ସଦ୍ଭାବନା ଦିବସ

0

ପ୍ରତିବର୍ଷ ଅଗଷ୍ଟ ୨୦ ତାରିଖରେ ପାଳନ ହୋଇଥାଏ ସଦ୍ଭାବନା ଦିବସ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ଜନ୍ମ ଦିବସ ଅବସରରେ ଏହି ଦିବସର ପାଳନ କରାଯାଇଥାଏ । ଏହି ଦିନ ତାଙ୍କର ସ୍ମୃତି ଚାରଣ କରାଯିବା ସହିତ ,କିଭଳି ସମାଜରେ ସମନ୍ୱୟ, ସାମ୍ପ୍ରଦାୟିକ ସଦ୍ଭାବନା ଓ ଶାନ୍ତି ବଜାୟ ରହିବ ସେଥିପାଇଁ ଲୋକଙ୍କୁ ସଚେତନ କରାଯାଇଥାଏ । ଏହି ଦିନ ବିଭିନ୍ନ ସ୍କୁଲ କଲେଜ୍‌ ଓ ଅନୁଷ୍ଠାନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସମନ୍ୱୟ, ସାମ୍ପ୍ରଦାୟିକ ସଦ୍ଭୁାବ ଓ ଶାନ୍ତି ନେଇ ବିଭିନ୍ନ ବାର୍ତ୍ତା ପ୍ରଦାନ କରାଯାଇଥାଏ । ସମସ୍ତେ ସମାଜରେ କିଭଳି ଶାନ୍ତି ଓ ସଦ୍ଭାବନାର ସହ ବଞ୍ଚିବେ ସେନେଇ ବିଭିନ୍ନ ବାର୍ତ୍ତା ପ୍ରଦାନ କରାଯାଇଥାଏ । ପ୍ରଥମଥର ପାଇଁ ଏହାକୁ ୧୯୯୨ ମସିହା ଅଗଷ୍ଟ ୨୦ ତାରିଖରେ ପାଳନ କରାଯାଇଥିଲା । ୧୯୪୪ ଅଗଷ୍ଟ ୨୦ରେ ଜନ୍ମିତ ରାଜୀବ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଭାବେ ୧୯୮୪ରୁ ୧୯୮୯ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ସେ କରିଥିବା ଅନେକ କାର୍ଯ୍ୟକୁ ଆଜି ବି ସମସ୍ତେ ମନେ ପକାଇଥାଆନ୍ତି । ତେବେ ୧୯୯୧ ମସିହା ମେ’୨୧ରେ ମାତ୍ର ୪୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଥିଲା ।

Leave A Reply

Your email address will not be published.