ନେପାଳ: ଦୁନିଆରେ ଏଭଳି ଅନେକ ସ୍ଥାନ ରହିଛି ଯାହା କିଛି ନିଆରା କାରଣରୁ ପରିଚିତ । ସେହିଭଳି ଏକ ଗାଁ ହେଲା ନେପାଳରେ ଥିବା ହୋକସେ ବଜାର ଗ୍ରାମ । କିନ୍ତୁ ଏହି ଗ୍ରାମର ଆଉ ଏକ ନାଁ ହେଲା ‘ଗୋଟିଏ କିଡନୀର ଗାଁ’ । ଏଠିକାର ଅଧିକାଂଶ ବାସିନ୍ଦାଙ୍କର ଗୋଟିଏ କିଡନୀ ରହିଛି । ନିଜର ଏହି ବିଚିତ୍ର କାରଣ ପାଇଁ ଏହା ଦୁନିଆରେ ପରିଚିତ । ଗୋଟିଏ କିଡନୀ କାରଣରୁ ସେମାନଙ୍କର ଗମ୍ଭୀର ସମସ୍ୟା ମଧ୍ୟ ଦେଖାଯାଇଥାଏ । ତେବେ ଏହା ପଛର କାରଣ ମଧ୍ୟ ବେଶ୍ ସମ୍ବେଦନଶୀଳ । ଏଠିକାର ଲୋକମାନେ ବହୁତ ଗରିବ, ଯାହା ଫଳରେ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ସେମାନେ ନିଜର ଗୋଟିଏ କିଡନୀ ବିକ୍ରି କରିଦିଅନ୍ତି ବୋଲି ଜଣାପଡିଛି । କିଛିଟା ରିପୋର୍ଟ ଅନୁସାରେ, ଏହି ଗାଁରେ ମାନବ ଅଙ୍ଗ ଚୋରାଚାଲାଣର ର୍ୟାକେଟ୍ ଚାଲିଛି, ଯେଉଁ କାରଣରୁ ଏମାନେ ନିଜର କିଡନୀକୁ ଖୁବ୍ କମ ଟଙ୍କାରେ ବିକ୍ରି କରନ୍ତି । ତେଣୁ ରାକେଟ୍ରେ ସାମିଲ ଥିବା ଦଲାଲମାନେ ଏଭଳି କରନ୍ତି ବୋଲି ରିପୋର୍ଟରୁ ଜଣାପଡିଛି । ଏଠିକାର ପ୍ରାୟ ପ୍ରାପ୍ତବୟସ୍କ ଲୋକ ଏଭଳି କରିଥାଆନ୍ତି ।

Comments are closed.