୨୪ ଘଣ୍ଟାରେ ରାଜ୍ୟରେ ୫୪୫ କରୋନା ସଂକ୍ରମିତ ଏବଂ ୬୫୩ ସୁସ୍ଥ

ଭୁବନେଶ୍ୱର: ସେପ୍‌ଟେମ୍ବର ୨୮ : ଆଜି ରାଜ୍ୟରେ ୫୨, ୬୭୫ ସ୍ୱାବ ଟେଷ୍ଟ ମଧ୍ୟରୁ ୫୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୭୪ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୩୧୯ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୨୬ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୨୫ ହଜାର ୩୦୯ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୬୫୩ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୧୧ ହଜାର ୪୮୨ ଜଣ ସୁସ୍ଥ ହୋଇସାରିଲେଣି । ରାଜ୍ୟରେ କରୋନା ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛ, ଯାହା ଏକ ଆଶ୍ୱସ୍ତିକର କଥା । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫, ୫୮୭ ରହିଛି ।
୨୪ ଘଣ୍ଟାରେ ରାଜ୍ୟରେ ୭ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୮, ୧୮୭ ଜଣଙ୍କର ମୃତୁ୍ୟ ହୋଇସାରିଲାଣି ।

 

Govt

Comments are closed.