ଭାଇରାଲ କେବିସି ବୟ

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି ହିମାଚଳର ଅରୁଣଉଦୟ । ବୟସ ମାତ୍ର ୯ବର୍ଷ ହେଲେ ନିଜର ବାକଚାତୁରୀରେ ଚୁପ କରାଇଛନ୍ତି ମହାନାୟକ ଅମିତାଭ ବଚ୍ଚନଙ୍କୁ । କେବିସିର ମଞ୍ଚରେ ତାଙ୍କ କଥାରେ କୌଣସି ଉତ୍ତର ଦେଇନପାରିବାରୁ ଅମିତାଭଙ୍କୁ ଚୁପ ହେବାକୁ ପଡିଛି ।

ଭାଇରାଲ କେବିସି ବୟ
ପ୍ରୋଗ୍ରାମଟି ଟେଲିକାଷ୍ଟ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକଙ୍କୁ ଅରୁଣଙ୍କର କଥା କହିବାର ଷ୍ଟାଇଲ ସହ ତାଙ୍କ ମଧ୍ୟରେ ଭରି ରହିଥିବା ଆତ୍ମବିଶ୍ୱାସ ବେଶ୍‌ ପସନ୍ଦ ଆସିଛି । ନିଜର ନାଁର ଅର୍ଥକୁ ଖୁବ୍‌ ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି ଅରୁଣ, ଯାହା ସମସ୍ତଙ୍କୁ ଚକିତ କରିଛି । ଏତେ କମ ବୟସରେ ମଧ୍ୟ ତାଙ୍କ ମଧ୍ୟରେ ଭରି ରହିଥିବା ବୁଦ୍ଧି ଓ ଆତ୍ମବିଶ୍ୱାସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସେହିଭଳି ଅରୁଣ ମଞ୍ଚରେ ଅମିତାଭଙ୍କର ମିମିକ୍ରି ମଧ୍ୟ କରିଥିଲେ ଯାହା ବେଶ୍‌ ସୁନ୍ଦରଥିଲା ।

Govt

Comments are closed.