୯ବର୍ଷ ବୟସରେ ପିଲାମାନେ ଖେଳକୁଦରେ ସମୟ ବିତାଇଥାଆନ୍ତି । ହେଲେ ଆମେରିକାର ଜଣେ ବାଳକ ୯ବର୍ଷ ବୟସରେ ଦେଖାଇଛି ବିରଳ ପଶୁପ୍ରେମ । ନିଜପାଇଁ ଖେଳନା କିଣିବା ବୟସରେ ସେ ବିଲେଇଙ୍କ ପାଇଁ ଖେଳନା କିଣୁଛି । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ପିଲାଟି ବିଲେଇଙ୍କ ପାଇଁ ଖେଳନା କିଣିବ ବୋଲି ପ୍ରତିବର୍ଷ ଖରାଦିନେ ଲେମନେଡ୍ ବିକ୍ରି କରୁଛି । ଏହି କାର୍ଯ୍ୟପାଇଁ ତାଙ୍କ ପରିବାର ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି ।
ଗୋଟିଏ ସପ୍ତାହରେ ପିଲାଟି ପ୍ରାୟ ୧,୧୫୦ ଡଲାର ଲେମନେଡ୍ ବିକ୍ରି କରି ପାଉଛି । ପିଲାଟି ଏହି କାର୍ଯ୍ୟ ୨୦୧୯ରୁ କରିଆସୁଛି । ଥରେ ନିଜ ଜେଜେ ମା’ଙ୍କ ସହିତ ଆଡାହୋ ହୁମ୍ୟାନ୍ ସୋସାଇଟି ବୁଲିବାକୁ ଯାଇଥିବା ସମୟରେ ସେଠାରେ ସେ କେତେକ ବିଲେଇଙ୍କୁ ଦେଖିଥିଲା । ତେବେ ଏହି ବିଲେଇଙ୍କ ପାଖରେ ଖେଳନା ନଥିବା ପିଲାଟି ଲକ୍ଷ କରିଥିଲା । ଏହା ପରଠାରୁ ସେ ଏହି ବିଲେଇଙ୍କ ନିମନ୍ତେ ଖେଳନା କିଣିବା ପାଇଁ ଅର୍ଥ ଯୋଗାଡ କରୁଛି । ଆଜି ପର୍ଯ୍ୟନ୍ତ ସେ ସର୍ବମୋଟ ୧,୯୫୦ଡଲାର ଦାନ କରିସାରିଲାଣି । ସୋସିଆଲ ମିଡିଆରେ ବି ପିଲାଟି ଭାଇରାଲ ହେବାରେ ଲାଗିଛି । ପିଲାଟିର ମା’ ତା ପାଇଁ ଏକ ଫେସବୁକ ପେଜ୍ ଖୋଲିଛନ୍ତି, ଯାହାଦ୍ୱାରା ପିଲାଟି ନିଜ କାର୍ଯ୍ୟ ସମ୍ପର୍କରେ ସମସ୍ତଙ୍କୁ ଜଣାଇ ପାରିବ । ଘଟଣାଟି ଭାଇରାଲ ହେବାପରେ ଲୋକମାନେ ଲେମନେଡ୍ ନ ପିଇକି ବି ତାଙ୍କ ପାଖକୁ ପଇସା ପଠାଉଛନ୍ତି ।
Comments are closed.