ମହାରାଷ୍ଟ୍ରର ନଡିଆ ମିଠା ଭାତ

0

ସାମଗ୍ରୀ – ଅଧା କପ୍‌ ବାସୁମତି ଚାଉଳ, ଅଳ୍ପ କିଛି କେଶର, ଏକ ଚାମଚ ଘିଅ, ୧୦ଟି କାଜୁ, ୩ ଚାମଚ କିସମିସ, ଅଧା କପ୍‌ ଗୁଡ, ଅଧାକପ୍‌ କୋରା ନଡିଆ, ୨ଟି ଗୁଜୁରାତି, ୩ଟି ଲବଙ୍ଗ, ଡାଲଚିନି ଏକ ଖଣ୍ଡ, ଅଧା ଚାମଚ ଗୁଜୁରାତି ଗୁଣ୍ଡ
ପ୍ରଣାଳୀ- ପ୍ରଥମେ ଚାଉଳକୁ ୩୦ମିନିଟ ପାଇଁ ବତୁରାଇ ରଖନ୍ତୁ । ଏହାପରେ ସାମାନ୍ୟ ଆଞ୍ଚରେ ପ୍ୟାନ୍‌ରେ ୨ଚାମଚ ଘିଅ ଗରମ କରନ୍ତୁ । ଘିଅ ଗରମ ହେବାପରେ ଏଥିରେ ଚାଉଳ ପକାଇ ଏକ ମିନିଟ୍‌ ପାଇଁ ଭାଜନ୍ତୁ । ଏହାପରେ ଏଥିରେ ଏକ କପ୍‌ ପାଣି, କେଶର ଓ ଲୁଣ ପକାଇ ଭାତ ରାନ୍ଧନ୍ତୁ । ଅନ୍ୟପଟେ ଘିଅରେ କାଜୁ ଓ କିସମିସ୍‌ ଭାଜନ୍ତୁ ।

ମହାରାଷ୍ଟ୍ରର ନଡିଆ ମିଠା ଭାତ

ଗୁଡରେ ନଡିଆ କୋରା ପକାଇ ଗୁଡ଼ ପାଣି ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ଏହାପରେ ଏଥିରେ ଭାତ ପକାଇ ଭଲକରି ମିଶାନ୍ତୁ ଏବଂ ପାଞ୍ଚ ମିନିଟ୍‌ ପାଇଁ ଘୋଡାଇ ରଖନ୍ତୁ ।

 

ମହାରାଷ୍ଟ୍ରର ନଡିଆ ମିଠା ଭାତ

ଶେଷରେ ଗୁଜୁରାତି ଗୁଣ୍ଡ ପକାନ୍ତୁ, ପ୍ରସ୍ତୁତ ହୋଇଗଲା ମହାରାଷ୍ଟ୍ରର ପରିଚିତ ଖାଦ୍ୟ ନଡିଆ ଭାତ ।

Leave A Reply

Your email address will not be published.