ଦିଲ୍ଲୀ: ସେପ୍ଟେମ୍ବର ୧୫: ଆଗକୁ ଆସୁଥିବା ଦୀପାବଳି ସକାଶେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦିଲ୍ଲୀ ସରକାର ବାଣ ସଂରକ୍ଷଣ ତଥା ବିକ୍ରୟ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଦକ ଲଗାଇଛନ୍ତି । ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ଟୁଇଟ୍ କରି ସୂଚନା ଦେଇଥିଲେ । ଦିଲ୍ଲୀର ପ୍ରଦୂଷଣ ବିପଦଜ୍ଜନକ ପରିସ୍ଥିତିରେ ଆସିପହଞ୍ଚିଛି । ସକାଳ ସମୟରେ ଦିଲ୍ଲୀର ବାୟୁମଣ୍ଡଳରେ କୁହୁଡ଼ି ପରି ଏକ ଧଳା ରଙ୍ଗର ଆସ୍ତରଣ ଦେଖିବାକୁ ମିଳୁଛି । ପ୍ରଦୂଷଣ କାରଣରୁ ଏହିପରି ହେଉଛି । ଯାହା ସାଧାରଣ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକ ପ୍ରକାଶ କରିଛନ୍ତି ।
पिछले 3 साल से दीवाली के समय दिल्ली के प्रदूषण की खतरनाक स्तिथि को देखते हुए पिछले साल की तरह इस बार भी हर प्रकार के पटाखों के भंडारण, बिक्री एवं उपयोग पर पूर्ण प्रतिबंध लगाया जा रहा है। जिससे लोगों की जिंदगी बचाई जा सके।
— Arvind Kejriwal (@ArvindKejriwal) September 15, 2021
ସୂଚନା ଥାଉଯେ, ଗତ ବର୍ଷ କେଜରିୱାଲ ସରକାରଙ୍କ ପକ୍ଷରୁ ବିଳମ୍ବରେ ବାଣ ସଂରକ୍ଷଣ ଓ ବିକ୍ରି ଉପରେ ନିଷେଧାଦେଶ ଘୋଷଣା ହୋଇଥିଲା । ଫଳରେ ବହୁ ବାଣ ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡ଼ିଥିଲା । ଏଣୁ ଏହି ସମସ୍ୟାକୁ ନଜରରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ବାଣ ନିଷେଧାଦେଶକୁ ଶୀଘ୍ର ଘୋଷଣା କରିଛନ୍ତି ।

Comments are closed.