ହୀରାକୁଦ ବନ୍ଧ ସୁରକ୍ଷା ନେଇ ସରକାର କେତେ ତତ୍ପର?

ନାଲିଫିତା ତଳେ ଅତିରିକ୍ତ ସ୍ପିଲେ୍‌ୱ ଟେଣ୍ଡର

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ସୁରକ୍ଷା ସହିତ ଓଡ଼ିଶାବାସୀଙ୍କ ଭାଗ୍ୟ ଆଉ ଭବିଷ୍ୟତ ବି ର୍ନିଭର କରୁଛି । ତଥାପି, ହୀରାକୁଦ ବନ୍ଧ ସୁରକ୍ଷା ନିମନ୍ତେ ପ୍ରସ୍ତାବିତ ଅତିରିକ୍ତ ସ୍ପିଲେ୍‌ୱ ର୍ନିମାଣ ପାଇଁ ଆଗେଇ ପାରୁନି ଟେଣ୍ଡର କାମ । ରାଜଧାନୀରେ ନାଲିଫିତା ତଳେ ଚାପି ହୋଇରହିଛି ଫାଇଲ୍‌ । ଗତ ଜୁଲାଇ ମାସରୁ ଟେଣ୍ଡର ଆହ୍ୱାନ ପାଇଁ ଫାଇଲ୍‌ ଯାଇଥିଲେ ହେଁ ଏପର୍ଯ୍ୟନ୍ତ ସବୁଜ ସଂକେତ ମିଳିପାରିନାହିଁ ।

ପ୍ରକାଶ ଯେ, ୧୯୯୭ କେନ୍ଦ୍ର ଜଳ ଆୟୋଗ ଓ ରାଜ୍ୟ ସରାକର ମିଳିତ ଭାବେ ସାମ୍ଭାବ୍ୟ ସର୍ବାଧିକ ବନ୍ୟା (ପିଏମ୍‌ଏଫ୍‌) ସଂପର୍କରେ ଆକଳନ କରିଥିଲେ । ଏଥିରେ ୨୪.୫୦ ଲକ୍ଷ କ୍ୟୁସେକ ବନ୍ୟା ଜଳ ଆସିବା ସମ୍ଭାବନା ଥିବା ଏହି ଆକଳନରୁ ଜଣାପଡ଼ିଥିଲା । ବର୍ତ୍ତମାନର ବ୍ୟବସ୍ଥାରେ ହୀରାକୁଦରୁ ସର୍ବାଧିକ ୧୫ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହୋଇପାରିବ । ଛତିଶଗଡ଼ ସରକାର ଅନେକ ବ୍ୟାରେଜ ର୍ନିମାଣ କରିବା ସହିତ ନିଜ ସୁରକ୍ଷା ପାଇଁ ମନଇଚ୍ଛା ବର୍ଷାଜଳ ନିଷ୍କାସନ କରୁଛନ୍ତି । ହୀରାକୁଦ ଜଳଭଣ୍ଡାର ପାଇଁ ବିପଦ ଥିବା ଦୃଷ୍ଟିରେ ରଖି କେନ୍ଦ୍ର ଜଳ ଆୟୋଗ ଓ ବିଶ୍ୱବ୍ୟାଙ୍କ ସହଯୋଗରେ ହୀରାକୁଦ ପଟେ ଅତିରିକ୍ତ ସ୍ପିଲ ର୍ନିମାଣ ପାଇଁ ପଦକ୍ଷେପ ନିଆଯାଇଛି । ରାଜ୍ୟ ସରକାର ଏଥିପାଇଁ ନୂଆ କରି ସ୍ପିଲେ୍‌ୱ ଡିଭିଜନ ଖୋଲିବା ପରେ ଟେଣ୍ଡର ପାଇଥିବା ‘ଟାଟା ଇନ୍‌ଫ୍ରା ପ୍ରୋଜେକଫ ଲିମିଟେଡ୍‌’ ସହ ଚୁକ୍ତି ହୋଇଥିଲା । ସ୍ପିଲେ୍‌ୱ ର୍ନିମାଣରେ ବେଶ୍‌ ଅଭିଜ୍ଞତା ଥିବା ଇରା[୍ର କସ୍ତ୍ରପାନି ‘ଏଜ୍‌’ ସହଯୋଗରେ ଟାଟା ଅତିରିକ୍ତ ୫ଟି ସ୍ପିଲେ୍‌ୱ ର୍ନିମାଣ କରିବା ଯୋଜନା କରିଥିଲା । ମାତ୍ର ଜମି ହସ୍ତାନ୍ତର ପ୍ରକ୍ରିୟା ବିଳମ୍ବ ଆଳ କରି ୨୦୨୦ରେ ଏହି ପ୍ରକଳ୍ପରୁ ଏହି କଂପାନି ଓହରି ଯିବା ସହିତ ପାଲଟା ସରକାରଙ୍କ ବିରୋଧରେ ଆର୍ବିଟ୍ରେସନ୍‌ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲା । ପ୍ରାୟ ୩୮୦ କୋଟି ଟଙ୍କାରେ ଟେଣ୍ଡର ହାତେଇଥିବା ଏହି ଠିକା ସଂସ୍ଥା ମାତ୍ର ୧୨ କୋଟି ଟଙ୍କାର କାମ କରିଥିଲା । ଏବେ ଏହି ପ୍ରକଳ୍ପରେ ନିଜର କ୍ଷତି ହୋଇଥିବା ଦର୍ଶାଇ ସରକାରଙ୍କଠାରୁ ପାଲଟା ଅର୍ଥ ଦାବି କରିଥିଲା । କେବଳ ସେତିକି ନୁହେଁ, ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ ନୂଆ ଟେଣ୍ଡର ଡାକିବା ଉପରେ ଆର୍ବିଟ୍ରେସନ୍‌ ଟ୍ରିବ୍ୟୁନାଲଙ୍କଠାରୁ ରହିତାଦେଶ ଆଣିବାରେ ବି ସଫଳ ହୋଇଥିଲା ।

ତେବେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଚତୁରତାର ସହ ଠିକା ସଂସ୍ଥା ଉପରେ ପାଲଟା ୪୨୦ କୋଟି ଟଙ୍କା ଅର୍ଥ ଦାବି କରିବା ଏବଂ ଅତିରିକ୍ତ ସ୍ପିଲେ୍‌ୱ ର୍ନିମାଣ ନହେବା କାରଣରୁ ବିପର୍ଯ୍ୟୟ ହେଲେ ଯଦି କ୍ଷୟକ୍ଷତି ହୁଏ, ତାହେଲେ ଟାଟା ଇନ୍‌ଫ୍ରା ପ୍ରୋଜେକଫ ଲିମିଟେଡ୍‌ ଦାୟୀ ରହିବ ବୋଲି ଟ୍ରିବ୍ୟୁନାଲଙ୍କୁ ଆବେଦନ କରିବାପରେ ଏହି ଠିକା ସଂସ୍ଥାର ଚେତା ପଶିଥିଲା । ବାଧ୍ୟ ହୋଇ ସ୍ପିଲେ୍‌ୱ ର୍ନିମାଣ କାର୍ଯ୍ୟ ନିମନ୍ତେ ରହିତାଦେଶ ପାଇଁ କରିଥିବା ଆବେଦନ ପ୍ରତ୍ୟାହାର କରିଥିଲା । ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଗତ ଜୁନ୍‌ ମାସରେ ଟେଣ୍ଡର ଆହ୍ୱାନ ପାଇଁ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଥିଲେ । ରାଜ୍ୟ ସରକାର କି;ୁ ଏନେଇ କେତେକ ପ୍ରସଙ୍ଗରେ ସ୍ପଷ୍ଟୀକରଣ ମାଗିଥିଲେ । ସ୍ପଷ୍ଟୀକରଣ ସହିତ ଜୁଲାଇ ମାସରେ ଟେଣ୍ଡର ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ାଥିଲେ ବନ୍ଧ କର୍ତ୍ତୃପକ୍ଷ ।ଇତିମଧ୍ୟରେ ୩ ମାସ ଅତିକ୍ରାନ୍ତ ହୋଇଗଲାଣି । ହେଲେ, ଟେଣ୍ଡର ପ୍ରକ୍ରିୟାରେ କେଣସି ଅଗ୍ରଗତି ଘଟି ନାହିଁ । ଚଳିତବର୍ଷ ଆଗୁଆ ବନ୍ୟା ଜଳ ନିଷ୍କାସନ ଯୋଗୁ ହୀରାକୁଦ ଜଳଭଣ୍ଡାର ଏହାର ପୂର୍ଣ୍ଣ କ୍ଷମତାରେ ପହଂଚିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ମାତ୍ର, ଉପର ମୁଣ୍ଡରେ ବର୍ଷା ହେବା ପରେ ଛତିଶଗଡ଼ ସରକାର ଅଚାନକ ନିଜ ବ୍ୟାରେଜଗୁଡ଼ିକର ଗେଟ୍‌ ସବୁ ଖୋଲି ଦେବା କାରଣରୁ ହୀରାକୁଦ ଜଳଭଣ୍ଡାର ଉଛୁଳିବା ସ୍ଥିତିକୁ ଚାଲି ଆସିଥିଲା । ରାଜ୍ୟ ସରକାର ସବୁ କିଛି ଜାଣିବା ପରେ ବି ଟେଣ୍ଡର ଆହ୍ୱାନ ଦିଗରେ ଅବହେଳା କରି ଆସୁଛନ୍ତି । କେବଳ ଅବହେଳା ନୁହେଁ, ହୀରାକୁଦ ଜଳଭଣ୍ଡାରର ସୁରକ୍ଷା ସହିତ ଓଡ଼ିଶାବାସୀଙ୍କ ଭାଗ୍ୟ ଓ ଭବିଷ୍ୟତ ସହିତ ଖେଳୁଛନ୍ତି ବୋଲି ସଚେତନ ନାଗରିକ ମହଲରେ ଆଲୋଚନା ହେଉଛି ।

Comments are closed.