ଅଜବ କାର

ସମସ୍ତେ କାରକୁ ନିଜ ପସନ୍ଦରେ କିଣନ୍ତି । ସେହିଭଳି କେତେକ ଚାହାନ୍ତି ସେ ଚଲୁଥିବା ଗାଡି ସମସ୍ତଙ୍କ ଠାରୁ ଭିନ୍ନ ହେଉ । ଏହିପରିକି କେତେକ ବ୍ୟକ୍ତି କାର କିଣିବା ପରେ ଏହାକୁ ନିଜ ମନ ପସନ୍ଦ ଅନୁସାରେ ସଜାନ୍ତି । ତେବେ ଦୁନିଆରେ ଏଭଳି କେତେକ କାର ଅଛି ଯାହାର ଡିଜାଇନ୍‌ ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ତେବେ ଏହି କାରଗୁଡିକ କିଣା ସମୟରେ ଏଭଳି ଡିଜାଇନ୍‌ର ନଥାଏ । ଏହାକୁ ଏହାର ମାଲିକ କିଣିବା ପରେ ଏଭଳି ସଜାଇଥାଆନ୍ତି । ଯାହାଫଳରେ ରାସ୍ତାରେ କାରଗୁଡିକ ଗଲାବେଳେ ସମସ୍ତେ ବୁଲିକରି ଦେଖନ୍ତି । ଆସନ୍ତୁ ପଢିବା ସେହିଭଳି କିଛି କାର ସମ୍ଭନ୍ଧରେ ।

ମେଗା ସବ୍‌ଉଫର୍‌

ଅଜବ କାର

ପ୍ରାୟ ସବୁ କାରରେ ଗୀତ ଶୁଣିବାକୁ ସୁବିଧା ଥାଏ । ହେଲେ ସମସ୍ତେ କାରରେ ଥିବା ଷ୍ଟେରିଓ ସାହାଯ୍ୟରେ ଗୀତ ଶୁଣନ୍ତି । ହେଲେ ଏଭଳି ମଧ୍ୟ କାର ରହିଛି ଯାହାର ମୁ୍ୟଜିକ୍‌ ସିଷ୍ଟମକୁ ବଦଳାଯାଇ ସବ୍‌ ଉଫର୍‌ରେ ପରିଣତ କରାଯାଇଛି । ପଛସିଟ୍‌ରେ ଦୁଇଟି ଉଫ୍‌ର ଲଗାଯାଇଛି, ଯେଉଁଥିରେ ଗୀତ ବାଜିଥାଏ । ଏହି କାରରେ ଯଦି ଆପଣ ପଛ ସିଟ୍‌ରେ ବସିଛନ୍ତି ଏବଂ ଗୀତ ଲଗାଯାଉଛି, ଆପଣଙ୍କୁ କାନରେ ଆଘାତ ଲାଗିବାର ସମ୍ଭାବନା ଢେର ଅଧିକା । କାରଣ ଗୀତର ଭଲୁ୍ୟମ୍‌ ବେଶ୍‌ ଅଧିକ ରହିଥାଏ । ରାସ୍ତାରେ ଏହି କାର ଯିବା ସମୟରେ ସମସ୍ତେ ଏହାକୁ ଦେଖିଥାଆନ୍ତି ।

ଜୋତା କାର

ଅଜବ କାର

ଜୋତା ଆକାରରେ କିଛି ଛୋଟଛୋଟ ସାମଗ୍ରୀ ଆପଣ ଦେଖିଥିବେ, ଯାହା ଘର ସଜାଇବାରେ ବ୍ୟବହାର ହୋଇଥାଏ । କିନ୍ତୁ ଜୋତା କାର କଥା କେହି କେବେ ଭାବିନଥିବେ । କିନ୍ତୁ ଏଭଳି କାର ମଧ୍ୟ ରହିଛି । ଏହା ଦେଖିବାକୁ ଅବିକଳ ଏକ ହିଲ୍‌ ଭଳି । ଏହାକୁ ହଠାତ୍‌ ଦେଖିଲେ ଲାଗିବ ଏକ ଜୋତାରେ ଚକ ଲାଗିଛି । ଏହି କାରଟି ଏତେ ଅଜବ ଯେ ଏହାକୁ ଦେଖିବାକୁ ଲୋକ ରାସ୍ତାରେ ଭିଡ ଲଗାନ୍ତି ।

ବ୍ୟାଟ୍‌ ମୋବାଇଲ୍‌

ଅଜବ କାର

ବ୍ୟାଟ୍‌ମ୍ୟାନ କାର୍‌ ପୁରା ଦୁନିଆରେ ପରିଚିତ । ତେବେ ଜଣେ ବ୍ୟାଟ୍‌ମ୍ୟାନ ଫ୍ୟାନ୍‌ ନିଜ କାରକୁ ବ୍ୟାଟ୍‌ମ୍ୟାନ କାରରେ ପରିଣତ କରିଥିଲେ । ଯାହା ଦେଖିବାକୁ ମୋବାଇଲ୍‌ ଭଳି । କାରଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା ।

Comments are closed.