ମାଲକାନଗିରି : ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା I ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୮ ମାଓବାଦୀ I ଏଥିରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ସହିଦ ହୋଇଛନ୍ତି I ଆଜି ସକାଳେ ମାଲକାନଗିରି ଛତିଶଗଡ଼ ସୀମାନ୍ତରେ ଆବୁଜମାଡ଼ ଜଙ୍ଗଲରେ ଗୁଳିବିନିମୟ ଚାଲିଛି I ୨୪ ଘଣ୍ଟା ଧରି ଜାରି ରହିଥିବା ଗୁଳିବିନିମୟରେ ଜଣେ ସୁରକ୍ଷାକର୍ମୀଙ୍କ ସହିତ ୮ଜଣ ମାଓବାଦୀ ନିହତ ହେବା ସହିତ ଅନେକ ଗୁରୁତର ଥିବା ସୂଚନା ମିଳିଛି I ବର୍ତ୍ତମାନ ସୁଦ୍ଧା ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଛି I
ସୂଚନାନୁସାରେ,ଗତ ଦୁଇ ଦିନ ଧରି ଛତିଶଗଡ଼ ସୀମାନ୍ତବର୍ତୀ କୁତୁଲ,ଆବୁଜମାଡ଼ ଜଙ୍ଗଲ ଭିତରେ ସୁରକ୍ଷା ବାହିନୀ ସହ ମାଓବାଦୀଙ୍କ ଏନକାଉଣ୍ଟର ଜାରି ରହିଛି I ଏଥିରେ ୮ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିବା ସହ ଜଣେ ଯବାନ ସହିଦହୋଇଥିବାବେଳେ ଦୁଇଜଣ ଆହତ ହୋଇଛନ୍ତି।
ଆଜି ସକାଳେ ନାରାୟଣପୁର, ବିଜାପୁର, ଦାନ୍ତେୱାଡା ଓ କୋଣ୍ଡାଗାଓଁ ଚାରିଟି ଜିଲ୍ଲା ସୁରକ୍ଷା କର୍ମୀଙ୍କ ମିଳିତ ଟିମ୍ ନକ୍ସଲ ବିରୋଧୀ ଅପରେସନରେ ବାହାରିଥିଲେ । ଏଥିରେ ଚାରିଟି ଜିଲ୍ଲାର ଜିଲ୍ଲା ରିଜର୍ଭ ଗାର୍ଡ (DRG), ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଏବଂ ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ର ୫୩ ତମ ବାଟାଲିୟନ ସୁରକ୍ଷାକର୍ମୀ ଯୋଗ ଦେଇଥିଲେ I

Comments are closed.