ଚୀନ୍‌ରେ ବିଜୁଳି ସଙ୍କଟ: କାରଖାନା ଓ ମଲ୍‌ ବନ୍ଦ, ମୋବାଇଲ ଉତ୍ପାଦନରେ ପଡ଼ିପାରେ ପ୍ରଭାବ

ଚୀନ୍‌: ସେପ୍‌ଟେମ୍ବର ୨୮: ଏବେ ଚୀନ୍‌ରେ ବିଜୁଳି ସଙ୍କଟ ଭୟଙ୍କର ରୂପ ନେବାକୁ ଯାଉଇଛି । ଯଦି ଚୀନ୍‌ରେ ଏହି ସମସ୍ୟା ଲାଗିରୁହେ, ତେବେ ମୋବାଲ ଉତ୍ପାଦନ କ୍ଷେତ୍ରରେ ବିଶ୍ୱ ବଜାରରେ ଏହାର ପ୍ରଭାବ ପଡ଼ିବ । ବିଶେଷ କରି ଚୀନ୍‌ର ପୂର୍ବ-ଉତ୍ତର ଅଞ୍ଚଳରେ ଏବେ ବିଜୁଳି ସଙ୍କଟ ବଢିବାରେ ଲାଗିଛି । ସ୍ଥିତି ଏତେ ସଙ୍ଗୀନ ହୋଇପଡ଼ିଛି ଯେ, ଆପଲ ଏବଂ ଟେସଲା ଭଳି ବଡ଼ ବଡ଼ କମ୍ପାନୀ ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଛି । ଏହି ଅଞ୍ଚଳର ଅନେକ କାରଖାନା, ମଲ୍‌ ଓ ଦୋକାନ ବନ୍ଦ ପଡିଛି ଏବଂ ପୂରା ସହର ଅନ୍ଧକାରରେ ବୁଡ଼ିଯାଇଛି । ଫଳରେ ଲୋକମାନଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି । ଏହିପରି କି ଅନ୍ଧକାରମୟ ସ୍ଥାନମାନଙ୍କରେ ଶୀତ ବୃଦ୍ଧି ପାଉଛି ବୋଲି ଖବର ମିଳଛି । କୋଇଲା ଯୋଗାଣରେ ଦେଖାଦେଇଥିବା ସମସ୍ୟା କାରଣରୁ ଚୀନ୍‌ର ପୂର୍ବ-ଉତ୍ତର ଅଞ୍ଚଳରେ ଏହି ସମସ୍ୟା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଚୀନ୍‌ରେ କୋଇଲା ଉତ୍ପାଦନ ଚାହିଦା ବଢୁଛି । ଯାହାର ପ୍ରଭାବ କୋଇଲା ଯୋଗାଣ ଉପରେ ପଡିଛି । ଏପରିକି କୋଇଲା ଦରଦାମ ମଧ୍ୟ ଯଥେଷ୍ଟ ଅଧିକ ବଢିଯାଇଛି । ଫଳରେ ଚୀନ୍‌ରେ କୋଇଲା ସଙ୍କଟ ଭୟଙ୍କର ସ୍ଥିତିରେ ପହଞ୍ଚିଛି ।
ଚୀନ୍‌ର ଏକ ରିପୋର୍ଟ ଅନୁସାରେ, ପୂର୍ବ-ଉତ୍ତର ଅଞ୍ଚଳରେ ଥିବା ଲିୟାଓୟଙ୍ଗ ସହରରେ ବିଜୁଳି ଅଭାବ ଯୋଗୁଁ ସେଠାରେ ଥିବା ଏକ ବଡ଼ ଧାତୁ କାରଖାନା ବନ୍ଦ ହୋଇଯାଇଛି । ବିଜୁଳି ଅଭାବ କାରଣରୁ କାରଖାନାରେ ବିଷାକ୍ତ ଗ୍ୟାସ ଲିକ୍‌ ହୋଇଛି । ଏଥିରେ ୨୩ ଜଣ କର୍ମଚାରୀ ଗୁରୁତର ପ୍ରଭାବ ହୋଇଛନ୍ତି । ସେହିପରି ଚାଙ୍ଗଚୁନ୍‌ ଅଞ୍ଚଳରେ ଗତ ସପ୍ତାହରୁ ବିଜୁଳି ଯୋଗାଣର ସମୟ ସ୍ଥୀରିକୃତ କରାଯାଇଛି । ଯାହାଦ୍ୱାରା ସମସ୍ତଙ୍କ ଘର ଓ କାରଖାନାକୁ କେବଳ ଜରୁରୀକାଳୀନ ବ୍ୟବହାର ପାଇଁ ବିଜୁଳି ମିଳୁଛି । ଏଭଳି ବିଜୁଳି ସଙ୍କଟ ଚୀନ୍‌ର ଉତ୍ପାଦନକାରୀ ସଂସ୍ଥା ଉପରେ ଭୟଙ୍କର ପ୍ରଭାବ ପକାଇଛି । କାରଖାନାକୁ ଆବଶ୍ୟକୀୟ ପରିମାଣର ବିଜୁଳି ମିଳୁନଥିବାରୁ ବିଭିନ୍ନ ସାମଗ୍ରୀର ଅଭାବ ଦେଖାଦେଉଛି । ଏଭଳି ପରିସ୍ଥିତିରେ ସମସ୍ତ ଘରକୁ ଏବଂ କାରଖାନାକୁ ବିଜୁଳି ଯୋଗାଇ ଦେବାରେ ଚୀନ୍‌ର ପ୍ରଶାସନ ପାଇଁ ଏବେ ସବୁଠୁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି ।

Comments are closed.