପଟେମ୍ବର ୨୧ରୁ ହତ୍ୟା ପାଇଁ ଯୋଜନା ହୋଇସାରିଥିବା ବେଳେ ଏହା ପରେ ଗୋବିନ୍ଦ କହା କାହା ସହ କଥାବାର୍ତ୍ତା କରିଛି ତାହା ମୋଇଲର ସିଡ଼ିଆର ହିଁ କହିବ । ସେଥିପାଇଁ ପୋଲିସ ମୋବାଇଲକୁ ଉଦ୍ଧାର କରିବାରେ ଲାଗିପଡ଼ିଛି ।

Govt

Comments are closed.